ରାଜ୍ଯ ସ୍ତରୀୟ ସାହିତ୍ଯ ବସନ୍ତ ମହୋତ୍ସବରେ ସମ୍ବର୍ଦ୍ଧିତ ହେଲେ ନର୍ଲାର ଅନେକ କବି ଓ କବୟତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଟିଲଗ୍ନା ସାହିତ୍ଯ ସଂସଦ ପକ୍ଷରୁ ଟିଟିଲାଗଡ଼ରେ ଆୟୋଜିତ ‘ରାଜ୍ଯ ସ୍ତରୀୟ ସାହିତ୍ଯ ବସନ୍ତ ମହୋତ୍ସବ’ରେ ନର୍ଲା ବ୍ଲକରୁ କବି କିଶୋର ଚନ୍ଦ୍ର ତ୍ରିପାଠୀ, ମୋହନ ଭଟ୍ଟ, କବୟତ୍ରୀ ଅଧ୍ୟାପିକା ବାସନ୍ତୀ ସାହୁ, ଲକ୍ଷ୍ମୀ ପଟ୍ଟନାୟକ, ମଞ୍ଜୁଲତା ଦାଶ, କବି ଅରୁଣ ପ୍ରଧାନୀ ଏବଂ ତୁଳାପଡା କଲେଜର ଅର୍ଥନୀତି ଅଧ୍ୟାପକ କବି ସମୀର କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ସମ୍ବର୍ଦ୍ଧିତ ହୋଇଛନ୍ତି। କବି କିଶୋର ଚନ୍ଦ୍ର ତ୍ରିପାଠୀ ଓ କବି ସମୀର କୁମାର ମହାପାତ୍ର ‘ମାଟିଲଗ୍ନା ରତ୍ନ’ ଭାବରେ ଏବଂ ଅନ୍ୟମାନେ ‘ମାଟିଲଗ୍ନା ସାରସ୍ବତ ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି। କବି ଓ କବୟତ୍ରୀମାନଙ୍କୁ ମଞ୍ଚରେ ମାନପତ୍ର ଓ ଉପଢୌକନ ଦେଇ  ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ। ଶହେରୁ ଉର୍ଦ୍ଧ୍ବ କବି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ସ୍ୱରଚିତ କବିତା ପାଠ କରିଥିଲେ। ନର୍ଲା ତଥା କଳାହାଣ୍ଡିର କବି କବୟତ୍ରୀମାନେ ଟିଟିଲାଗଡ଼ରେ ସମ୍ବର୍ଦ୍ଧିତ ହୋଇ ଗୌରବ ଆଣିଥିବାରୁ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସର୍ଗିଗୁଡା ସରପଞ୍ଚ ଦୀପଞ୍ଜଳି ବୁଦ୍ଧିଆ, ନର୍ଲା ସରପଞ୍ଚ ତନୁଜା ହରପାଲ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.