ଆନ୍ଦୋଳନ ପାଇଁ ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ସଂଘର ସଜବାଜ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରାଥମିକ ଶିକ୍ଷକ ସଂଘ ନର୍ଲା ର ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ରବିବାର ଅପରାହ୍ନ ୪ ଘଣ୍ଟା ସମୟରେ ନର୍ଲା ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ରାଜ୍ୟ ମିଳିତ ମଞ୍ଚଙ୍କ ଆହ୍ୱାନ କ୍ରମେ ଜିଲ୍ଲା ଉପସଭାପତି ମନୋଜ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର ସମ୍ପାଦକ ଶରତ କୁମାର ଭୋଇ ବିଭିନ୍ନ ପ୍ରସ୍ତାବ ଗୁଡିକ ଉପସ୍ଥାପନ କରିଥିଲେ । ଗତ ୨୭/୧୧/୨୦୨୨ ଠାରୁ ଦୀର୍ଘ ପାଞ୍ଚ ଦିନ ଧରି ଭୁବନେଶ୍ୱର ପିଏମଜି ରାଜରାସ୍ତାରେ ସଂଘ ଅହୋରାତ୍ର ଆନ୍ଦୋଳନ କରିଥିଲା । ହେଲେ ସରକାର ସଂଘ ର ଦାବୀକୁ ନେଇ କୌଣସୀ ପ୍ରତିଶ୍ରୁତି ଦେବା ବଦଳରେ ଦୁଇମାସ ହୋଇଗଲା ଭୁଆଁ ବୁଲାଇ ଚାଲିଛନ୍ତି । ଏଣୁ ଆଗାମୀ ୨୦/୨ /୨୦୨୩ ଭିତରେ କିଛି ପଦକ୍ଷେପ ନନେଲେ ସଂଘ ବଡ ଧରଣର ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବ। ଆଗାମୀ ଦିନରେ ଶିକ୍ଷାଦାନ ରେ ବ୍ୟାଘାତ ସୃଷ୍ଟି ହୋଇ ଛାତ୍ର ଛାତ୍ରୀଙ୍କ କ୍ୟାରିୟର ଗଠନ ରେ ବାଧା ଉପୁଜିଲେ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଗତକାଲି ରବିବାର ର ବୈଠକରେ ନିଷ୍ପତ୍ତି ନିଆଯାଇ ସରକାରଙ୍କୁ ଚେତାବନୀ ଦିଆଯାଇଛି । ସରକାର ଯଦି ତୁରନ୍ତ ଦାବୀ ପୂରଣ ନ କରନ୍ତି ତାହେଲେ ସଂଘ ଭୟଙ୍କର ଆନ୍ଦୋଳନ କୁ ଓହ୍ଲାଇବ ବୋଲି ସଂଘର ସଭାପତି ମତବ୍ୟକ୍ତ କରିଛନ୍ତି । ସଂଘର ଅନ୍ୟ ବରିଷ୍ଠ ସଦସ୍ୟ ମାନଙ୍କ ମଧ୍ୟରେ ସିଆରସିସି ରଘୁପତି ହରିଜନ, ପ୍ରଦୀପ୍ତ ସେଠୀ, କ୍ଷମାଶୀଳ ସାହୁ, ସୁରେଶ ଶର୍ମା, ଡମ୍ବରୁଧର ବେହେରା, ଟଙ୍କଧର ନିଆଲ, ଦେବଦତ୍ତ ମିଶ୍ର, ହେମନ୍ତ କୁମାର ସାହୁ, ବସନ୍ତ କୁମାର ସାମଲ, ମୃତୁ୍ୟଞ୍ଜୟ ଦାସ, ମଗନଲାଲ ବୈଠାରୁ, ନବୀନ ହରିଜନଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସକ୍ରୀୟ ଅଂଶ ଗ୍ରହଣ କରିବା ସହିତ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଟଂକଧର ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.