‘ଦେଶରେ ଅରାଜକତା ଶେଷ କରିବାକୁ ହେଲେ ଜନତାଙ୍କୁ ଲୋକଙ୍କ ସରକାରକୁ ବାଛିବାକୁ ପଡ଼ିବ’

ଓଡ଼ିଆ ବାର୍ତ୍ତା/ କୋଲକାତା: ୨୦୨୪ ନିର୍ବାଚନକୁ ପାଖେଇ ଆସୁଥିବାରୁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ଟିଏମ୍‌ସି। ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗ ଯାଇ ମମତା ସରକାଙ୍କୁ ଟାର୍ଗେଟ୍ କରିଥିଲେ। ମମତାଙ୍କ ସରକାର ଦୁର୍ନୀତିଗ୍ରସ୍ତ ସରକାର ବୋଲି କହିବା ସହ ବେଙ୍ଗଲ ଅପେକ୍ଷା ଅନ୍ୟ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତ ଭଲ ରହିଛି ବୋଲି ନଡ୍ଡା କହିଥିଲେ। ସୋମବାର ଏହାର ଜବାବ ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନେଇ ସେ କହିଛନ୍ତି ଯେ, ଦେଶରେ ଅରାଜକତା ଶେଷ କରିବାକୁ ହେଲେ ଜନତାଙ୍କୁ ଲୋକଙ୍କ ସରକାରକୁ ବାଛିବାକୁ ପଡ଼ିବ। ଆଜି ବିଧାନସଭାରେ ନିଜର ଭାଷଣ ରଖି ଏପରି କହିଛନ୍ତି ମମତା। ସେହିପରି କେନ୍ଦ୍ର ସରକାରଙ୍କର ଗୋ ଆଲିଙ୍ଗନ ଦିବସକୁ ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମମତା। ନିକଟରେ ଭାଲେଣ୍ଟାଇନ୍ ଡେ କୁ ଗୋ ଆଲିଙ୍ଗନ ଦିବସ (Cow Hug Day) ଭାବେ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲା କେନ୍ଦ୍ର ମତ୍ସ୍ୟ ଚାଷ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାନଦ ମନ୍ତ୍ରାଳୟର ପଶୁ ମଙ୍ଗଳ ବୋର୍ଡ। ହେଲେ ଏହାକୁ ନେଇ ନାନା ସମାଲୋଚନା ହେବା ପରେ ବୋର୍ଡ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଥିଲା। ଏହି କଥାକୁ ନେଇ ବିଜେପି ସରକାରଙ୍କୁ ସୋମବାର ଟାର୍ଗେଟ୍ କରିଛନ୍ତି ମମତା। ମମତା କହିଛନ୍ତି ଯେ ଆମେ ଗଈକୁ ଆଲିଙ୍ଗନ କଲେ ଯଦି ଗାଈ ଆମକୁ ଶିଙ୍ଗ ଭୂସିଦେଲା ତେବେ କଣ ବିଜେପି ଏହାର କ୍ଷତିପୂରଣ ଦେବ ?  ବିଧାନସଭାରେ ନଡ୍ଡାଙ୍କ ମନ୍ତବ୍ୟକୁ ଟାର୍ଗେଟ୍ କରି ମମତା କହିଛନ୍ତି “ବର୍ଡର ଏରିଆଗୁଡ଼ିକରେ ନିରୀହ ଲୋକଙ୍କର ହତ୍ୟା କରାଯାଉଛି। ହେଲେ କେନ୍ଦ୍ର ସରକାର ଏଥିରେ ମୁଣ୍ଡ ଖେଳାଉ ନାହାନ୍ତି। ଏଭଳି ହତ୍ୟା ଘଟଣାର ଯାଞ୍ଚ ପାଇଁ ଫେକ୍ଟ ଫାଇଣ୍ଡିଂ ଟମ୍ ବି ପଠାଉ ନାହାନ୍ତି।”  

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.