ରାଜ୍ୟ ସ୍ତରୀୟ ହାକାଥନ କାର୍ଯ୍ୟକ୍ରମରେ ଭାଗନେବେ ଲାଞ୍ଜିଗଡ଼ର ସୋହନ ତୁଳ ଓ ଚୈତନ୍ୟ ବାଣୁଆ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  ବିଶ୍ଵନାଥପୁର ସ୍ଥିତ ଧଅଁରାଭଟା ଲାଞ୍ଜିଗଡ଼ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲା ସ୍ତରୀୟ ହାକାଥନ କାର୍ଯ୍ୟକ୍ରମ ଯୋଗ ଦେଇଥିଲେ। ଏଥିରେ ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ, ତର୍କ କୁଇଜ୍ ଓ ହାକାଥନ ପ୍ରକଳ୍ପ ପ୍ରତିଯୋଗିତାରେ ଉଚ୍ଚ ମାଧ୍ୟମିକ ସ୍ତରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୩୩ଟି ହାକାଥନ ପ୍ରକଲ୍ପ ପ୍ରଦର୍ଶିତ ହୋଇଥିବା ବେଳେ ଇଂରାଜୀ ପ୍ରବନ୍ଧରେ ଲାଞ୍ଜିଗଡ଼ ଆଦର୍ଶ ବିଦ୍ୟାଳୟର ସୋହନ ତୁଳ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ବେଳେ ହାକାଥନ ପ୍ରକଳ୍ପରେ ମଧ୍ୟ ଲାଞ୍ଜିଗଡ଼ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଚୈତନ୍ୟ ବାଣୁଆ ପ୍ରଥମ ସ୍ଥାନ ଅଧିକାର କରି ଲାଞ୍ଜିଗଡ଼ ଅଞ୍ଚଳ ଓ ବିଦ୍ୟାଳୟ ପାଇଁ ଗୌରବ ଆଣି ଆସିଛନ୍ତି। ଏହି ଦୁଇ ଛାତ୍ରଙ୍କ ସଫଳତାକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତରୋତ୍ତର କାମନା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.