ଗୋହୀରାପଦର ୟୁପି ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ବିଭୋର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ଗ୍ରାମ ପଞ୍ଚାୟତ ର ଗୋହୀରାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସମ୍ପନ୍ନ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଦର୍ଶନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ସମ୍ମାନୀତ ଅତିଥି ଭାବରେ ସହକାରୀ ଶିକ୍ଷାଧିକାରୀ ସୂର୍ଯ୍ୟଦେଵ ବାଗ, ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଶାନ୍ତପୁର ରାଧାକୃଷ୍ଣ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସାରଙ୍ଗଧର ଠାକୁର, ଶାନ୍ତପୁର ର ପୂର୍ବତନ ସରପଞ୍ଚ ଟିକେଧର ସାହୁ, ସିଆରସିସି ସୁଜିତ କୁମାର ପଣ୍ଡା, କେଦାରନାଥ ନାଗ ପ୍ରମୁଖ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ସହକାରୀ ନର୍ଲା ବ୍ଲକ ଶିକ୍ଷାଧିକାରୀ ଗୋବାର୍ଦ୍ଧନ ମାଝୀ ଯୋଗଦାନ କରି ଛାତ୍ରଛାତ୍ରୀ ମାନେ କ୍ୟାରିୟର ଗଠନ ନିମନ୍ତେ ଶିକ୍ଷା ଓ କ୍ରୀଡାକୁ ପ୍ରାଧାନ୍ୟ ଦିଅନ୍ତୁ ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅଗ୍ରପୂଜ୍ୟ ଗଣପତିଙ୍କ ପୂଜନ ପରେ କାର୍ଯ୍ୟକ୍ରମ ର ସଭାପତି ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତି ଅତିଥୀଙ୍କ ପରିଚୟ ପ୍ରଦାନ ସହ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷକ ମୀନକେତନ ମିଶ୍ର, ଗୋକୁଳାନନ୍ଦ ସାହୁ, ପୂର୍ବତନ ଶିକ୍ଷକ ହରି ଅର୍ଜୁନ ସିଂଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ପ୍ରଧାନ ଶିକ୍ଷକ ସୁଦର୍ଶନ ମହାନ୍ତିଙ୍କୁ ମାନପତ୍ର ଓ ଉପଢ଼ଉକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ନାଟ୍ୟଗୁରୁ ଶକ୍ତିଶେଖର ଦାସ ଓ ଯୁବ ଶିକ୍ଷକ ନେପାଳ ନାଏକଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।

Udyog Nursery
Udyogi Nursery

ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତି ସ୍ୱଗାତ ଭାଷଣ ପ୍ରଦାନ କରିବା ସହିତ ବିବରଣୀ ପଠନ କରିଥିଲେ । ଇତ୍ୟବସରରେ ବାର୍ଷିକ କ୍ରୀଡ଼ାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ମ୍ୟାଟ୍ରିକ ପରୀକ୍ଷା ରେ ଶାନ୍ତପୁର ଗ୍ରାମ ପଂଚାୟତ ଅଂଚଳରେ ଗତ ବର୍ଷ ଟପ୍ପର ହୋଇଥିବା ଏହି ବିଦ୍ୟାଳୟ ର ଛାତ୍ରୀ ପୁଷ୍ପାଞ୍ଜଳି ସାହୁ, ଛାତ୍ର ଗିରିଧାରୀ ରଣାଙ୍କୁ ମଧ୍ୟ ଅତିଥିବୃନ୍ଦ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷୟିତ୍ରୀ ସୁପ୍ରଭା ବାଗ,ସରୋଜିନୀ ରାଉତ, ସବିତା ଦେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ହରିଅର୍ଜୁନ ସିଂ ଓ ପୂର୍ବତନ ସରପଞ୍ଚ ଟିକେଧର ସାହୁ ମଞ୍ଚ ପରିଚାଳନା କରିଥିଲେ। ମଞ୍ଚ କାର୍ଯ୍ୟକ୍ରମ ପରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପରିବେଷିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା । ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.