ରୁଷର ବେଲୁନ ରଣନୀତି; ୟୁକ୍ରେନ ଆକାଶରେ ଉଡୁଛି ଗୁଇନ୍ଦା ବେଲୁନ

ଓଡ଼ିଆ ବାର୍ତ୍ତା/ ମସ୍କୋ: ଗୁଇନ୍ଦା ବେଲୁନକୁ ନେଇ ଏବେ ରାଜନୀତି ଜୋର ଧରିଛି ଆମେରିକା ଆକାଶରେ ଏକାଧିକ ବେଲୁନ ଉଡିବା ପରେ ଆମେରିକାଚୀନ ବିବାଦ ବଢିବାରେ ଲାଗିଛି ଏପଟେ ରୁଷ ସେନା ୟୁକ୍ରେନ ଆକାଶରେ ଛାଡିଛି ଗୁଇନ୍ଦା ବେଲୁନ ଗୁଇନ୍ଦା ବେଲୁନ ୟୁକ୍ରେନ ଆକାଶରେ ଛାଡି ଏହାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାରୁ ତଥ୍ୟ ଯୋଗାଡ କରିବାକୁ ଚେଷ୍ଟା କରୁଛି ରୁଷ ବେଲୁନ ତଥ୍ୟ ଅନୁସାରେ  ମିସାଇଲ ମାଡ କରୁଛି ରୁଷ ସେନା

ଆଉ ଅଳ୍ପଦିନ ପରେ ରୁଷୟୁକ୍ରେନ ଯୁଦ୍ଧକୁ ଏକ ବର୍ଷ ପୂରିବ ଫେବ୍ରୁଆରୀ ୧୪ ତାରିଖରେ ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲା ରୁଷ ପ୍ରଥମେ ଡ୍ରୋନ ବ୍ୟବହାର କରି ରୁଷ ସେନା ୟୁକ୍ରେନର ଭିତ୍ତିଭୂମି ବ୍ୟବସ୍ଥାକୁ ନଷ୍ଟ କରି ଦେଇଥିଲେ ଏବେ ରୁଷ ଗୁଇନ୍ଦା ବେଲୁନ ସାହାଯ୍ୟରେ ତଥ୍ୟ ହାସଲ କରୁଛି ଏହାଦ୍ୱାରା  ରୁଷକୁ ଅଧିକ ଖର୍ଚ୍ଚ କରିବାକୁ ପଡୁନି ନିକଟରେ ରାଜଧାନୀ କିଭରେ ୬ଟି ଗୁଇନ୍ଦା ବେଲୁନକୁ ଦେଖିବାକୁ ମିଳିଥିଲା ଗତକାଲି ମଧ୍ୟ ସେଭାଷ୍ଟୋପୋଲ ନିକଟରେ ଆଉ ଦୁଇଟି ବେଲୁନକୁ ଦେଖିବାକୁ ମିଳିଥିଲା ତେବେ ୟୁକ୍ରେନ ସେନା ଏହାକୁ ମାରି ଖସାଇ ଦେଇଛନ୍ତି
ୟୁକ୍ରେନ ସେନାର ଅଭିଯୋଗ ଯେ ରୁଷ ଗୋଇନ୍ଦା ବେଲୁନ ସହାୟତାରେ ତଥ୍ୟ ସଂଗ୍ରହ କରୁଛି ଏବଂ ତା ପରେ ମିସାଇଲ ମାଡ କରୁଛି ରୁଷର ଡ୍ରୋନ ସଂଖ୍ୟା କମି କମି ଆସୁଥିବାରୁ ଏବେ ସେ ବେଲୁନର ସହାୟତା ନେଇଛି ଏକଥା ମଧ୍ୟ କୁହାଯାଉଛି, ୟୁକ୍ରେନର ମିସାଇଲ ସଂଖ୍ୟା କମାଇବା ପାଇଁ ରୁଷର ଏହା ପ୍ଲାନ କାରଣ ବେଲୁନ ଖସାଇବା ପାଇଁ ଯେତେ ମିସାଇଲ ମାରିବ, ୟୁକ୍ରେନର ମିସାଇଲ ସଂଖ୍ୟା ସେତେ କମିବ

ତେବେ ବୁଧବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୟୁକ୍ରେନ ଉପରେ ଘନ ଘନ ମିସାଇଲ ମାଡ କରିଛି ରୁଷ ଏହି ମିସାଇଲ ଭିତରେ ରହିଛି ଏୟାର ସମୁଦ୍ରଭିତ୍ତିକ କ୍ରୁଜ ମିସାଇଲ, ଗାଇଡେଷ ଏୟାରଟୁସରଫେସ ମିସାଇଲ ଏବଂ ଆଣ୍ଟିସିପ ମିସାଇଲ ତେବେ ୟୁକ୍ରେନ ସେନା ଏଥିମଧ୍ୟରୁ ୧୬ଟି ମାରି ଖସାଇ ଦେଇଛନ୍ତି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.