ବିଶିଷ୍ଟ ସମାଜସେବୀ ଧର୍ମୁ ପଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା

ତାଙ୍କର ବିୟୋଗ ଅଞ୍ଚଳ ପାଇଁ ଅପୁରାଣୀୟ କ୍ଷତି -ଭୁପିନ୍ଦର ସିଂ, ବିଧାୟକ ନର୍ଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମର ବିଶିଷ୍ଟ ସମାଜସେବୀ, ଶିକ୍ଷା ପ୍ରେମୀ, ବିଶିଷ୍ଟ ଚାଷୀ ତଥା ପୂର୍ବତନ ସରପଞ୍ଚ ଧର୍ମୁ ପଧାନଙ୍କ ଏକାଦଶାହରେ ମାଣ୍ଡେଲ ପଧାନ ପରିବାର ତରଫରୁ ଆଜି ଏକ ଶ୍ରଦ୍ଧଞ୍ଜଳି ସଭା ଦିବା ୧୦ ଘଣ୍ଟା ସମୟରେ ତାଙ୍କ ବାସଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ବର୍ଗତ ପଧାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତାଙ୍କର ପରିବାର, କୂଲତା ସମାଜର ବ୍ୟକ୍ତି ବିଶେଷ ଓ ଉପସ୍ଥିତ ଅତିଥି ବୃନ୍ଦ ତାଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଶ୍ରଦ୍ଧଞ୍ଜଳି ସଭା । ସ୍ବର୍ଗତ ଧର୍ମୁ ପଧାନଙ୍କ ସମାଜ ଓ ଅଞ୍ଚଳ ପ୍ରତି ରହିଥିବା ଅବଦାନ, ଶିକ୍ଷାର ବିକାଶ ପାଇଁ ସେ କିଭଳି ନିଜ ଗ୍ରାମ ମାଣ୍ଡେଲ ରେ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିବା ଭଳି ପ୍ରଶଂସନୀୟ ପଦକ୍ଷେପ ନେଇଥିଲେ ସେ ଉପରେ ଅତିଥି ବୃନ୍ଦ ସ୍ମୃତି ଚାରଣ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ସ୍ୱର୍ଗତ ପଧାନ ୧୯୯୭ ମସିହାରୁ ୨୦୦୨ ପର୍ଯ୍ୟନ୍ତ ଅବିଭକ୍ତ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ସରପଞ୍ଚ ରହିଥିଲେ । ସର୍ଗିଗୁଡା ଗ୍ରାମ ପଞ୍ଚାୟତ ବିଭାଜିତ ହୋଇ ନୂତନ ମାଣ୍ଡେଲ ଗ୍ରାମ ପଞ୍ଚାୟତ ଗଠିତ ହେବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ମାଣ୍ଡେଲ ନୂତନ ଗ୍ରାମ ପଞ୍ଚାୟତ ଗଠିତ ହେବାପରେ ସେ ତାଙ୍କ ବୋହୁଙ୍କୁ ମାଣ୍ଡେଲ ସରପଞ୍ଚ ଭାବରେ ଅବସ୍ଥାପିତ କରାଇଥିଲେ । ସେ କଳାହାଣ୍ଡି କୁଲତା ସମାଜ ସଂଗଠନର ପ୍ରଥମ ସଭାପତି ରହିଥିଲେ । ସେ ଜଣେ ଆଦର୍ଶ ଚାଷୀ ଭାବରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଅନେକ ସଂଗଠନ ତରଫରୁ ସମ୍ବର୍ଦ୍ଧିତ ହୋଇଥିଲେ । ତାଙ୍କ ପ୍ରଚେଷ୍ଟାରେ ମାଣ୍ଡେଲ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଆରମ୍ଭ ହେବା ତାଙ୍କ ଶିକ୍ଷାପ୍ରେମ ନିଦର୍ଶନର ପ୍ରମାଣ ଦିଏ । ନର୍ଲା ବ୍ଲକ କୃଷକ ସଂଗଠନର ସେ ଉପଦେଷ୍ଟା ଥିଲେ । ଏହାବାଦ ବିଭିନ୍ନ ସମୟରେ ଅନେକ ସାମାଜିକ କାର୍ଯ୍ୟକ୍ରମରେ ସେ ପ୍ରତ୍ୟକ୍ଷ ଭାବରେ ଜଡିତ ରହୁଥିଲେ । ଅଞ୍ଚଳରେ ସେ ଜଣେ ଆଦର୍ଶ ଚାଷୀ, ଶିକ୍ଷାପ୍ରେମୀ ଓ ସମାଜସେବୀ ଭାବରେ ବେଶ ପରିଚିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଧର୍ମୁ ପଧାନଙ୍କ ଶ୍ରଦ୍ଧଞ୍ଜଳି ସଭାରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବିଶିଷ୍ଟ ଫୋକ କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇ,କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ତଥା ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରି ସ୍ବର୍ଗତ ଧର୍ମୁ ପଧାନଙ୍କ ଅଞ୍ଚଳ ପ୍ରତି ଅତୁଳନୀୟ ଅବଦାନ ବିଷୟରେ ସ୍ମୃତି ଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ନେତା ମନ୍ମୟ ଚାନ୍ଦ, ନିର୍ମଳ ବାରିକ, କିଶୋର ଚନ୍ଦ୍ର ନାଏକ, ମାର୍କଣ୍ଡ ଜାଲ, ମାଣ୍ଡେଲ ଜଗନ୍ନାଥ ହାଇସ୍କୁଲର ଶିକ୍ଷକ ବୃନ୍ଦ, ଅଂଚଳର ବୁଦ୍ଧିଜୀବୀ, କୂଲତା ସମାଜ ର ବରିଷ୍ଠ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ସ୍ବର୍ଗତ ପଧାନଙ୍କ ଧର୍ମପତ୍ନୀ, ତାଙ୍କର ତିନିପୁତ୍ର ଚାରୁଚନ୍ଦ୍ର ପଧାନ, ପୀତବାସ ପଧାନ, ଦୀନବନ୍ଧୁ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.