ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବେଲଗାଁ ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବସ୍ତି ନିକଟସ୍ଥ ପଡିଆରେ ନାରାୟଣ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଚାଲିଥିବା ପ୍ରଥମ ବାର୍ଷିକ ରାତ୍ରି କାଳୀନ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଦ୍ୱିତୀୟ ରାତିରେ ବିଭିନ୍ନ ଅଞ୍ଚଳରୁ ଆଠଟି ଦଳ ଭାଗ ନେଇଥିଲେ। ତେବେ ସେମିଫାଇନାଲ ମ୍ୟାଚ ଟି ବେଲଗାଁ ଓ ସରଗୁଲ ମଧ୍ୟରେ ହୋଇଥିବା ବେଳେ ଏଥିରେ ବେଲଗାଁ ଦଳ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚ ଟି କୁସୁର୍ଲା ଓ ବେଲଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ଓଭରରେ କୁଶୁର୍ଲା ଦଳକୁ ପରାସ୍ତ କରି ବେଲଗାଁ ଦଳ ଚମ୍ପିୟାନ ହୋଇଥିଲା। ବିଜୟୀ ଓ ଉପ ବିଜୟୀ ଦଳକୁ ନଗଦ ରାଶି ସହ ଟ୍ରଫି ପ୍ରଦାନ କରଯାଇଥିଲା। ଏହି ଅବସରରେ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, କେସିଙ୍ଗା ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରକାଶ ଭୋଇ, ପୂର୍ବତନ ସରପଞ୍ଚ ଶଶୀଭୂଷଣ ସାହୁ, ଆଦିବାସୀ ଯୁବ ନେତା ନନ୍ଦି କିଶୋର ଭୋଇ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ନାମେଣ୍ଟ ଆୟୋଜନ କମିଟି ସଭାପତି ବିଭୁତି ଭୋଇ, ସମ୍ପାଦକ ସୁଶାନ୍ତ ପଟେଲ, ଏମ୍ପାୟାର ହୀରାମଣି ଭୋଇ, ଶଙ୍କର ସାହୁ ଭାରତ ଷଡ଼ଙ୍ଗୀ, ମଧୁ ଦାସ, ବିଜୟ ପଟେଲ, ସ୍କୋର ଦାଇତ୍ୱ ଲିପୁ ସାହୁ, ଧାରବିବରଣୀ ଆକାଶ ସାହୁ, ହେମନ୍ତ ପଟେଲଙ୍କ ସମେତ ମା ସନ୍ତୋଷୀ ଟେଣ୍ଟ ହାଉସ କର୍ଲାମୁଣ୍ଡା ଲାଇଟ ସାଉଣ୍ଡ ବ୍ୟବସ୍ଥାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.