ଲାଞ୍ଚ ମାମଲାରେ ବିଜେପି ବିଧାୟକ ମାଦଲ ବିରୁପାକ୍ଷପ୍ପା ଗିରଫ

ଗିରଫ ହେବା ଭୟରେ ଦୀର୍ଘ ଦିନ ହେବ ଲୁଚିବା ପରେ ଶେଷରେ ଗିରଫ ହୋଇଛନ୍ତି କର୍ଣ୍ଣାଟକର ବିଜେପି ବିଧାୟକ ମାଦଲ ବିରୁପାକ୍ଷପ୍ପା। ନିକଟରେ କର୍ଣ୍ଣାଟକ ହାଇକୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲା। ଏହାପରେ ସେ ଗିରଫ ହୋଇଛନ୍ତି। ସୋମବାର ତୁମାକୁରୁର କାୟାଥାସନ୍ଦ୍ର ଟୋଲ ପ୍ଲାଜା ନିକଟରେ ମଦଲ ବିରୁପକ୍ଷପ୍ପାଙ୍କୁ ଗିରଫ କରାଯାଇଛି। ଜଣେ ବିଧାୟକଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ମାର୍ଚ୍ଚ ୨ ରେ ଲୋକାୟୁକ୍ତ ଅଧିକାରୀଙ୍କ ବିଜେପି ବିଧାୟକ ମାଦଲ ବିରୁପାକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ମାଦଲଙ୍କୁ ଗିରଫ କରାଯାଇଥିଲା। ଅଭିଯୋଗ ହୋଇଛି ଯେ ସେ ତାଙ୍କ ବାପାଙ୍କ ନାମରେ କେଏସଡିଏଲ କାର୍ଯ୍ୟାଳୟରେ ଏହି ଟଙ୍କା ନେଉଥିଲେ। ବିରୁପାକ୍ଷପ୍ପାଙ୍କ ବାସଭବନରୁ ୭ କୋଟିରୁ ଅଧିକ ମୂଲ୍ୟର ନଗଦ ଟଙ୍କା ଜବତ କରାଯାଇଛି। ଗତ ସପ୍ତାହରେ ହାଇକୋର୍ଟ ଏହି ନିଷ୍ପତ୍ତିରେ ସଂରକ୍ଷିତ ରଖିଥିଲେ। ପରେ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କ ପୁଅ ଗିରଫ ହେବା ପରେ ବିରୁପାକ୍ଷପ୍ପା କେଏସଡିଏଲ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏହି ସ୍କାମ କେଏସଡିଏଲରେ କେମିକାଲ ଯୋଗାଣ ସହ ଜଡିତ। ଯେଉଁଥିରେ ୮୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବାର ଅଭିଯୋଗ ରହିଛି। ପ୍ରଶାନ୍ତ ମାଦଲ ବେଙ୍ଗାଲୁରୁ ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡର ମୁଖ୍ୟ ଆକାଉଣ୍ଟସ୍ ଅଧିକାରୀ। ଏହି ଘଟଣାର ଅନୁସନ୍ଧାନ କରୁଥିବା ଲୋକାୟୁକ୍ତ ପୋଲିସ କହିଛି ଯେ କର୍ଣ୍ଣାଟକ ସାବୁନ ଏବଂ ଡିଟରଜେଣ୍ଟ ଲିମିଟେଡକୁ କଞ୍ଚାମାଲ ଯୋଗାଣ ପାଇଁ ଟେଣ୍ଡର ପାଇବା ଏହି ଲାଞ୍ଚ କାରବାର ହୋଇଥିଲା। ତେବେ ଯେଉଁ ଅଭିଯୋଗ ଆସିଛି ତାକୁ ବିଧାୟକ ଅସ୍ୱୀକାର କରିଛନ୍ତି। ତାଙ୍କର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନେ ତାଙ୍କୁ ଷଡଯନ୍ତ୍ର କରି ଫସାଇଛନ୍ତି ବୋଲି ସେ କହିଛନ୍ତି। ଏହି ମାମଲାରେ ଲୋକାୟୁକ୍ତ ପୋଲିସ ଆଉ ଚାରି ଜଣଙ୍କୁ ଗିରଫ କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.