ଡାଲି ଷ୍ଟକ୍‌ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ତତ୍ପରତା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦେଶରେ ଡାଲି ଷ୍ଟକ୍‌ ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ଶ୍ରୀ ରୋହିତ କୁମାର ସିଂ ନିୟମିତ ଭାବେ ସ୍ୱଚ୍ଛ ପ୍ରକ୍ରିୟାରେ ଡାଲି ଷ୍ଟକ୍‌ର ଉପଲବ୍ଧତା ସମ୍ପର୍କରେ ସୂଚନା ଦେବା ଲାଗି ସବୁ ପ୍ରମୁଖ ଡାଲି ଆମଦାନିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଘରୋଇ ବଜାରରେ ଡାଲିର ଉପଲବ୍ଧତା ବାଧାପ୍ରାପ୍ତ ହେବା ଭଳି ଷ୍ଟକ୍‌ ନିଜ ପାଖରେ ଗଚ୍ଛିତ ନରଖିବା ଲାଗି ସେମାନଙ୍କୁ ପରାମର୍ଶ ଦିଆଯାଇଛି । ଇତିମଧ୍ୟରେ ଆଜି ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀମତୀ ନିଧି ଖାରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଏକ ବୈଠକ କରିଥିଲା ଯେଉଁଥିରେ ସେମାନଙ୍କୁ ଷ୍ଟକ ଘୋଷଣାନାମା ପୋର୍ଟାଲରେ ଏଫଏସଏସଏଆଇ ଲାଇସେନ୍ସଧାରୀ, ଏପିଏମସି ପଞ୍ଜିକୃତ ବ୍ୟବସାୟୀ, ଡାଲିର ଜିଏସଟି ପଞ୍ଜିକୃତ ବ୍ୟବସାୟୀ ଆଦିଙ୍କ ସମେତ ପଞ୍ଜିକୃତ ବ୍ୟବସାୟୀଙ୍କ ସଂଖ୍ୟା ବଢ଼ାଇବାକୁ ପରାମର୍ଶ ଦିଆଯାଇଛି । ଘୋଷଣା କରାଯାଇଥିବା ଷ୍ଟକର ଯାଞ୍ଚ କରି ସତ୍ୟାସତ୍ୟ ପ୍ରମାଣ କରିବା ଲାଗି ଉଭୟ ସରକାରୀ ଓ ଘରୋଇ ପଣ୍ୟାଗାର ସେବା ପ୍ରଦାନକାରୀଙ୍କ ଠାରୁ ସୂଚନା ସଂଗ୍ରହ କରିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି । ସୀମାପାର ଆମଦାନୀ ସାମଗ୍ରୀ ଗଚ୍ଛିତ ରହୁଥିବା ପଣ୍ୟାଗାରରେ ମହଜୁଦ ଥିବା ଡାଲି ପରିମାଣ ଅନୁଧ୍ୟାନ କରିବାର ଆବଶ୍ୟକତା ଉପରେ ଜୋର ଦିଆଯାଇଛି, ଯାହାଫଳରେ ବନ୍ଦରଗୁଡ଼ିକରୁ ସେଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟରେ ଜାରି କରାଯାଇପାରିବ । ମିଲର, ଷ୍ଟକିଷ୍ଟ, ବ୍ୟବସାୟୀ, ଆମଦାନୀକାରୀମାନଙ୍କ ଦ୍ୱାରା ଗଚ୍ଛିତ ଡାଲିର ଷ୍ଟକ୍‌ ସମ୍ପର୍କରେ ସୂଚନା ସଂଗ୍ରହ କରିବା ନିମନ୍ତେ ସରକାର ନିଜ ପଦକ୍ଷେପକୁ ତ୍ୱରାନ୍ୱିତ କରିଛନ୍ତି । ଯାହାଫଳରେ ଘରୋଇ ବଜାରରେ ହରଡ଼ ଡାଲିର ଉଲବ୍ଧତା ଓ ସୁଲଭତା ସୁନିଶ୍ଚିତ କରାଯାଇପାରିବ ଏବଂ ଏହାର ଦାମ ହ୍ରାସ ପାଇବ । ଗ୍ରାହକମାନଙ୍କ ପାଇଁ ଡାଲିର ଉପଲବ୍ଧତା ଓ ସୁଲଭତାକୁ ସୁନିଶ୍ଚିତ କରିବା ଲାଗି ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳାରେ ସମସ୍ତ ଅଂଶୀଦାରଙ୍କ ସହିତ ଆଲୋଚନା କରିବା ଲାଗି ବିଭାଗ ମଧ୍ୟ ଯୋଜନା କରୁଛି । ସ୍ୱଚ୍ଛ ପ୍ରକ୍ରିୟାରେ ଷ୍ଟକ୍‌ ତଥ୍ୟ ପ୍ରକାଶ କରିବା ଲାଗି ସମ୍ପୂର୍ଣ୍ଣ ସହଯୋଗ କରିବା ନିମନ୍ତେ ଡାଲି ସଂଘ ଓ ଆମଦାନୀକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.