ଅକ୍ଷୟ ତୃତୀୟା ଉପଲକ୍ଷ୍ୟେ କୃଷିଜିଲ୍ଳା ସ୍ତରୀୟ କୃଷକ ଦିବସ ପାଳନ

କଳାହାଣ୍ଡି, ୭/୫ : କୃଷିଜିଲ୍ଲା ସ୍ତରୀୟ କୃଷିସୂଚନା ଓ ପରାମର୍ଶ କେନ୍ଦ୍ର ଧର୍ମଗଡ ଠାରେ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଧର୍ମଗଡ ଜିଲ୍ଳା କୃଷିଅଧିକାରୀ  ଜଗନ୍ନାଥ ନନ୍ଦଙ୍କ ତତ୍ୱବାଧାନରେ ଉଦ୍ୟାନ କୃଷି ଫାର୍ମରେ ଥିବା ଜମିରେ ପୂଜକଙ୍କ ଦ୍ୱାରା ରୀତି ନୀତି ଅନୁଯାୟୀ ପୂଜାପାଠ ହୋମଯଜ୍ଞ କରାଯାୟୀ ଶ୍ରୀ ନନ୍ଦ ଅକ୍ଷୀ ମୁଠି ବା ବିହନ ବୁଣିଥିଲେ।

ଏହିକାର୍ଯ୍ୟକ୍ରମରେ ଶସ୍ୟ ବିଶେଷଜ୍ଞ ଚିତ୍ତରଞ୍ଜନ ଶତପଥୀ, ସହକାରୀ କୃଷିଅଧିକାରୀ ହେମାନନ୍ ମାଝୀ, କୃଷିଅଧିକାରୀ ଜଗନ୍ନାଥ ନନ୍ଦ, ବିଟିଏମ ଦେବାଶିଷ ଚାନ୍ଦ, ଏସଭିଓ ଅଭାମଞ୍ଜରୀ ନାଏକ, ଅପର ଇନ୍ଦ୍ରାବତୀ ଜଳସେଚନ ଏଇଇ ସ୍ନେହାଶିଷ ବେହେରା, ସହକାରୀ ଉଦ୍ୟାନ ନିର୍ଦେଶକ ଟଙ୍କଧର କାଲୋ, ଗ୍ରାମ୍ୟ କୃଷି କର୍ମଚାରୀ , କୃଷକସାଥି ଓ ବହୁ ଚାଷୀ ଭାଇମାନେ ଯୋଗ ଦେଇଥିଲେ।

ଏହାପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତସଭାରେ ଚାଷୀ ଭାଇମାନେ କିପରୀ ଧାନ ଚାଷ ସହ ଅନେକ ଅର୍ଥ କାରୀ ଫସଳ କରିପାରିବେ ଓ ସେନେଇ ସରକାରଙ୍କ ତରଫରୁ ମିଳୁଥିବା ସମସ୍ତ ଯୋଜନାର ସୁବିଧା ଉପରେ ଉପସ୍ଥିତ ଅଧିକାରୀ ମାନେ ପୁଙ୍ଖାନୁପୁଙ୍ଖ ଭାବରେ କହିଥିଲେ। ଶେଷରେ ସହକାରୀ କୃଷି ଅଧିକାରୀ ହେମାନନ୍ଦ ମାଝୀ ଧନ୍ୟବାଦସହ କୃଷକ ଦିବସ ପାଳନ ଶେଷ ହୋଇଥିଲା।

କଳାହାଣ୍ଡି/ନବରଙ୍ଗପୁର ସ୍ୱତନ୍ତ୍ର ପ୍ରତିନିଧି ଲୋଚନ ପୋଡ଼ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.