ମା’ ପାଇଁ ଦିନଟିଏ : ଆଜି ବିଶ୍ୱ ମାତୃ ଦିବସ; ଆଜିର ଦିନରେ ଶପଥ ନେବା ମା’ ଆଖିରେ କେବେ ଲୁହ ନଦେବା

ନିଲେଶ କୁମାର ନାଗ

ପାଞ୍ଚଟା ଲୋକଙ୍କୁ ପାଞ୍ଚ ପ୍ରକାରର ରାନ୍ଧିକି ଖୁଆଏ, ହେଲେ ନିଜେ କେବେ ଆଗ ନଖାଇ ବଳିଯାଏ ଯାହା ତାକୁ ହିଁ ଖାଏ । ଘରର ଘରଣୀ, ସନ୍ତାନଙ୍କ ଜନନୀ ସେ ପ୍ରତିଘରର ଦେବୀ ମା’ ବୋଲାଏ । ଦୁନିଆର ପ୍ରଥମ ପ୍ରେମ, ସବୁଠାରୁ ମୂଲ୍ୟବାନ ବରଦାନ, ଏ ମାଟିରେ ଈଶ୍ୱରଙ୍କ କାହାଣୀ, ପ୍ରକୃତିର ସୌନ୍ଦର୍ଯ୍ୟରେ ପ୍ରଥମ ଉପହାର, କଣ୍ଟାଭରା ରାସ୍ତାରେ ଫୁଲର ଅନୁଭବ, ଖୁସିର ଅମାରରେ ପ୍ରେମର ଭଣ୍ଡାର, ଭଲପାଇବା ଓ ଗାଳିର ଖଟା-ମିଠା ଖେଳ, ପର ଆପଣାର ଦୁନିଆରେ ଆପଣାର ବିଶ୍ୱାସ ମା’ …
ସାରା ଜୀବନ ସଂସାର, ସନ୍ତତିଙ୍କ ସେବାରେ କଟାଇ କେବେ ଥକୁନଥିବା ସେ ଦେବୀଙ୍କ ପାଇଁ ଆଜିର ଏ ଦିନଟିଏ । ପୁରା ପରିବାରର ସେବାରେ ଯାହାର ଜୀବନ ସମର୍ପିତ ଆଜି ବିଶ୍ୱ ମାତୃ ଦିବସ ଅବସରରେ ସାରା ବିଶ୍ୱ ଆଜି ସେହି ମା’ଙ୍କ ସେବାରେ ଲାଗିପଡ଼ିଛି । ଆଧୁନିକତାର ଦୌଡ଼ରେ ଆଜିର ସମାଜ ପିତାମାତାଙ୍କ ପାଇଁ ବୃଦ୍ଧାଶ୍ରମ ଭଳି ଏକ ଘର ତୋଳିଥିବାବେଳେ ଅନ୍ୟ କିଛି କର୍ତ୍ତବ୍ୟର ଉଦାହରଣ ଦେଇ ପିତାମାତାଙ୍କୁ ସସମ୍ମାନେ ଆଦର, ସ୍ନେହ କରୁଛନ୍ତି । ମା’ ତ କରୁଣାମୟୀ, ମମତାର ସାଗର ସନ୍ତାନର ଅଳିଅର୍ଦ୍ଦଳୀକୁ ପିଲାବେଳେ ଯେମିତି ପୁରା କରୁଥିଲା ବଡ଼ ହେବା ପରେ ସନ୍ତାନର କଡ଼ା କଥାକୁ କୌତୁହଳ ଭାବି ଏଡାଇଯାଏ । ହେଲେ ବର୍ତ୍ତମାନ ନିଜକୁ ନିଜେ ପ୍ରଶ୍ନ କରିବାର ସମୟ ଆସିଛି । ମା’ ବି ତ ଗୋଟେ ମଣିଷ । କ’ଣ ତାକୁ କେବେ କଷ୍ଟ ହୁଏନି । ପିଲାମାନେ ଅଧିକ ଜିଦଖୋର ହେଲେ ମାଡ଼ ମାରିବା ପରେ ମା’ର ଆଖିରୁ ଯେଉଁ ଲୁହ ଆସିଯାଉଥିଲା କ’ଣ ସେ ରାଗର ପ୍ରତିଶୋଧ ବାର୍ଦ୍ଧକ୍ୟ କାଳକୁ ନେଉଛି କି ସନ୍ତାନ? ଏ ବିଶ୍ୱ ମାତୃ ଦିବସ କ’ଣ ଗୋଟିଏ ଦିନ ପାଇଁ। ସମ୍ପତ୍ତି ପାଇଁ ଆଉ କେତେ ଇଟା ଲଦି ମା’କୁ ତଳେ ଦବାଇବ ପୁଅ । ପୁଅ ଘରର ଛାତ ଭିତରେ ମୁଣ୍ଡ ଗୁଞ୍ଜିବା ପାଇଁ ଆଉ କେତେ ବାରଣ୍ଡାରେ ବସିବ ମା’ କେବେ ଶୁଖିବ ମା’ ଆଖିର ଅକୁହା ଲୁହ।

Omkar Vasthu
Omkar Vasthu
ଷ୍ଟାଫ୍ ରିପୋର୍ଟର, ଓଡ଼ିଆ ବାର୍ତ୍ତା 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.