କାହିଁକି ବିଳମ୍ବରେ ଆସିବ ମୌସୁମୀ ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏଥର ବିଳମ୍ବରେ ଆସିବ ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ  କେରଳ ଛୁଇଁବାରେ ସାମାନ୍ୟ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ଜୁନ ୪ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ ୧ରେ କେରଳ ଛୁଇଁଥାଏ। ହେଲେ ଏଥର ଏହା ସାମାନ୍ୟ ବିଳମ୍ବରେ ଆସିବ। ତେବେ ମୌସୁମୀ ବିଳମ୍ବରେ ଆସିଲେ ମଧ୍ୟ ବର୍ଷାର ମାତ୍ରାର ସ୍ୱଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୌମୁସୀର ସୂଚନା ଦେଇ ପାଣିପାଗ ବିଭାଗ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି “ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌମୁସୀ ବାୟୁ କେରଳ ଆସିବାରେ ସାମାନ୍ୟ ବିଳମ୍ବ ହେବ। ଜୁନ ୪ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି। ଏଥିରେ ୪ ଦିନ ଏପାଖ ସେପାଖ ହୋଇପାରେ।” ତେବେ ଚଳିତ ବର୍ଷରେ ପାଣିପାଗରେ ବିଳମ୍ବ ହେବା ନେଇ ଘରୋଇ ପାଣିପାଗ ବିଭାଗ ସ୍କାଏମେଟ୍‌ ସପ୍ତାହ ପୂର୍ବରୁ କିଛିଦିନ ତଳେ ସୂଚନା ଦେଇଥିଲେ। ମୌସୁମୀ ଆସିବାରେ ସପ୍ତାହେ ଏପଟସେପଟ ହୋଇପାରେ ବୋଲି ସ୍କାଏମେଟ୍ କହିଥିଲା। ତେବେ କାହିଁକି ବିଳମ୍ବ ହେବ ସେ ନେଇ ସଂସ୍ଥା ଦୁଇଟି କାରଣ ଦର୍ଶାଥିଲା। ସ୍କାଏମେଟର ସୂଚନା ଅନୁସାରେ “ ପ୍ରଥମତଃ ଆରବସାଗରରେ ଆଣ୍ଟିସାଇକ୍ଲୋନ୍ ସ୍ଥିତି ସୃଷ୍ଟି ହୋଇଥିବା କାରଣରୁ ଏହାର କେରଳ ଆଡ଼କୁ ମୌସୁମୀ ବାୟୁ ପ୍ରବାହି ହେବାକୁ ଦେଉନି। ଦ୍ୱିତୀୟରେ ଆରବ ସାଗରରେ ଘୂର୍ଣ୍ଣିବାତ୍ୟା ଫାବିଆନ ଥିବାରୁ ଏହା ମୌସୁମୀର ଧାରାକୁ ଅଟକାଉଛି।” ସ୍କାଏମେଟ ଉପାଧ୍ୟକ୍ଷ ମେହଶ ପାଲାୱତ ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ସୂଚନା ଥାଉକି ଗତ ୫ ବର୍ଷରେ ମୌସୁମୀ କେବଳ ଥରେ ମାତ୍ର ନିର୍ଦ୍ଧାରିତ ସମୟ ଜୁନ ୧ ତାରିଖରେ କେରଳ ଛୁଇଁଥିଲା। ତେବେ ୨୦୧୮ ଓ ୨୦୨୨ରେ ସୌସୁମୀ କିଛିଦିନ ପୂର୍ବରୁ କେରଳ ଛୁଇଁଥିବା ବେଳେ ୨୦୧୯ ଓ ୨୦୨୧ରେ କିଛିଦିନ ବିଳମ୍ବରେ ଛୁଇଁଥିଲା।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.