ବେହେରା ଠାରେ ଟେଲରିଂ ପ୍ରଶିକ୍ଷଣ ଶିକ୍ଷାର୍ଥୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରା ଠାରେ ଥିବା ଦଣ୍ଡପାଟ ଯୁବ ସେବା ସଂଗଠନ ଓ ଜନ ଶିକ୍ଷଣ ସଂସ୍ଥାନ ଭବାନୀପାଟଣାର ମିଳିତ ଆନୁକୂଲ୍ୟରେ ପରିଚାଳିତ ଟେଲରିଂ ପ୍ରଶିକ୍ଷଣ କେନ୍ଦ୍ରରେ ଆଜି ପ୍ରଥମ ପର୍ଯ୍ୟାୟର ଶିକ୍ଷାର୍ଥୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଛି। ସଂଗଠନର ସଭାପତି ଭବେଶ ଗଇଁତାଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନ ଆଞ୍ଚଳିକ ସଂଯୋଜକ ବୁଲୁ ପଲେଇ, ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ସଭାନେତ୍ରୀ ସୁଚିତ୍ରା ଗୋପାଳ, ପ୍ରଶିକ୍ଷିକା ଚାନ୍ଦିନୀ ଭୋଇ, ସାବିତ୍ରୀ ନାଏକ, ସଂଗଠନ ସମ୍ପାଦକ ଭୁଜବଳ ନାଏକ ପ୍ରମୁଖ  ମଞ୍ଚାସୀନ ହୋଇଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ନାରୀ ମାନଙ୍କୁ ଶଶକ୍ତିକରଣ ତଥା ସ୍ବାବଲମ୍ବୀ କରେଇବା ଉଦ୍ଦେଶ୍ଯରେ ଦଣ୍ଡପାଟ ଯୁବ ସେବା ସଂଗଠନ ଓ ଜନ ଶିକ୍ଷଣ ସଂସ୍ଥାନ ତରଫରପ ଗତ ବର୍ଷ ନଭେମ୍ବର ୧ ରେ ବେହେରା ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଟେଲରିଂ ପ୍ରଶିକ୍ଷଣ ଆରମ୍ଭ କରାଯାଇଥିଲା। ପ୍ରଶିକ୍ଷଣର ପ୍ରଥମ ପର୍ଯ୍ୟାୟରେ ୪୦ଜଣ ଛାତ୍ରୀଙ୍କୁ ଟେଲରିଂ ଶିକ୍ଷା ଦିଆଯାଇଥିଲା। ଶିକ୍ଷା ଗ୍ରହଣ ପରେ ସମସ୍ତ ଛାତ୍ରୀଙ୍କୁ ଆଜି ପ୍ରମାଣ ପତ୍ର ଦିଆଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟ କ୍ଷୀରସିନ୍ଧୁ ବାଣୁଆ ମଞ୍ଚ ପରିଚାଳନା କରିଥିବାବେଳେ ତରେଶ ବିଶି, ଶୁଶିଲ ଚନ୍ଦ୍ର ନାଗ, ଇଶ୍ବର ବାଣୁଆ, ଟିକେଶ୍ବର ଭୋଇ, ରଙ୍ଗାଧର ନାଗ, କ୍ଷୀରସିନ୍ଧୁ ବାଗ, ହେମାଲ ବିଶି, ରୁପେଶ ନାଏକ ପ୍ରମୂଖ ସହଯୋଗ କରଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.