ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ଫେସବୁକ୍ ପୋଷ୍ଟ, ଚାକିରିରୁ କାଢ଼ିଦେଲେ ସିଦ୍ଦରମୈୟା

ଓଡ଼ିଆ ବାର୍ତ୍ତା/ ବେଙ୍ଗଳୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନୀତିକୁ ଫେସବୁକରେ ସମାଲୋଚନା କରିବା ଜଣେ ଶିକ୍ଷକଙ୍କୁ ଭାରି ପଡ଼ିଛି । ଶିକ୍ଷକ ଜଣଙ୍କ କର୍ଣ୍ଣାଟକର ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଓ ସେହି ସମୟରେ ହୋଇଥିବା ଋଣର ତର୍ଜମା କରିଥିଲେ । ଯେଉଁଥିରେ ଉଲ୍ଲେଖ କରିଥିଲେ, ସିଦ୍ଦରମୈୟାଙ୍କ ସରକାର ସମୟରେ ସବୁଠୁ ଅଧିକ ଋଣ ହୋଇଛି । ଏହା ପରେ ଉକ୍ତ ଶିକ୍ଷକଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି । ସରକାରୀ ଶିକ୍ଷକ ଜଣଙ୍କ ବିଶେଷ କରି ସରକାରଙ୍କ ମାଗଣା ପ୍ରତିଶ୍ରୁତି ଉପରେ ପ୍ରଶ୍ନ କରିଥିଲେ । ଯେଉଁଥିରେ କହିଥିଲେ, ସରକାରଙ୍କ ପକ୍ଷରୁ ମାଗଣା ପ୍ରତିଶ୍ରୁତି ଦ୍ୱାରା ରାଜ୍ୟ ଉପରେ ଋଣଭାର ବଢ଼ୁଛି । ଶିକ୍ଷକ ଜଣଙ୍କ କହିଛନ୍ତି, କୃଷ୍ଣାଙ୍କ ଠାରୁ ନେଇ ସେଟ୍ଟରଙ୍କ ଯାଏ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୭୧, ୩୩୧ କୋଟି ଋଣ ନିଆ ଯାଇଥିଲା । କିନ୍ତୁ ସିଦ୍ଦରମୈୟାଙ୍କ କାର୍ଯ୍ୟକାଳ (୨୦୧୩-୧୮) ମଧ୍ୟରେ ଏହା ୨, ୪୨, ୦୦୦ କୋଟି ଛୁଇଁଥିଲା । ଏଥିପାଇଁ ସିଦ୍ଦରମୈୟା ମାଗଣା ଉପହାର ଘୋଷଣା କରିବା ସହଜ ଅଟେ ।

ଏହାକୁ ନେଇ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବିୟ ଟ୍ୱିଟ୍ କରି ଲେଖିଛନ୍ତି, କର୍ଣ୍ଣାଟକରେ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନୀତିକୁ ଫେସବୁକରେ ସମାଲୋଚନା କରିବା ଯୋଗୁ ନିଲମ୍ବିତ କରାଯାଇଛି । ସତ ସବୁବେଳେ ଆଘାତ ଦେଇଥାଏ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.