‘ନୂଆ ସଂସଦରେ ରଖ ରାମଙ୍କ ପାଦୁକା’

ଭୁବନେଶ୍ୱର: ରାତି ପାହିଲେ ଦେଶର ନୂଆ ସଂସଦ ଭବନ ଉଦଘାଟନ ହେବ। ଯାହାକୁ ନେଇ ଦେଶବ୍ୟାପୀ ବିରୋଧୀ ଶାସକ ମୁହାଁମୁହିଁ ହୋଇଛନ୍ତି। ଏପରିକି ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବାକୁ ନେଇ ବିରୋଧୀ ଦଳଗୁଡିକ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ଉତ୍ସବକୁ ବର୍ଜନ ମଧ୍ୟ କରିଛନ୍ତି।

Omkar Vasthu
Omkar Vasthu

ଏଭଳି ସ୍ଥିତିରେ ଆଉ ଏକ ନୂଆ ପ୍ରସଙ୍ଗ ମୁଣ୍ଡ ଟେକିଛି। ନୂଆ ସଂସଦ ଭବନ ପରିସରରେ ରାମରାଜ୍ୟ ସତ୍ତା ହସ୍ତାନ୍ତରଣ ପ୍ରତୀକ ରୂପରେ ରାମ ଚରଣ ପାଦୁକା ବା ଖଡ଼ଉ ସ୍ଥାପିତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ମଧ୍ୟପ୍ରଦେଶର ବିଜେପି ବିଧାୟକ ନାରାୟଣ ତ୍ରିପାଠୀ।

Pearl dental clinic
Near Ashish Medical Store, Bhawanipatna

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ପତ୍ର ଲେଖି ସେ ଏହି ନିବେଦନ କରିଛନ୍ତି। ଏହା କରିବା ଦ୍ୱାରା ପାରଦର୍ଶୀ, ସମଦର୍ଶୀ ଏବଂ ନିଷ୍ପକ୍ଷ ରାମରାଜ୍ୟର ସନାତନଧର୍ମୀ ବିଚାରଧାରା ପ୍ରତି ପ୍ରକୃତ ସମ୍ମାନ ହେବ ବୋଲି ସେ କହିଛନ୍ତି।

Udyog Nursery
Udyogi Nursery

ମଧ୍ୟପ୍ରଦେଶରେ ମୈହରର ବିଧାୟକ ନାରାୟଣ ତ୍ରିପାଠୀ କିଛି ଦିନ ତଳେ ବିଜେପି ବିରୋଧରେ ବିଦ୍ରୋହ କରିବା ସହ ନିଜର ନୂଆ ରାଜନୈତିକ ଦଳ ଗଢିବାକୁ ଘୋଷଣା କରିଥିଲେ। ତେଣୁ ଏବେ ସଂସଦ ଭବନ ଉଦଘାଟନକୁ ନେଇ ତାଙ୍କର ଏହି ମନ୍ତବ୍ୟ ଚର୍ଚ୍ଚାରେ ରହିଛି।

ଭାରତୀୟ ସନାତନ ଧର୍ମ ସଂସ୍କୃତି ଓ ସମ୍ବିଧାନ ପର୍ଯ୍ୟନ୍ତ ସମଗ୍ର ଭାରତ ବର୍ଷ ସାତ ହଜାର ପାଞ୍ଚଶହ ବର୍ଷ ତଳୁ ରାମରାଜ୍ୟ ସ୍ଥାପନ କରିବାକୁ ପ୍ରତିବଦ୍ଧ। ଏପରିକି ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକର, ମହାତ୍ମା ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟୀ ପ୍ରମୁଖ ଦେଶରେ ରାମରାଜ୍ୟ ପ୍ରତିଷ୍ଠାର ପରିକଳ୍ପନା ପୁରଣ କରିବାର ସ୍ୱପ୍ନ ଦେଖିଥିଲେ।

ତେଣୁ ନୂଆ ସଂସଦ ଭବନରେ ଖଡ଼ଉ ସ୍ଥାପିତ କଲେ ଏହା ଅତି ଭଲ ପଦକ୍ଷେପ ହେବ ବୋଲି ସେ କହିଛନ୍ତି। ଦେଶର ସତ୍ତା କେନ୍ଦ୍ର କୁହାଯାଉଥିବା ସଂସଦରେ ରାମରାଜ୍ୟର ପ୍ରତୀକ ଚିହ୍ନ ସ୍ଥାପିତ ହେବା ଆବଶ୍ୟକ ଓ ଏହା ସମୟର ଆହ୍ୱାନ ବୋଲି ସେ କହିଛନ୍ତି।

ଗୋଟିଏ ପଟେ ସଂସଦ ଭବନ ଉଦଘାଟନକୁ ନେଇ ଶାସକ ବିରୋଧୀ ଲଢେଇ ତୀବ୍ର ହୋଇଥିବା ବେଳେ ନାରାୟଣ ତ୍ରିପାଠୀଙ୍କ ପାଦୁକା ପ୍ରତିଷ୍ଠା ବୟାନ ଆଉ ଏକ ନୂଆ ଚର୍ଚ୍ଚାକୁ ରୂପ ଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.