ଫ୍ରେଞ୍ଚ ଓପନ ୨୦୨୩ ଜିତି ଇତିହାସ ରଚିଲେ ଜୋକୋଭିଚ୍; କହିଲେ- ମୁଁ ନିଜକୁ ମହାନ କହିବାକୁ ଚାହୁଁନି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମୁଁ ନିଜକୁ ମାହନ କହିବାକୁ ଚାହେଁନି। ଅନ୍ୟମାନଙ୍କୁ କହିବାକୁ ଦିଅନ୍ତୁ ଯାହା ସେମାନେ କହିବେ। ରବିବାର ଫ୍ରେଞ୍ଚ୍ ଓପନ ୨୦୨୩ ଟାଇଟଲ ଜିତିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଟେନିସ୍ ଷ୍ଟାର୍‌ ନୋଭାକ୍ ଚୋକୋଭିଚ୍। ଗତକାଲି ଖେଳାଯାଉଥିବା ଫାଇନାଲ୍‌ ମେଚ୍‌ରେ ସେ ନରୱେର କାସ୍‌ପୁର ରୁଡ୍‌ଙ୍କୁ ପରାସ୍ତ କରିଛନ୍ତି। ସର୍ବିଆ ଖେଳାଳି ଜୋକୋଭିଚ୍ ପ୍ରଥମ ଟେନିସ ତାରକା ଭାବେ ୨୩ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତିବାର ରେକର୍ଡ କରିଛନ୍ତି। ଏପରି କରି ସେ ରାଫେଲ୍ ନାଡାଲଙ୍କୁ ବି ପଛରେ ପକାଇ ଦେଇଛନ୍ତି। ନାଡାଲ୍‌ ୨୨ଟି ଜିତି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ୨୦ ୨୦ ଗ୍ରାଣ୍ଡସ୍ଲାମ୍ ଟାଇଟଲ ସହ ସ୍ୱିଜରଲାଣ୍ଡର ରୋଜର ଫେଡରର ତୃତୀୟରେ ଅଛନ୍ତି। ସର୍ବିଆ ଟେନିଷ୍ଟ ଷ୍ଟାର୍ ନୋଭାକ ଚୋକଭିଚ୍ ରବିବାର ଫ୍ରେଞ୍ଚ ଓପନ ୨୦୨୩ ପୁରୁଷ ଏକକ ଅନ୍ତିମ ମୁକାବିଲାରେ ନରୱେର କାସ୍ପର ରୁଡଙ୍କୁ ଭେଟିଥିଲେ। ଦୁଇ ଜଣଙ୍କ ଭିତରେ କଡ଼ା ମୁକାବିଲା ହୋଇଥିଲେ ବି ଜୋକୋଭିଚ୍‌ ରୁଡ୍‌ଙ୍କୁ ୭, ,୫ସେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ଜୋକୋଭିଚ୍ ତୃତୀୟ ଥର ପାଇଁ ଫ୍ରେଞ୍ଚ ଟାଇଟଲ ଜିତିଛନ୍ତିଟେନିସ ଗ୍ରାଣ୍ଡ ସ୍ଲାମ କ୍ୟରିୟରରେ ଜୋକୋଭିଚ୍ଙ୍କ ଏହା ୩୪ ତମ ଫାଇନାଲ୍‌ ମ୍ୟାଚ୍ ଥିବା ବେଳେ ରୁଡଙ୍କର ଏହା ମାତ୍ର ତୃତୀୟ ଫାଇନାଲ୍ମ୍ୟାଚ୍ ଥିଲା। ରୁଡ୍ଏର୍ଯ୍ୟନ୍ତ ଗୋଟିଏ ବି ଗ୍ରାଣ୍ଡ ସ୍ଲାମ୍ ଟାଇଟଲ ଜିତି ନାହାନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.