କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରୀଜିଉଙ୍କ ରଥଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଲଡୁଗାଁଠାରେ କୁନି ରଥରେ ବଡ଼ ଠାକୁର ବାହୁଡିଥିବା ବେଳେ ବ୍ଲକର ବିଭିନ୍ନ ସ୍ଥାନରେ ମହାପ୍ରଭୂ ଶ୍ରୀଜିଉଙ୍କ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଛି। ମଙ୍ଗବାର ଘୋଷଯାତ୍ରା ପାଇଁ ଘଣ୍ଟ, ଶଙ୍ଖ ସଂକିର୍ତ୍ତନ ବାଜାରେ ପ୍ରକମ୍ପିତ ହୋଇ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ଭକ୍ତଙ୍କ ଗହଣରେ ମାଉସୀ ଘର ଗଲେ ଚତୁର୍ଦ୍ଧା ମୁରତି। ଚଳିତ ବର୍ଷ ପାଗ ଅନୁକୁଳ ସ୍ୱାଭାବିକ ଥିବାରୁ ହଜାର ହଜାର ଶ୍ରଧାଳୁ ଭକ୍ତଙ୍କ ଭିଡ ଲାଗିଥିଲା।

କୋକସରା ବ୍ଲକ ସଦରମ ହକୁମା ସମେତ ବ୍ଳକର ବଡ଼ପୋଡାଗୁଡା, ଆମପାଣି, ସିଉନୀ, କାଉଡୋଲା, ଗୋତମୁଣ୍ଡା, ଲଡୁଗାଁ, ଟେମରା, ମୋଟେର, ତୁନଗାଁ, ଡଙ୍ଗରୀଗୁଡା, ଛିଲିପାମାଲ, କେନ୍ଦୁଡଙ୍ଗରୀ, କାଶୀବାହାଲ ଆଦି ସ୍ଥାନରେ ମହାପ୍ରଭୂଙ୍କ ଘୋଷଯାତ୍ରା ପାଳିତ ହୋଇଛି। ଲଡୁଗାଁ ଠାରେ ବ୍ଲକ ଅଧ୍ୟକ୍ଷାଙ୍କ ବାସଭବନରୁ କୁନି କୁନି ଭକ୍ତଙ୍କ ଦ୍ବାରା କୁନି ରଥ ବାହାର ହୋଇ ଲଡୁଗାଁ ସହର ପରିକ୍ରମା କରି କୁନି ରଥରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ରୀତିନୀତି ଅନୁସାରେ ରଥ କୁ ପୂଜାର୍ଚ୍ଚନା ପରେ ତିନି ଠାକୁର ରଥାରୂଢ ହୋଇଥିଲେ। ଶ୍ରେୟାଂଶ ଅଗ୍ରୱାଲ ଛେରାପହଁରା କରିବା ପରେ ଘଣ୍ଟ, ଶଙ୍ଖ ସଂକୀର୍ତ୍ତନ ଦଳ ଓ ବାଜାର ମେଳରେ ରଥଟଣା ଆରମ୍ଭ ହୋଇଥିଲା। ଜୟ ଜଗନ୍ନାଥ ଧ୍ଵନି ଭକ୍ତିମୟ ପରିବେଶରେ ଲଡୁଗାଁ ସହର ପ୍ରକମ୍ପିତ ହୋଇ ଉଠିଥିବାବେଳେ ରଥ ଟଣାରେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସାମିଲ ହୋଇ ରଥ ଟାଣିଥିଲେ। କୁନି ରଥରେ ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଅନେକ ଶ୍ରଦ୍ଧାଲୁଙ୍କ ଭିଡ଼ ଦେଖିବାକୁ ମିଲିଥିଲା। ତେବେ ବିଭିନ୍ନ ସ୍ଥାନରେ ହୋଇଥିବା ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ନିମନ୍ତେ ପରିଚାଳନା କମିଟି ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.