ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅଲାତରା ଗ୍ରାମର ବିଜୟଲକ୍ଷ୍ମୀ ନାଗ ଚଳିତ ଥର ଓଇଏସ ପାଇଥିଲେ । ସେ ଗତକାଲି ମୁଖ୍ୟ ମନ୍ତ୍ରୀଙ୍କ ପାଖରୁ ନିଜର ନିଯୁକ୍ତି ପତ୍ର ପାଇଛନ୍ତି । ତାଙ୍କୁ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ନିଯୁକ୍ତି ପତ୍ର ମିଳିଥିବା ଜଣା ଯାଇଛି । ସୂଚନା ଯୋଗ୍ୟ ଯେ, ବିଜୟ ଲକ୍ଷ୍ମୀ ମ.ରାମପୁର ତହସିଲ ଅନ୍ତର୍ଗତ ମାଣିକେରା ରାଜସ୍ବ ନୀରକ୍ଷକ ଭାବରେ କାର୍ଯ୍ୟ ରତଥିଲେ । ତାଙ୍କର ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।