ବେଦାନ୍ତ ଆଲୁମିନିୟମ୍‌କୁ ହଳଡିଆ ଡକ୍ କମ୍ପ୍ଲେକ୍ସ ଦ୍ବାରା ସର୍ବୋଚ୍ଚ ରପ୍ତାନିକାରୀ ପୁରସ୍କାର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଶ୍ୟାମା ପ୍ରସାଦ ମୁଖାର୍ଜି ବନ୍ଦର (ପୂର୍ବ କୋଲକାତା ବନ୍ଦର ଟ୍ରଷ୍ଟ) ଦ୍ଵାରା ହଳଡିଆ ଡକ୍ କମ୍ପ୍ଲେକ୍ସ ମାଧ୍ୟମରେ କୋଡିଏ ଫୁଟ ସମାନ୍ତରାଳ ୟୁନିଟ୍ (ଟିଇୟୁଏସ୍) ରେ କଂଟେନେରାଇଜଡ୍ କାର୍ଗୋ ରପ୍ତାନିକାରୀ ଭାବରେ ମାନ୍ୟତା ପାଇଛି । ୨୦୨୨୨୩ ବର୍ଷ ପାଇଁ ନିକଟରେ କୋଲକାତାରେ ଅନୁଷ୍ଠିତ ଏକ ବାଣିଜ୍ୟ ସମାରୋହରେ ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟର ମାନ୍ୟବର ମନ୍ତ୍ରୀ ଶ୍ରୀ ସାନ୍ତନୁ ଠାକୁରଙ୍କ ଦ୍ଵାରା ଏହି ସଫଳତା ପାଇଁ କମ୍ପାନୀକୁ ପୁରସ୍କାର ପ୍ରଦାନ କରା ଯାଇଥିଲା ।

ଲଜିଷ୍ଟିକ୍ସ, କାର୍ଗୋ ହ୍ୟାଣ୍ଡଲିଂ, ମଲ୍ଲି-ମୋଡାଲ୍ ଦକ୍ଷତା ଏବଂ ବନ୍ଦର ସହିତ ବ୍ୟାପକ ସଂଯୋଗ, ବେଦାନ୍ତ ଆଲୁମିନିୟମ୍, ଝାରସୁଗୁଡାରେ ଅତୁଳନୀୟ ଦକ୍ଷତା ପ୍ରଦର୍ଶନ କରି ଆର୍ଥିକ ବର୍ଷ ୨୩ରେ ବିଶ୍ଵର ୩୦ ରୁ ଅଧିକ ଦେଶ ଏବଂ ୫୦ ଟି ବନ୍ଦରକୁ ୧.୪ ଲକ୍ଷ ଟନରୁ ଅଧିକ କଂଟେନେରାଇଜଡ୍ କାର୍ଲୋଜ୍ ୬୧୦୦ ଟିଇୟୁଏସକୁ ସଫଳତାର ସହ ପଠାଇବା ପାଇଁ ପୁରସ୍କାର ଗ୍ରହଣ କରାଯାଇଥିଲା । ଏହି ସଫଳତା କମ୍ପାନୀର ଦୃଷ୍ଟିକୋଣରେ ‘ମେକ୍ ଇନ୍ ଇଣ୍ଡିଆ ଫର୍ ୱାର୍ଲ୍’ ପାଇଁ ବିଶ୍ବସ୍ତରରେ ଭାରତର ଉତ୍ପାଦନ କ୍ଷମତାର ପତାକା ଉତୋଳନକାରୀ ଭାବରେ ଏହାର ଉଦାହରଣ ଦେଇଛି ।

ଏହି କୀର୍ତିମାନ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ଭାରତର ରପ୍ତାନି କ୍ଷମତାକୁ ବଢାଇବା ଏବଂ ମୂଲ୍ୟବାନ ବିଶ୍ଵସ୍ତରୀୟ ସହଭାଗିତାକୁ ବୃଦ୍ଧି କରିବା ପାଇଁ ନିଜର କାର୍ଯ୍ୟ ପ୍ରଦର୍ଶନ କରିଛି । କଂପାନିର ପ୍ରୟାସ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଲଜିଷ୍ଟିକ୍ସ ଏବଂ କନେକ୍ଟିଭିଟି ଭିତିଭୂମିକୁ ମଜବୁତ କରିବା ପାଇଁ ପ୍ରଧାନ ମନ୍ତ୍ରୀ ଗତି ଶକ୍ତି ଭଳି ଜାତୀୟ ପଦକ୍ଷେପ ସହିତ ସମାନ ଅଟେ । ଏହି ପୁରସ୍କାର ବେଦାନ୍ତ ଲିମିଟେଡ୍‌, ଝାରସୁଗୁଡା ଏବଂ ପୂର୍ବ ଭାରତରେ ଶିଳ୍ପ ଅଭିବୃଦ୍ଧି ତଥା ବିକାଶରେ ଶ୍ୟାମା ପ୍ରସାଦ ମୁଖାର୍ଜି ବନ୍ଦର ମଧ୍ୟରେ ମିଳିତ ପ୍ରୟାସକୁ ସ୍ୱୀକୃତି ପ୍ରଦାନ କରେ ।

ଏହି ସମ୍ମାନଜନକ ପୁରସ୍କାରକୁ ନେଇ ନିଜର ଖୁସି ବ୍ୟକ୍ତ କରି ବେଦାନ୍ତ ଲିମିଟେଡ, ଝାରସୁଗୁଡାର ସିଇଓ ଶ୍ରୀ ସୁନୀଲ ଗୁପ୍ତା କହିଛନ୍ତି ଯେ “ବେଦାନ୍ତ ଆଲୁମିନିୟମ ଆମ ଦେଶର ଉତ୍ପାଦନ ଶକ୍ତିର ରାଷ୍ଟ୍ର ନିର୍ମାଣକାରୀ ତଥା ପତାକା ଉତୋଳନକାରୀ ଭାବରେ ଏହାର ଭୂମିକାକୁ ସ୍ବୀକୃତି ଦେଇଛି । ଏହି ପୁରସ୍କାର ସର୍ବୋଚ୍ଚ ଗୁଣବତା, ନବସୃଜନ ଏବଂ ବିଶ୍ୱସ୍ତରିୟ ଗ୍ରାହକ ସନ୍ତୋଷର ପ୍ରତିନିଧିତ୍ବ କରିବାକୁ ଆମର ଅଦମ୍ୟ ପ୍ରତିବଦ୍ଧତାର ଏକ ଅତିରିକ୍ତ ବୃଦ୍ଧି ଭାବରେ ଆସିଥାଏ । ଉତ୍କର୍ଷତା ପାଇଁ ଆମର ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ, ଆମେ ଆମର ରପ୍ତାନି କ୍ଷମତାକୁ ବିସ୍ତାର କରି ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିରେ ସହଯୋଗ କରିବାକୁ ଧାନ ଦେଉଛୁ । ଆଗାମୀ ବର୍ଷରେ ଆମେ ନୂତନ ମାନଦଣ୍ଡ ସ୍ଥିର କରିବାକୁ ଅପେକ୍ଷା କରିଛୁ | ”

ସର୍ବଭାରତୀୟ ସ୍ତରରେ ଶିଳ୍ପରେ ଆଲୁମିନିୟମ୍ ଉତ୍ପାଦଗୁଡିକର ଏକ ବ୍ୟାପକ ସୀମା ପ୍ରଦାନ କରି ବେଦାନ୍ତ ଆଲୁମିନିୟମ୍ ଭାରତ ସମେତ ୫୦ ରୁ ଅଧିକ ଦେଶରେ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରେ । ଏହାର ଉତ୍ପାଦଗୁଡିକ ଏରୋସ୍ପେସ୍, ନିର୍ମାଣ ଏବଂ ପରିବହନ ଇଲେକ୍ଟ୍ରିକ୍ ଯାନ, ନବୀକରଣ ଯୋଗ୍ୟ ଏବଂ ବ୍ୟାଟେରୀ ଟେକ୍ନୋଲୋଜି ଠାରୁ ଆରମ୍ଭ କରି ଅନେକ ଜଟିଳ ତଥା ଉଦୀୟମାନ ଶିଳ୍ପରେ ଉଚ୍ଚ-ପ୍ରୟୋଗଗୁଡିକ ବ୍ୟବହାର କରାଯାଇଛି । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ଵନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ବ ଶ୍ରେଣୀୟ ସ୍ମେଲ୍‌ଟର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ‘ମେଟାଲ ଅଫ୍ ଦି ଫ୍ୟୁଚର’ ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.