ରାୟଗଡ,୧୭/୫ : ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଡିଟିୟୁ ହଲ ଠାରେ ଗୁରୁବାର ଦିନ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି । ରାୟଗଡ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ସୈାଜ୍ୟନତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏହାର ଶୁଭାରମ୍ଭ କରିଥିଲେ ।
ସଚେତନ ହେଲେ ଉଭେଇ ଯିବ ଡେଙ୍ଗୁ -ଜିଲ୍ଳାପାଳ
ଡେଙ୍ଗୁ ଏକ ପ୍ରତିକାର ଜନିତ ରୋଗ । ଏଡିଶ ମଶାରୁ ଏହି ଜ୍ୱର ବ୍ୟାପୁଥିବାରୁ ଏଡିଶ ମଶାର ବଂଶବୃଦ୍ଧିକୁ ସମୂଳେ ନାଶ କରିବା ପାଇଁ ଘର ଚାରିପାଖରେ ଥିବା ଘାସ,ବୁଦା ଓ ଅନାବନା ଗଛଆଦି କାଟି ସଫା କରିବା, ପାଣି ରଖୁଥିବା ପାତ୍ର, ଟାଙ୍କି, ରୁମ କୁଲର ଇତ୍ୟାଦି ଦୁଇ/ତିନି ଦିନରେ ସଫା କରିବା, ନିୟମିତ ଭାବେ ମଶାରୀ ବ୍ୟବହାର କରିବା ଏବଂ ଶୋଇବା ସମୟରେ ପୁରା ଦେହକୁ ଘୋଡାଇ ରଖିଲା ପରି ପୋଷାକ ପିନ୍ଧିବା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିଲେ ଡେଙ୍ଗୁ ରୋଗ ପ୍ରାରମ୍ଭରୁ ରୋଗୀଙ୍କୁ ଚିକିତ୍ସା କରିପାରିଲେ ଏହାର ସଂପୂର୍ଣ୍ଣ ନିରାକରଣ କରାଯାଇପାରିବ ବୋଲି ଏବଂ ଏହି ରୋଗ ଉଭେଇ ଯିବ ବୋଲି ଜିଲ୍ଲାପାଳ ଶ୍ରୀ ବେହେରା ମତ ପ୍ରକାଶ କରିଥିଲେ ।
ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶକ୍ତିବ୍ରତ ମହାନ୍ତି, ଜିଲ୍ଳା ଲେପ୍ରୋସି ଅଧିକାରୀ ଡାକ୍ତର ମମତା ସାହୁ, ଜିଲ୍ଳା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ସାହୁ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବି.ଲକ୍ଷ୍ମୀନାରାୟଣ ପୃଷ୍ଟି, ଏନଆରଏଚଏମ୍ ଡିପିଏମ ରାଜେଶ କୁମାର ପଟ୍ଟନାୟକଙ୍କ ସମେତ ଜିଲ୍ଳାସ୍ତରୀୟ ପରାମର୍ଶଦାତା, ଜିଲ୍ଳାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ଟ୍ରକ୍ ଆସୋସିୟସନ, ଗ୍ୟାରେଜ ଆସୋସିଏସନ୍, ବଣିକ ସଂଘ, ଅଟୋରିକ୍ସା ସଂଘ, ବାରିକ ସଂଘ, ମା ମଝିଘରିଆଣୀ ଓ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ, ରାୟଗଡ ପୈାରସଂସ୍ଥା ଅଧୀନରେ ଥିବା ୨୭ଗୋଟି ମହିଳା ଆରୋଗ୍ୟ ସମିତିର ସଭାପତିଙ୍କ ସମେତ ସହରାଂଚଳ ଅଶାକର୍ମୀମାନେ ଉପସ୍ଥିତ ରହିଥିଲେ । ରାୟଗଡ ଜିଲ୍ଳାରେ ଡେଙ୍ଗୁ ରୋଗକୁ ନେଇ ଗତ ୨୦୧୨ ମସିହାରୁ ୨୦୧୮ବର୍ଷ ମଧ୍ୟରେ ୧୮୭ଟି ଡେଙ୍ଗୁ ପଜିଟିଭ୍ କେସ ଚିହ୍ନଟ ହୋଇଥିବା ବେଳେ ମାତ୍ର ଜଣେ ଡେଙ୍ଗୁ ରୋଗୀର ମୃତ୍ୟୁ ହୋଇଛି । ସେହିପରି ଚଳିତ ବର୍ଷ ବର୍ତମାନ ସୁଦ୍ଧା କେବଳ ଗୋଟିଏ ପଜିଟିଭି କେସ ଚିହ୍ନଟ ହୋଇଥିବା ସୂଚନା ଦେବା ସହ ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ବନ୍ଧରେ କାର୍ଯ୍ୟକ୍ରମରେ ଅତିିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି)ଡାକ୍ତର ବି.ଲକ୍ଷ୍ମୀ ନାରାୟଣ ପୃଷ୍ଟି ପ୍ରକାଶ କରିଥିଲେ ଏବଂ ଡେଙ୍ଗୁ ରୋଗର କାରଣ,ଲକ୍ଷଣ ଓ ପ୍ରତିକାର ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋକପାତ କରାଇଥିଲେ ।
ସେହିପରି ପରିମଳ ବ୍ୟବସ୍ଥାକୁ ସ୍ୱଚ୍ଛ ରଖିବା ଦିଗରେ ସଂପୃକ୍ତ ବିଭାଗଗୁଡିକର ଭୂମିକା ଏବଂ ଦାୟିତ୍ୱ କ’ଣ ରହିବା ଦରକାର ଏବଂ ବିଶେଷ କରି ମାଟିରେ ମିଶୁ ନ ଥିବା ଅଦରକାରୀ ପ୍ଳାଷ୍ଟିକର ବ୍ୟବହାର ନ କରିବା ସହ ସହରର ମା ମଝିଘରିଆଣୀ ଓ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଅନ୍ୟାନ୍ୟ ସ୍ଥାନରେ ପଲିଥିନ୍ ବ୍ୟବହାର ନ କରିବା ପାଇଁ ଗୁରୁତ୍ୱ ଦେବା ପାଇଁ ସେ କହିଥିଲେ । ସପ୍ତାହକୁ ଥରେ ଶୁଷ୍କଦିବସ ଭାବେ ପାଳିବା ପାଇଁ ମଧ୍ୟ ଶ୍ରୀ ପୃଷ୍ଟି କହିଥିଲେ । ଏହି ଅବସରରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଡେଙ୍ଗୁ ରୋଗ ନିୟନ୍ତ୍ରଣ ପାଇଁ ଏକ ସଚେତନତା ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇ ଥିବା ବେଳେ ଏଥିରେ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ସାମିଲ ହୋଇ ହାତରେ ବ୍ୟାନର ଧରି ସ୍ଳୋଗାନ ଦେଇଥିଲେ ।
ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇