କଳାହାଣ୍ଡି,୧୭/୫ : କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ର ତେରେସିଙ୍ଗା ଠାରେ ମହାଭାରତ ନାଟ୍ୟମହୋତ୍ସବର ପଞ୍ଚମ ସଂକଳ୍ପ ପୁତ୍ତି ତଥା ୬୫ ବର୍ଷ ପୂରଣ ହୋଇଥିବାରୁ ଷୋହଳ ପ୍ରହର ନାମଯଜ୍ଞ ଆଜି ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ଗତକାଲି ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଗ୍ରାମର ଶତାଧିକ ମହିଳା ବିରାଟ ନାଟ୍ୟ ମଣ୍ଡପ ରୁ ବାହାରି ସଂକୀର୍ତ୍ତନ ତାଳେ ତାଳେ ପୋଖରୀ ରୁପାଣିନେଇଥିଲେ। ଆଜି ସକାଳେ ନାମ ଧାରଣ କରିଛନ୍ତି। ଅନୁଷ୍ଠାନର ସଭାପତି ଯୋଗୀନ୍ଦ୍ର ରଣା, ସମ୍ପାଦକ ମନୋଜ ରଣା, କୋଷାଧ୍ୟକ୍ଷ ରୋହିତ ରଣା, କର୍ତା ଶ୍ରୀରାମ ରଣା ଙ୍କ ନେତୃତ୍ୱରେ ଏହା ଅନୁଷ୍ଠିତ ହୋଇଥିଲା। ଗତକାଲି ପୂର୍ବାହ୍ନ ରେ ମହାଭାରତ ନାଟକର ପୂର୍ଣ୍ଣାହୁତି ଯଜ୍ଞ କରା ଯାଇଥିଲା। ପ୍ରହରରେ ବହୁ ସୁନାମଧନ୍ୟ କୀର୍ତ୍ତନ ଦଳ ଯୋଗ ଦେଇଛନ୍ତି।
ସ୍ବତନ୍ତ୍ର ପ୍ରତିନିଧି ନରୋତ୍ତମ ସେଲମାଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇