ଭଡାଟିଆ ନେତା ହାତରେ ନର୍ଲାର ଭାଗ୍ୟ : ବିଜେଡି ନିର୍ବାଚନ ମଣ୍ଡଳୀ ସଭାପତି ନିଯୁକ୍ତି ନେଇ ଉଠିଲା ବିରାଟ ପ୍ରଶ୍ନବାଚୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୨୦୨୪ ନିର୍ବାଚନକୁ ନେଇ ଏବେଠାରୁ ନର୍ଲା ରାଜନୀତି ସରଗରମ ହୋଇ ଉଠିଛି । ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ଏନେଇ ନିଜ ନିଜ ରଣନିତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ଏପରି ସ୍ଥିତିରେ ନର୍ଲା ନିର୍ବାଚନ ମଣ୍ଡଳୀର ନୂତନ ବିଜେଡ଼ି ସଭାପତି ନିଯୁକ୍ତିକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ୩ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ପାଇଁ କମିଟି ଗଠନ କରିଥିବା ରାଜ୍ୟ ବିଜେଡ଼ି ପ୍ରେସବିବୃତି ଜାରି କରିଛି। କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓଙ୍କୁ ପୁଣିଥରେ ବିଜୁଜନତା ଦଳ ସୁପ୍ରିମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ୱ ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମିଳିଛି। ସେହିପରି ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ସୁରେନ୍ଦ୍ର ପ୍ରଧାନ, ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ଦିନେଶ ବଗର୍ତ୍ତି, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ମାନସ ରଞ୍ଜନ ବାଗ, ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ଚିତ୍ତରଞ୍ଜନ ମଣ୍ଡଳ ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ସଭାପତି ଭାବେ ଶୈଳେନ୍ଦ୍ର ରାଜଙ୍କୁ ଦାୟିତ୍ୱ ମିଳିଛି । ସେହିପରି ଉପସଭାପତି ଭାବେ ପ୍ରଦୀପ ମୁଣ୍ଡ, ଜିତେନ୍ଦ୍ର ମହାନ୍ତି, ଥବିର ପ୍ରସାଦ ସାହୁ, ଦିଗାମ୍ବର ନାଏକ, ଅଭୟ ଚାନ୍ଦ, ସାମନ୍ତ ଖମାରୀ ଓ ସାରଦା ପ୍ରସନ୍ନ ସ୍ୱାଇଁ ମନୋନୀତ ହୋଇଛନ୍ତି । ତେବେ ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ସ୍ଥାନୀୟ ଯୁବ ନେତୃତ୍ବଙ୍କୁ ଦାଇତ୍ୱ ନଦେଇ ଭବାନୀପାଟଣା ନିବାସୀ ଚିତ୍ତରଞ୍ଜନ ମଣ୍ଡଳଙ୍କୁ ମନୋନୀତ କରିଥିବାରୁ ଅଞ୍ଚଳରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।

Omkar Vasthu
Omkar Vasthu

ବର୍ତ୍ତମାନ ନର୍ଲାରେ ବିଜେଡ଼ି ବିଧାୟକ ଅଛନ୍ତି, ସେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ନୁହନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ନର୍ଲାରେ ସ୍ଥାନୀୟ ପ୍ରାର୍ଥୀତ୍ବ ପ୍ରସଙ୍ଗ ଉଠିଥିଲା । ସେହି ସମୟରେ ବିଜେଡିର ନର୍ଲା ବିଧାନସଭାର ପ୍ରାର୍ଥୀ ଆଶାୟୀ ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ମ.ରାମପୁର ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ରହିଥିଲେ । ତେବେ ସ୍ଥାନୀୟ ନେତୃତ୍ବକୁ ଗୁରୁତ୍ବ ଦିଆ ନଯାଇ ଭବାନୀପାଟଣା ବାସିନ୍ଦା ଭୁପିନ୍ଦର ସିଂଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ଆଗକୁ ୨୦୨୪ ନିର୍ବାଚନ ଥିବାବେଳେ ଏଥର ନର୍ଲାରେ ସ୍ଥାନୀୟ ପ୍ରାର୍ଥୀତ୍ବ ପ୍ରସଙ୍ଗ ଯୋର ଧରିଛି । ଏପରି ପରିସ୍ଥିତିରେ ବର୍ତ୍ତମାନ ନର୍ଲା ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଭାବେ ନିର୍ବାଚନ ମଣ୍ଡଳୀ ବାହାରରୁ ଚିତ୍ତରଞ୍ଜନ ମଣ୍ଡଳଙ୍କୁ ନିଯୁକ୍ତ କରିଥିବାରୁ ଆଗକୁ ପୁଣି ଭଡାଟିଆ ନେତା ନର୍ଲାର ଭାଗ୍ୟ ବିଧାତା ପାଲଟି ପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଯାହା ଆଗାମୀ ପିଢ଼ି, ନର୍ଲା ତଥା ବିଜେଡ଼ି ପାଇଁ ଆଦ୍ୟୋ ଶୁଭଙ୍କର ନୁହଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଥିବା ବେଳେ ନର୍ଲା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।

Pearl dental clinic
Near Ashish Medical Store, Bhawanipatna

୨୦୦୯ରେ କଂଗ୍ରେସ ଟିକଟରୁ ନର୍ଲା ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଭୁପିନ୍ଦର ସିଂ ଓଡ଼ିଶା ବିଧାନସଭାର ବିରୋଧି ଦଳ ନେତା ଆସନରେ ବସିଥିଲେ । ତେବେ ନର୍ଲା ଜନତାଙ୍କ ଆସ୍ଥା ବିଶ୍ବାସକୁ ଆଡ କରି ସେ ବିଜେଡ଼ି ସହ ହାତ ମିଳାଇଥିଲେ । ୨୦୧୯ରେ ସ୍ଥାନୀୟ ପ୍ରାର୍ଥୀତ୍ବ ପ୍ରସଙ୍ଗ ଜୋର ଧରିଥିବାବେଳେ ତାହାକୁ ଅଣଦେଖା କରି ଭୁପିନ୍ଦରଙ୍କ ମୁଣ୍ଡରେ ସୁନା କଳସ ଢାଳିଥିଲା ବିଜେଡ଼ି । ବିଜେଡି ଟିକଟରୁ ନର୍ଲା ବିଧାୟକ ଭାବେ ନିର୍ବାଚିତ ହେଲେ ଭୁପିନ୍ଦର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଓ୍ବା ସହ ବିଜେପି ଓ କଂଗ୍ରେସ ମଧ୍ୟ ବାହାରୁ ପ୍ରାର୍ଥୀ ଦେଇଥିବାରୁ ନିର୍ବିଘ୍ନରେ ନିର୍ବାଚନୀ ବୈତରଣୀ ପାର ହୋଇଗଲେ ଶ୍ରୀ ସିଂ । ସେହି ସମୟରେ ବିଜେଡ଼ି, ବିଜେପି ଓ କଂଗ୍ରେସ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୈାଣସି ସ୍ଥାାନୀୟ ନେତାଙ୍କୁ ଟିକଟ ଦେଇ ନଥିଲେ ।  ଏକ ମାତ୍ର ସ୍ଥାନୀୟ ଲୋକ ଭାବେ ସ୍ବାଭିମାନର ଲଢେଇ ଲଢୁଥିବା ସ୍ବାଧିନ ପ୍ରାର୍ଥୀ ଦୁର୍ଗାପ୍ରସାଦ ମହାନ୍ତି ୨୨,୦୦୦ରୁ ଉର୍ଦ୍ଧ୍ବ ଭୋଟ ପାଇଥିଲେ । ତୃତୀୟ ସ୍ଥାନରେ ରହିଥିଲେ କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନ ନର୍ଲା ନିର୍ବାଚନ ମଣ୍ଡଳୀର ନବ ନିଯୁକ୍ତ ବିଜେଡ଼ି ସଭାପତି ଚିତ୍ତରଞ୍ଜନ ମଣ୍ଡଳ । କଂଗ୍ରେସରୁ ବିଜେଡ଼ିକୁ ଡେଇଁ ଥିବା ଭୁପିନ୍ଦର ସିଂଙ୍କୁ ବିଜୁ ଜନତା ଦଳ ୨୦୧୯ରେ ବିଧାୟକ ଟିକଟ ପ୍ରଦାନ କରିଥିଲା । ସେହିପରି ୨୦୧୯ରେ କଂଗ୍ରେସ ଟିକଟରୁ ଲଢେଇ କରି ବିଜେଡ଼଼ିକୁ ଆସିଥିବା  ଚିତ୍ତରଞ୍ଜନ ମଣ୍ଡଳଙ୍କୁ ଏବେ ୨୦୨୩ରେ ନର୍ଲା ନିର୍ବାଚନ ମଣ୍ଡଳୀର ସଭାପତି ଦାୟିତ୍ୱ ପ୍ରଦାନ କରିଛି ଶାସକ ଦଳ । ତେବେ ନର୍ଲା ନିର୍ବାଚନ ମଣ୍ଡଳୀରେ ସତରେ କ’ଣ ନେତୃତ୍ବର ଅଭାବ ରହୁଛି ନା ଏହା ଭିତରେ କିଛି ଗୁଢ ଅଭିସନ୍ଧି ରହୁଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ତେବେ ୨୦୨୪ ନିର୍ବାଚନରେ ବିଜେଡି ଯଦି ପୂର୍ବ ପାଠର ପୁନରାବୃତ୍ତି କରେ ତେବେ ତା’ର ରଣନିତି ଫେଲ ମାରିପାରେ । କାରଣ ଏବେ ବିଜେପି ଓ କଂଗ୍ରେସ ୨୦୧୯ ନିର୍ବାଚନରେ ଭଡାଟିଆ ନେତାଙ୍କୁ ଆଣି ଠିଆ କରିଥିବା ଭୁଲକୁ ଆଉ ଦୋହରାଇବେ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି ।

Udyog Nursery
Udyogi Nursery

ନର୍ଲା ନିର୍ବାଚନ ମଣ୍ଡଳୀର ଅନେକ ଦୃଢ ସଂଗଠକ ତଥା ଜନତା ଦଳ ଓ ପରେ ବିଜୁ ଜନତା ଦଳରେ ଦୀର୍ଘ ବର୍ଷ ଧରି କାର୍ଯ୍ୟକାରୀ ଆସୁଥିବା ନେତାମାନେ ଥିବା ସତ୍ତ୍ୱେ ନିର୍ବାଚନ ମଣ୍ଡଳୀ ବାହାରୁ ନେତା ଆଣି ସଭାପତି ଭାବରେ ନିଯୁକ୍ତି ଦିଆଯାଇଥିବାରୁ ନର୍ଲା ନିର୍ବାଚନ ମଣ୍ଡଳୀ ବିଜେଡି ମହଲରେ ବିଦ୍ରୋହର ବହ୍ନି ପ୍ରଜ୍ବଳିତ ହେବାର ଆଭାସ ମିଳୁଛି । ଦଳରେ କଳାହାଣ୍ଡିର ଦୁଇନେତା ନିଜ ନିଜ ବୋଲକରାଙ୍କୁ ନୂତନ କମିଟିରେ ସ୍ଥାନ ଦେଇ ପୁରୁଣା ବିଜେଡି ନେତାଙ୍କୁ ଉପେକ୍ଷା କରାଯାଇଥିବା ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି । ଯଦି ଜିଲ୍ଲାର ଉକ୍ତ ଦୁଇ ନେତାଙ୍କର ଏଭଳି ମନୋଭାବ ରହେ ତାହେଲେ ୨୦୨୪ ସାଧାରଣ ନିର୍ବାଚନ ଜିଲ୍ଲାରେ ବିଜେଡିକୁ ମହଙ୍ଗା ପଡିବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି । ଜିଲ୍ଲା କମିଟି ପୁନର୍ଗଠନ ତାଲିକା ପ୍ରକାଶ ପାଇବ ପରେ ନର୍ଲା ବିଜେଡି ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ଯାହା ବିଜେଡି ସୋସିଆଲ ମିଡ଼ିଆରୁ ଜଣାପଡୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.