ଉଳିକୁପା ୟୁଜି ହାଇସ୍କୁଲରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ପରବାଙ୍ଗି କ୍ଲଷ୍ଟରର ଉଳିକୁପା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗଦାନ କରି ରାଜ୍ୟ ସରକାର ସମସ୍ତେ ପଢିବେ ଶ୍ଲୋଗାନ ଦେଇ ଏହାକୁ କେମିତି ଫଳପ୍ରଦ କରୁଛନ୍ତି ସେ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉଳିକୁପା ସରପଞ୍ଚ ଦୀପାଞ୍ଜଳୀ ଶବର, ସମିତି ସଦସ୍ୟା ନିଳାଦ୍ରୀ ସାହୁ ପ୍ରମୁଖ ମଞ୍ଚସୀନ ରହି ମାର୍ଗଦର୍ଶନ ଦେବା ସହ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ପ୍ରସାଦ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଦେବେନ୍ଦ୍ର ଶବର ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ମାଗଣା ସ୍କୁଲ ୟୁନିଫର୍ମ ବଣ୍ଟନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଭବାନୀ ପ୍ରସାଦ ନାଏକ କାର୍ଯ୍ୟକ୍ରମ ସଂଚାଳନ କରିଥିବାବେଳେ ଶିକ୍ଷୟିତ୍ରୀ ଦମୟନ୍ତି ମାଝୀ, ଚନ୍ଦ୍ରିକା ରଣା, ସହକାରୀ ଶିକ୍ଷକ ପର୍ଶୁରାମ ସାହୁ, ଚିତ୍ରସେନ ଶବର, ଶାନ୍ତନୁ ସାହୁ ପ୍ରମୁଖ ପୋଷାକ ବଣ୍ଟନରେ ସହଯୋଗ କରିଥିଲେ। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ। ବିଦ୍ୟାଳୟର ୨୬୮ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ପୋଷାକର ମାନ ଉତ୍ତମ ରହିଛି ବୋଲି ଉପସ୍ଥିତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ଅବିଭାବକମାନେ ମତ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.