ଲାଂଜିଗଡ,୧୮/୫ :କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କିଡିଂ – କୁଚେଇଯୋର୍ ମଝିରେ ଥିବା ବଞ୍ଜାରୀ ଘାଟି ସ୍ଥିତ ମା’ ବଞ୍ଜାରି ମନ୍ଦିର ରେ ନିଆ ଯାଇଛି । ଆଜି (ଶନିବାର) ରାତି ପ୍ରାୟ ୯ଟା ସମୟରେ କିଡ଼ିଂ ଗାଁର କେତେ ଜଣ ବ୍ୟକ୍ତି ମନ୍ଦିରରେ ନିଆଁ ଲାଗିଥିବା ଦେଖି ନିଆଁକୁ ଲିଭାଇ ଥିଲେ । କିନ୍ତୁ ଅଗ୍ନି ଶିଖା ପ୍ରବଳ ଥିବାରୁ ତାହାକୁ ଆୟତ୍ତରେ ଆଣିବା ଅସମ୍ଭବ ଥିଲା ତେଣୁ ସେମାନେ ଦମକଲ କେନ୍ଦ୍ର ସହ ଯୋଗାଯୋଗ କରିଥିଲେ ।
ନର୍ଲାରୁ ଦମକଲ ଆସି ନିଆଁକୁ ଆୟତ୍ତ କରିଥିଲା । କିଡିଂର ଗୋପବନ୍ଧୁ ମାଝୀ, ଦେବାନନ୍ଦ ବଗର୍ତ୍ତୀ, କୁମୁଦ ଗହିର, ଦୁଷ୍ମନ୍ତ ଗୌଡ, ବୁଲୁ, ସୁଶାନ୍ତ, ଜଗା ଆଦି ଯୁବକ ମାନେ ନିଆଁ ଲିଭାଇବାରେ ସହଯୋଗ କରିଥିଲେ । ତେବେ କେଉଁ କାରଣରୁ ମନ୍ଦିରରେ ନିଆଁ ଲାଗିଥିଲା ତାହା ଜଣାପଡିନାହିଁ । ଖବର ଲେଖା ହେବା ବେଳକୁ (ରାତି ୧୧ଟା) ନିଆଁ ଜଙ୍ଗଳ ମୁହାଁ ହୋଇଛି ।
ଲାଂଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ) ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇