ଅଗଷ୍ଟ ୧ ରୁ ସାମୁହିକ ଛୁଟି ନେଲେ ନର୍ଲାର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପୂର୍ବରୁ ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଘୋଷଣା ମୁତାବକ ସାରା ରାଜ୍ୟର ତିନି ହଜାର ଗ୍ରାମ୍ୟ କୃଷି କର୍ମଚାରୀ ଅଗଷ୍ଟ ୧ ରୁ ସାମୁହିକ ଛୁଟିରେ ରହିବେ । ଏଣୁ ନିଜ ନିଜ କୃଷି କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଓ ବ୍ଲକ କୃଷି ଅଧିକାରୀଙ୍କୁ ଏନେଇ ସାମୁହିକ ଛୁଟି ଦରଖାସ୍ଥ ଦେଇଛନ୍ତି ଗ୍ରାମ୍ୟ କୃଷି କର୍ମଚାରୀମାନେ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ସଦସ୍ୟ ସଦସ୍ୟା ବୃନ୍ଦ ନର୍ଲା ବ୍ଲକ ସଂଘର ସଭାପତି କେମନ୍ତ ସାହୁଙ୍କ ନେତୃତ୍ୱରେ ଜ୍ୟୋତ୍ସ୍ନା ମହାପାତ୍ର, ସବିତା ସେନାପତି, ଗଜମତି ମାଝୀ, ଜ୍ୟୋତ୍ସ୍ନା ଭୋଇ, ଚଂଚଳା ସାହୁ, ତିଳତ୍ତମା ସାଗର, ମୀନତି ରଣା, ସୁନୀଲ ଭୋଇ, ସୁରଜିତସିଂ ମାଝୀ ପ୍ରମୁଖ ନର୍ଲା ସହକାରୀ କୃଷି ଅଧିକାରୀ ସୁଜାତା ନାଏକ ଓ ଏଡିଏଓ ଅଫିସ ନର୍ଲାର ସେକ୍ସନ ଅଫିସର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ନର୍ଲା ଏଡିଏଓ ଓ ନର୍ଲା ବ୍ଲକ କୃଷି ଅଧିକାରୀ ରଜତ ମିଶ୍ରଙ୍କୁ ସେମାନଙ୍କ ସାମୁହିକ ଛୁଟି ଦରଖାସ୍ତ ପ୍ରଦାନ କରିଛନ୍ତି । ସରକାର ସେମାନଙ୍କ ୬ ଦଫାର ଦାବୀ ପୁରଣ ନ କରିବା ପର୍ଯ୍ୟନ୍ତ ସେମାନେ ଅନିର୍ଦ୍ଦିଷ୍ଟ କାଳ ଛୁଟିରେ ରହିବେ ବୋଲି ଜଣାପଡିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ସାରା ରାଜ୍ୟର ୩୦୦୦ ଗ୍ରାମ୍ୟ କୃଷି କର୍ମଚାରୀ ସେମାନଙ୍କ ନ୍ୟାୟୋଚିତ ଦାବୀ ନେଇ ସରକଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ମାଧ୍ୟମରେ ଦାବୀ ପୂରଣ ନକରିବାରୁ ୧୪ ରୁ ୨୦ ଜୁଲାଇ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି ଡ୍ୟୁଟି କରିଥିଲେ କର୍ମଚାରୀ । ଜୁଲାଇ ୨୩ ରେ ସମସ୍ତ ଜିଲ୍ଲାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ ମଧ୍ୟ କରିଥିଲେ । ସରକାର ସଂଘର ଦାବୀ ପୁରଣ ନକଲେ ଆସନ୍ତା ଅଗଷ୍ଟ ପହିଲାରୁ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ସଂଘର ସମସ୍ତ କର୍ମଚାରୀ ସମୂହ ଛୁଟିରେ ରହିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ।। ଦାବୀ ଗୁଡିକ ମଧ୍ୟରେ ଚାକିରୀରେ ଯୋଗ ଦେବାର ମୂଳ ଶିକ୍ଷାଗତ ଯୋଗ୍ୟତା ଇଣ୍ଟର ମିଡ଼ିଏଟ ସାଇନ୍ସ ବଦଳରେ ସାଇନ୍ସ ଡିଗ୍ରୀ ରଖିବା ପ୍ରଥମ ଦାବୀ, ସେହିଭଳି ଗ୍ରାମ୍ୟ କୃଷି କର୍ମଚାରୀ ନାମ ପରିବର୍ତ୍ତନ, ଗ୍ରେଡ ପେ ୨୦୦୦ ଟଙ୍କା ବଦଳରେ ୪୨୦୦ ଟଙ୍କା କରିବା, ଚାକିରୀ କାଳ ମଧ୍ୟରେ ସର୍ବନିମ୍ନ ତିନିଗୋଟି ପଦୋନ୍ନତି ଦେବା, ସର୍ବପରି ବହୁପ୍ରତିକ୍ଷିତ କ୍ୟାଡର ପୁନର୍ଗଠନ, ୨୦୧୩ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ପରେ ତା ପୂର୍ବରୁ ବିଭାଗ ପ୍ରଣୟନ କରିଥିବା ଚୁକ୍ତିଭିତ୍ତିକ ନିଯୁକ୍ତି ସମୟକୁ ଚାକିରୀ କାଳ ଭାବେ ଗଣନା କରି ୬ ଗୋଟି ନ୍ୟାସନାଲ ଇଂକ୍ରିମେଣ୍ଟ ପ୍ରଦାନ କରିବା ଆଦି ଦାବୀ ରହିଛି ।

Omkar Vasthu
Omkar Vasthu

ସରକାରଙ୍କ ସହ ଆଲୋଚନା ଓ କଳାବ୍ୟାଚ ପରିଧାନ ପରେ ମଧ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ମାନଙ୍କ ଦାବୀ ଗୁଡିକ ପୁରଣ ନକରିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସାରା ରାଜ୍ୟର ଗ୍ରାମ୍ୟ କୃଷି କର୍ମଚାରୀ । ରାଜ୍ୟ ସରକାର କୃଷି ଓ କୃଷକଙ୍କୁ ପ୍ରାଧାନ୍ୟ ଦେଇ କୃଷି କ୍ଷେତ୍ରରେ ଦେଶରେ ବିକାଶ ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି ଘୋଷଣା କରିଆସୁଛନ୍ତି । କୃଷି ର ବିକାଶ ପାଇଁ ବିଭିନ୍ନ ଯୋଜନା ମଧ୍ୟ ପ୍ରଣୟନ କରିଛନ୍ତି । ତୃଣମୂଳ ସ୍ତରର ଗ୍ରାମ୍ୟ କୃଷି କର୍ମଚାରୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ରାଜ୍ୟ ନବୀନ ସରକାର ଦୁଇ ଦୁଇ ଥର କୃଷି କର୍ମଣ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି । ହେଲେ ନ୍ୟାୟୋଚିତ ଦାବୀ କରୁଥିବା ସେହି ଗ୍ରାମ୍ୟ କୃଷି କର୍ମଚାରୀ ମାନଙ୍କ ଦାବିକୁ ସରକାର କର୍ଣ୍ଣପାତ କରୁନଥିବା ଦୁର୍ଭାଗ୍ୟ ଜନକ ବିଷୟ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି । ଏବେ ଚାଷର ସମୟ ସାରା ରାଜ୍ୟର ଗ୍ରାମ୍ୟ କୃଷି କର୍ମଚାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ରହିଲେ ଚାଷକାର୍ଯ୍ୟ ଅନେକ ପ୍ରଭାବିତ ହେବ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.