ସମ୍ବଲପୁର୨୮/୧୧: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବିରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆହ୍ଵାନରେ ଗୁରୁବାର ଓ ଶୁକ୍ରବାର ୪୮ ଘଣ୍ଟିଆ ବନ୍ଦ ପାଳନ ହେବ। ସ୍କୁଲ-କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ଯାନବାହାନ ଚଳାଚଳ ସଂପୂର୍ଣ୍ଣ ରୂପେ ବନ୍ଦ ରହିବ। ସ୍ୱାସ୍ଥ୍ୟଗତ ସମସ୍ୟା ଜନିତ ଯାନବାହାନ ପ୍ରବେଶ ପାଇଁ ଓକିଲ ସଂଘ ପକ୍ଷରୁ ସ୍ୱତନ୍ତ୍ର ପାସ ବ୍ୟବସ୍ଥା କରାଯାଇଛି। ସାଧାରଣ ଜନତା ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣି ରଖନ୍ତୁ ବୋଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଅପିଲ କରାଯାଇଛି।





