ଘାରିଲା ହାରିବା ଭୟ

ରାଜସ୍ଥାନରୁ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜସ୍ଥାନର ଶିକାର ଠାରେ ପିଏମ କିଷାନ ସମୃଦ୍ଧି କେନ୍ଦ୍ରର ଉଦଘାଟନ କରିବା ସହ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସେଥିରେ ମୋଦି ସିଧାସଳଖ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି। ବିରୋଧୀ ନିଜର ପାପକୁ ଲୁଚାଇବା ପାଇଁ ୟୁପିଏକୁ ଇଣ୍ଡିଆରେ ରୂପାନ୍ତରିତ କରିଛନ୍ତି। ପୂର୍ବରୁ କୌଣସି କମ୍ପାନୀ ବଦନାମ ହୋଇଯିବା ପରେ ନିଜର ନାଁ ବଦଳାଇ ଲୋକଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଥିଲେ। କଂଗ୍ରେସ ଏବେ ସେଭଳି ପନ୍ଥା ଆପଣାଇଥିବା ସେ କହିଛନ୍ତି। ତେଣୁ ଏବେ ପୁଣିଥରେ ମହାତ୍ମା ଗାନ୍ଧୀଙ୍କ କ୍ୱିଟ ଇଣ୍ଡିଆ ନାରାର ଆବଶ୍ୟକତା ରହିଛି। ଏପରିକି ପରିବାରବାଦ, ତୁଷ୍ଟିକରଣ , ଭ୍ରଷ୍ଟାଚାର ଭାରତ ଛୋଡୋ ବୋଲି ସେ କହିଛନ୍ତି। ଯଦି ଇଣ୍ଡିଆର ଚିନ୍ତା ଥାନ୍ତା ତାହେଲେ କଣ ବିରୋଧୀ ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ମୋଦି। ବିଦେଶରେ ଯାଇ ଭାରତ ଉପରେ ହସ୍ତକ୍ଷେପ କରିବାକୁ କହିବା, ଟୁକଡେ ଟୁକଡେ ଗ୍ୟାଙ୍ଗକୁ ଗଳାରେ ଲଗାଇବା ଭଳି ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ।
ଏପରିକି ପୂର୍ବରୁ କଂଗ୍ରେସ ଇଣ୍ଡିଆ ହିଁ ଇନ୍ଦିରା ଓ ଇନ୍ଦିରା ହିଁ ଇଣ୍ଡିଆ ବୋଲି ନାରା ଦେଇଥିବାରୁ ଲୋକେ ତାଙ୍କୁ ସଫା କରିଦେଇଥିଲେ ବୋଲି ମୋଦି କହିଛନ୍ତି। ତେଣୁ ଅହଂକାରରେ ଭରା ଏହି ଲୋକମାନେ ଏବେ ପୁଣିଥରେ ସେଭଳି ପାପ ଦୋହରାଇଛନ୍ତି ବୋଲି ସେ କହିଛନ୍ତି। ତେଣୁ ପୂର୍ବରୁ ଲୋକମାନେ ସେମାନଙ୍କ ଅବସ୍ଥା ଯେଉଁଭଳି କରିଥିଲେ ଏବେ ସେଭଲି କରିବେ ବୋଲି ମୋଦି କହିଛନ୍ତି। ଏବେ ଭାରତ ଛାଡ଼ ନାରାକୁ ଗାଁ ଗାଁରେ ପହଞ୍ଚାଇବାର ଆଵଶ୍ୟକତା ଅଛି ବୋଲି ସେ କହିଛନ୍ତି। କଂଗ୍ରେସକୁ ସବୁଠୁ ବଡ଼ ଦିଶାହିନ ଦଳ କହିବା ସହ ରାଜସ୍ଥାନରେ ସବୁଠୁ ଚର୍ଚ୍ଚିତ ଲାଲ ଡାଏରୀ ପ୍ରସଙ୍ଗ ଉଠାଇଛନ୍ତି ମୋଦି। ରେଡ଼ ଡାଏରୀରେ କଂଗ୍ରେସର କଳା କାରନାମା ଅଛି ବୋଲି ସେ କହିଛନ୍ତି। କଂଗ୍ରେସ ନିଜ ଭିତରେ ଲଢେଇରେ ବ୍ୟସ୍ତ ଅଛି ବୋଲି କହିବା ସହ ଦେଶରେ ମୁକ୍ତ ରାସନ ଓ କରନା ସମୟରେ ଦେଶର ଗରିବମାନଙ୍କୁ ମୁକ୍ତ ଭ୍ୟାକ୍ସିନର ଗ୍ୟାରେଣ୍ଟି ବିଜେପି ହିଁ ଦେଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶ ସମେତ ରାଜସ୍ଥାନ ପାଇଁ କେନ୍ଦ୍ରର ବିଜେପି ସରକାର ବହୁ ବିକାଶମୂଳକ କାର୍ଯ୍ୟ କରିଥିବା ବେଳେ ରାଜସ୍ଥାନରେ ସରକାର ଆସିଲେ ଏହି ପ୍ରକ୍ରିୟା ଆହୁରି ତୀଵ୍ର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏଥିସହ ମୋଦୀ କହିଥିଲେ କଂଗ୍ରେସର ଅର୍ଥ ହେଉଛି ଲୁଟ ବଜାର । ରାଜସ୍ଥାନର ଲାଲ ଡାଏରୀରେ ଗେହଲଟ ସରକାରଙ୍କ କଳା କାରାନାମା ଲେଖା ହୋଇଛି। ବିରୋଧୀ ମେଂଟ ଇଣ୍ଡିଆକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କୁଇଟ ଇଣ୍ଡିଆ ସ୍ଲୋଗାନ ଦେଇଥିଲେ। ଗଣତନ୍ତ୍ରରେ ପ୍ରତ୍ୟକ ସରକାର ନିଜ କାର୍ଯ୍ୟର ହିସାବ ଦେବାକୁ ପଡେ କିନ୍ତୁ ରାଜସ୍ଥାନରର କଂଗ୍ରେସ ସରକାର ହିସାବ ଦେଇପାରିବ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଏଥିସହ ମୋଦୀ କହିଛନ୍ତି ରାଜସ୍ଥାନରେ ଦଳିତଙ୍କ ଉପରେ ଚରମ ସୀମାରେ ପହଁଚିଛି ଅତ୍ୟାଚାର। ନିଶା କାରବାର ବୃଦ୍ଧି ପାଉଛି। ଉତ୍ସବ ଓ ପର୍ବପର୍ବାଣୀରେ ରାଜ୍ୟ ପ୍ରତ୍ୟକଥର ଦେଖୁଛି ହିଂସା। ରାଜ୍ୟ ସରକାର ଯୁବଗୋଷ୍ଠୀ ବିରୋଧୀ ସରକାର ଅଟେ। ତେଣୁ ରାଜ୍ୟବାସୀ ଏଣିକି ପରିବର୍ତନ ଚାହୁଁଛନ୍ତି। ସେପଟେ କେରଳଗସ୍ତ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭିଡିଓ ଜାରି କରି ମୋଦୀଙ୍କ ବୟାନ ଉପରେ ଜବାବ ଦେଇଛନ୍ତି।
ସେପଟେ ରେଡ଼ ଡାଏରୀ ପ୍ରସଙ୍ଗ ବିଜେପିର ପ୍ରାୟୋଜିତ କାର୍ଯ୍ୟ ଓ ମୋଦି ରାଜସ୍ଥାନ ଆସିଲେ ଏ ପ୍ରସଙ୍ଗ ନିଶ୍ଚିତ ଉଠାଇବେ ବୋଲି କଂଗ୍ରେସ ଆଶଙ୍କା ପ୍ରକାଶ କରିଥିଲା। ମୋଦି ମଧ୍ୟ ସେ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଘେରିଛନ୍ତି। ସେପଟେ ରେଡ଼ ଡାଏରୀ ପ୍ରସଙ୍ଗରେ ରାଜସ୍ଥାନ ମନ୍ତ୍ରୀ ମହେଶ ଯୋଶୀ ବିତାଡିତ ମନ୍ତ୍ରୀ ରାଜେନ୍ଦ୍ର ଗୁଢାଙ୍କ ବିରୋଧରେ ମାନହାନି ମାମଲା କରିବା ନେଇ ଚିନ୍ତା କରୁଥିବା କହିଛନ୍ତି। ଏହି ପ୍ରସଙ୍ଗକୁ ଉଠାଇ ବିଜେପି କଂଗ୍ରେସକୁ ବଦନାମ କରିବାକୁ ଚାହୁଁଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଗୋଟିଏ ପଟେ ରେଡ଼ ଡାଏରୀ ପ୍ରସଙ୍ଗରେ ରାଜସ୍ଥାନ ରାଜନୀତି ଉଷ୍ଣ ହୋଇଥିବା ବେଳେ ଇଣ୍ଡିଆ ମେଣ୍ଟ ପ୍ରସଙ୍ଗକୁ ନେଇ ଜାତୀୟ ସ୍ତରରେ ବିଜେପି ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଏଭଳି ସ୍ଥିତିରେ ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦି ଉଭୟ ପ୍ରସଙ୍ଗକୁ ନେଇ କଂଗ୍ରେସ ଉପରେ ବର୍ଷିଥିବାରୁ ଚର୍ଚ୍ଚା ଆହୁରି ରୋଚକ ମୋଡ଼ ନେଇଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହାରିବା ଭୟ ଘାରିଥିବାରୁ ସେ ଇଣ୍ଡିଆ ମେଣ୍ଟ ଉପରେ ରାଗ ସୁଝାଉଛନ୍ତି ବୋଲି ଚର୍ଚ୍ଚା ଆଲୋଚନା ଜୋର ଧରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.