ଛତୁ ଖାଇ ୭ ଗୁରୁତର ଅସୁସ୍ଥ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ଏନଏସି ୭ନଂ.ୱାଡ ନୂଆସାହିର ହରିଜନ ବସ୍ତିର ମଳିକ ନାୟକ ଙ୍କ ପରିବାର ଜଙ୍ଗଲି ଛତୁ ଖାଇ ୭ ଜଣ ଅସୁସ୍ଥ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତିଙ୍କ ମଧ୍ୟରେ ମଳିକ ନାୟକ, ପମି ନାୟକ, ଅଜିତ ନାୟକ, ମାନସ ନାୟକ, ମନ ନାୟକ, ଶ୍ରୀୟା ନାୟକ, ଓ ଯାକବ ନାୟକ ପ୍ରଥମେ ଛତୁ ଖାଇବା ପରେ ମୁଣ୍ଡ ଝିମ ଝିମ ହେବା ସହ ମୁଣ୍ଡ ଓ ପେଟ ବ୍ୟଥା ହେବାରୁ ମେଡ଼ିକାଲକୁ ଆସିଥିଲେ। ସେମାନଙ୍କୁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାର ଡାକ୍ତର ଅର୍ଣ୍ଣପୂର୍ଣ୍ଣା ସାହୁ, ଡା. ରାମ ପାତ୍ର, ଡା. ବିଶାଲ ବାବୁଙ୍କ ଚିକିତ୍ସା ପରେ ସାଲାଇନ ଓ ଇଞ୍ଜେକସନ ଦେବା ସହ ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏହାକୁ ନେଇ ଅଞ୍ଚଳରେ ଛତୁ ଖାଇଥିବା ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ବର୍ଷା ଯୋଗୁଁ ଜଙ୍ଗଲରେ ବିଭିନ୍ନ ପ୍ରଜାତି ର ଜଙ୍ଗଲି ଛତୁ ଫୁଟୁଥିବା ବେଳେ ଲୋକେ ସଂଗ୍ରହ କରି ନିଜେ ଖାଇବା ସହ ବଜାରରେ ବିକ୍ରି କରୁଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.