ଶିକ୍ଷାବିକାଶ ସମିତି ଓଡିଶା ଦକ୍ଷିଣ ସମ୍ଭାଗର କଳାହାଣ୍ଡି ବିଭାଗ ସ୍ତରୀୟ ଆଧାରଭୂତ କାର୍ଯ୍ୟାଶାଳା 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁସୁମଖୁଣ୍ଟି ସରସ୍ବତୀ ଶିଶୁମନ୍ଦିର ଠାରେ ଶିକ୍ଷାବିକାଶ ସମିତି ଓଡିଶା ଦକ୍ଷିଣ ସମ୍ଭାଗ ପକ୍ଷରୁ କଳାହାଣ୍ଡି ବିଭାଗ ପକ୍ଷରୁ ଦୁଇ ଦିନିଆ ଆଧାର ଭୁତ କାର୍ଯ୍ୟାଶାଳା ଉଦଯାପିତ ହୋଇଛି। ସରସ୍ବତୀ ଶିଶୁମନ୍ଦିର କୁସୁମଖୁଣ୍ଟି ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟଶାଳା ରେ ୪ ଗୋଟି ସଂକୁଳ ର ୪୩ ଜଣ ଆଚାର୍ଯ୍ୟ, ଆଚାର୍ଯ୍ୟା ଭାଗ ନେଇ ପ୍ରଶିକ୍ଷଣ ନେଇଥିଲେ।ଦୀପ ପ୍ରଜ୍ବଳନ ଓ ମା ସରସ୍ବତୀ ବନ୍ଦନା କରି ଭଉଣୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କୁସୁମଖୁଣ୍ଟି ସରସ୍ବତୀ ଶିଶୁବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଭବାନୀ ଶଙ୍କର ବେହେରା ଅତିଥି ପରିଚୟ କରିଥିବା ବେଳେ କଳାହାଣ୍ଡି ବିଭାଗ ନିରୀକ୍ଷକ ତଥା ପ୍ରାନ୍ତ ପ୍ରଶିକ୍ଷଣ ସଂଯୋଜକ ବିପିନ ବିହାରୀ ମିଶ୍ର ଉଦେଶ୍ୟ ଜ୍ଞାପନ କରିଥିଲେ। ପ୍ରାନ୍ତୀୟ ତଥା କ୍ଷେତ୍ରୀୟ ଶିଶୁବାଟିକା ସଂଯୋଜକ ପ୍ରଦୀପ କୁମାର ମଲ୍ଲିକ ପ୍ରଶିକ୍ଷକ ଭାବେ ଯୋଗ ଦେଇ ସଂଗୀତ, ଶାରୀରିକ, ଯୋଗ, ସଂସ୍କୃତ, ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ମାଧ୍ୟମରେ ଶିଶୁ ଭାଇ ଭଉଣୀ ଙ୍କୁ ଶିକ୍ଷା ପ୍ରଦାନ କଲେ ଗୁଣାତ୍ମକ ଶିକ୍ଷା ପାଇ ଏକ ଆଦର୍ଶ ଶିକ୍ଷିକ ସମାଜ ଗଠନ ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ । କାର୍ଯ୍ୟାଶାଳାରେ ସମ୍ଭାଗ ଓ ଜିଲ୍ଲା ପ୍ରମୁଖ ପ୍ରଶିକ୍ଷକ ଭାବେ ଶାରୀରିକ ବିଭାଗ ରେ ସୁରେନ୍ଦ୍ର ନାଗ, ଯୋଗ ରେ ଶତ୍ରୁଜିତ ବେହେରା, ସଂଗୀତ ରେ ଶିବ ପ୍ରଧାନ, ସଂସ୍କୃତ ରେ ନିତ୍ୟାନନ୍ଦ ପତି, ନୈତିକ ଓ ଆଧ୍ୟାତ୍ମିକ ବିଭାଗ ରେ ଭବାନୀ ଶଙ୍କର ବେହେରା ଆଚାର୍ଯ୍ୟ ଆଚାର୍ଯ୍ୟା ଙ୍କୁ ପ୍ରଶିକ୍ଷଣ କରି କାର୍ଯ୍ୟରେ ତ୍ୱରାନ୍ୱିତ କରିବାକୁ ଉପଦେଶ ଦେଇଥିଲେ l କାର୍ଯ୍ୟାଶାଳା ରେ ଚାରିଟି ସଂକୁଳ ଭବାନୀପାଟଣା, ଜୁନାଗଡ଼, କେସିଙ୍ଗା, ଜୟପାଟଣାର ଆଚାର୍ଯ୍ୟ ଆଚାର୍ଯ୍ୟାମାନେ ଭାଗ ନେଇଥିବା ବେଳେ ଅତିଥି ଭାବେ ପରିଚାଳନା କମିଟିର ଉପଦେଷ୍ଟା ବୃନ୍ଦାବନ ପୁଝାରୀ, ଉପସଭାପତି ମହେନ୍ଦ୍ର ବେହେରା, ସମ୍ପାଦକ ଦିଗନ୍ତ ପଟ୍ଟନାୟକ,ପ୍ରମୁଖ ଯୋଗ ଦେଇଥିଲେ l ଗୁରୁଜୀ ଉତ୍ତମ କୁମାର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ପରିଚାଳନା କମିଟି ସମ୍ପାଦକ ଦିଗନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଗୁରୁଜୀ ପରମାନନ୍ଦ ବେମାଲ, ମୁରଲୀଧର ପଟ୍ଟନାୟକ, ଭୋଳାନାଥ ଗହୀର, ଦୁଷ୍ମନ୍ତ ପୂଝାରୀ, କ୍ରିଷ୍ଣା ନାଏକ, ଗୁରୁମା ମିନତୀ ପଟ୍ଟନାୟକ, ସନ୍ଧ୍ୟାରାଣୀ ମହାରଣା, ତରୁଣୀ ଗୋପାଳ, ମିନାକ୍ଷୀ ନାଗ, ସେବିକା ବିଳାସିନୀ ବାଣୁଆ, ସେବକ ଗଗନେଶ୍ୱର ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.