ଡ଼ଙ୍ଗରୀଗୁଡା-କାଶୀବାହାଲ ରାସ୍ତା: ଯାତ୍ରୀଙ୍କୁ କଲବଲ କରୁଛି ଖାଲ ଖମା ଓ କାଦୁଅ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପ୍ରାଧାନମନ୍ତ୍ରୀ ସଡ଼କ ଯୋଜନାରେ ହୋଇଥିବା ଡ଼ଙ୍ଗରୀଗୁଡା-କାଶୀବାହାଲ ରାସ୍ତା ନିନ୍ନମାନର କାମ ଯୋଗୁଁ ନିର୍ମାଣର ୩ବର୍ଷ ମଧ୍ୟରେ ଏମିତି ହୋଇଛି ଯେ’ ରାସ୍ତାରେ ଯା’ଆସ କରୁଥିବା ଲୋକେ ସାମାନ୍ୟ ଅସାବଧାନତା ହେଲେ ଦୁର୍ଘଟଣାର ଶୀକାର ହେବା ଥୟ। ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି ହୋଇ ଯାତ୍ରୀଙ୍କୁ କଲବଲ କରୁଛି କାଦୁଅ। ଏଣେ ବିଭାଗର ନିଘା ନାହିଁ ଜନ ସାଧାରଣରେ ବଢୁଛି ଅସନ୍ତୋଷ।

Omkar Vasthu
Omkar Vasthu

ସୂଚନା ଯେ’ ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡ଼ଙ୍ଗରୀଗୁଡା ଛକଠାରୁ କାଶିବାହାଲ କୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ନିନ୍ନମାନର କାର୍ଯ୍ୟ ଯୋଗୁଁ ନିର୍ମାଣର ୩ ବର୍ଷ ୪ମାସ ମଧ୍ୟରେ ଶୋଚନୀୟ ହୋଇ ରାସ୍ତା ସାରା ବଡ଼ବଡ଼ ଖାଲ ସୃଷ୍ଟି ହୋଇଛି। ଫଲରେ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ଭୋଗୁଥିବାବେଳେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କୁହନ୍ତି। ଦୀର୍ଘ ବର୍ଷ ଧରି ଏହି ରାସ୍ତା ଶୋଚନୀୟ ହୋଇ ପଡ଼ିରହିଥିଲା। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଦାବି କରିବା ପରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗତ ୨୦୧୯ ମସିହାରେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟ ଆରମ୍ଭ ହେଲା। ଏହି କାର୍ଯ୍ୟର ଟେଣ୍ଡର ସମୃଦ୍ଧି କନଷ୍ଟ୍ରସନ୍, ସ୍ବତନ୍ତ୍ର ଶ୍ରେଣୀର ଠିକାଦାର ପାଇଥିଲା। ଏହାର ଅଟକଳ ମୁଲ୍ୟ ୩୭.୦୦୩ ଲକ୍ଷ ରହିଥିଲା ଓ ୨୦/୩/୨୦୨୦ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ହେଲେ ଅତ୍ୟନ୍ତ ନିନ୍ନମାନର କାର୍ଯ୍ୟ ଯୋଗୁଁ ୩ବର୍ଷ ୧୦ ମାସ ୪ ଦିନ ମଧ୍ୟରେ ଶୋଚନୀୟ ହୋଇ ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି ହୋଇ ରହିଛି। ଆମ୍ବୁଲାନ୍ସରେ ଗୋଗୀଙ୍କୁ ଡାକ୍ତର ଖାନା, ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଯିବା ଆସିବା କରିବାରେ ଅନେକ ସମସ୍ୟା ଭୋଗିବାକୁ ପଡ଼ିଛି। ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ ହେଉଥିବା କୋକସରା ବ୍ଲକର ଏକାଧିକ କାମ ନିନ୍ନମାନର ବୋଲି ଲୋକେ ବିଭିନ୍ନ ସମୟରେ ଅଭିଯୋଗ ଆଣୁଛନ୍ତି। ଏଣେ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଲରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ମରାମତି ପାଣ୍ଠି ଭରସା ସାଜିଛି। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଠିକାଦାର ଓ ଯନ୍ତ୍ରୀ ମାନଙ୍କ ମିଲିଭଗତରେ ଏଭଲି କାର୍ଯ୍ୟ ହେଉଥିବା ଜନ ସାଧାରଣରେ ଚର୍ଚ୍ଚା ଆଲୋଚନା ଯୋର ଧରିଛି। ଏଣୁ ବିଭାଗୀୟ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବା ସହିତ ଉକ୍ତ ରାସ୍ତା ମରାମତି କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ବିଷୟରେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.