ବିଷାକ୍ତ ସାପ କାମୁଡାରେ ମହିଳା ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବୀନ୍ଦ୍ର ମିଶ୍ର): କଲମପୁର ନିକଟସ୍ଥ କସାବାହୀ ଠାରେ ଜଣେ ମହିଳା ସାପ କାମୁଡାରେ ଗୁରୁତର ହେଇଛନ୍ତି। ତାଙ୍କୁ ଉଦ୍ଧାର କରି ପ୍ରଥମେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରବର୍ତ୍ତୀ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁସାରେ କସାବାହୀ ଗ୍ରାମ ର ଅହଲ୍ୟା ଚଣ୍ଡୀ ନାମକ ଜନୈକ ମହିଳା ଘରେ ଶୋଇଥିଲେ । ରବିବାର ଭୋରରୁ ଏକ ବିଷାକ୍ତ ଚିତି ସାପ ମହିଳାଙ୍କ ହାତରେ କାମୁଡି ଦେଇଥିଲା। ତାଙ୍କୁ ପରିବାର ଲୋକ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.