ସଚିନ-ଡ୍ରାଭିଡଙ୍କ ରେକର୍ଡ ଭାଙ୍ଗି ପାରିଲେ ନାହିଁ ବ୍ରଡ-ଆଣ୍ଡରସନ

ଓଡ଼ିଆ ବାର୍ତ୍ତା/ ଲଣ୍ଡନ: ଆଶେଷ ସିରିଜରେ ପରେ ଇଂଲଣ୍ଡର ଷ୍ଟାର ବୋଲର ଷ୍ଟୁଆର୍ଟ ବ୍ରଡ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବେ । ବ୍ରଡ ଏବଂ ତାଙ୍କ ସାଥୀ ଖେଳାଳି ଜେମ୍ସ ଆଣ୍ଡରସନ ଏକତ୍ର ୧୩୮ ଟେଷ୍ଟ ଖେଳିଛନ୍ତି । ତେବେ ଏହି ଯୋଡି ଅଳ୍ପକେ ରେକର୍ଡ ହାସଲରୁ ବଂଚିତ ହୋଇଛନ୍ତି । ଏକତ୍ର ସର୍ବାଧିକ ମ୍ୟାଚ ଖେଳିବାରେ ଏହି ରେକର୍ଡ ସଚିନ ତେନ୍ଦୁଲକର ଓ ରାହୁଲ ଡ୍ରାଭିଡଙ୍କ ନାମରେ ରହିଛି । ସେମାନେ ଭାରର ପକ୍ଷରୁ ୧୪୬ ଟେଷ୍ଟ ଖେଳିଛନ୍ତି । ଏହି ତାଲିକାରେ ତୃତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ମାର୍କ ବାଉଚର ଓ ଜ୍ୟାକ୍ସ କାଲିସ ରହିଛନ୍ତିି । ସେମାନେ c୧୩୭ ଟେଷ୍ଟ ଖେଳିଛନ୍ତି । ଭାରତର ରାହୁଲ ଡ୍ରାଭିଡ ଓ ଭିଭିଏସ ଲକ୍ଷ୍ମଣ ୧୩୨ ଟେଷ୍ଟ ସହ ଚତୁର୍ଥ ଏବଂ ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଓ ଆଲିଷ୍ଟର କୁକ ୫ମ ସ୍ଥାନରେ ରହିଛନ୍ତି ।

ବ୍ରଡ-ଆଣ୍ଡରସନ ଏକାଠି ଖେଳି ଇଂଲଣ୍ଡ ପକ୍ଷରୁ ୧୦୩୭ ୱିକେଟ ନେଇଛନ୍ତି । ତେବେ ପେସ ବୋଲର ଯୋଡି ଭାବେ ସେମାନେ କୀର୍ତିମାନ ସ୍ଥାପନ କରିଛନ୍ତି । ବ୍ରଡ-ଆଣ୍ଡରସନ ୧୦୦ରୁ ଅଧିକ ଟେଷ୍ଟ ଏକତ୍ର ଖେଳି ୱେଷ୍ଟଇଣ୍ଡିଜର କର୍ଟନୀ ଆମ୍ବ୍ରୋଜ ଓ କର୍ଟନୀ ୱାଲ୍ଡଙ୍କୁ ପଛରେ ପକାଇଛନ୍ତି । ସେମାନେ ଏକତ୍ର ୯୫ ଟେଷ୍ଟ ଖେଳିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.