ସଇଁତଲାକୁ ବିଜ୍ଞାପିତ ଅଞ୍ଚଳ ମାନ୍ୟତା ଦାବୀ ପାଇଁ ପ୍ରସ୍ତୁତି ବୈଠକ

ପ୍ରଶାସନ ହସ୍ତକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ ସହ ରାସ୍ତାରୋକ ହେବ -ପୂର୍ଵତନ ମନ୍ତ୍ରୀ ସିଂ ଭୋଇ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସହରକୁ ବିଜ୍ଞାପିତ ଅଞ୍ଚଳ ଭାବରେ ମାନ୍ୟତା ଦାବୀକୁ ନେଇ ରବିବାର ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ସଇଁତଲା ସରପଞ୍ଚ ସୁବ୍ରତ ନାଗଙ୍କ ଆବାହକରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବିବିନା ସରପଞ୍ଚ ପୁରୋଷତ୍ତମ କଲତା ମଞ୍ଚାସୀନ ଥିଲେ l ଏହି ଅବସରରେ ପୂର୍ଵତନ ମନ୍ତ୍ରୀ ଶ୍ରୀ ସିଂ ଭୋଇ କହିଲେ ସଇଁତଲାକୁ ଦୀର୍ଘ ୧୫ ବର୍ଷ ହେବ ଦାବୀ ଉପସ୍ଥାପନ କରି ଆସୁଅଛୁ l ଯଦି ପ୍ରଶାସନ ଏ ଦିଗରେ କୋଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନ ଗୁଡିକରେ ଆନ୍ଦୋଳନ, ରାସ୍ତାରୋକ ଭଳି ଅନିଦ୍ଧିଷ୍ଟ କାଳ ପଯ୍ୟନ୍ତ ଧାରଣା ମଧ୍ୟ ଦିଆଯିବ ବୋଲି ପ୍ରଶାସନ ସତର୍କତା କରିଛନ୍ତି l ଉକ୍ତ ସଭାରେ ସଇଁତଲା ଓ ବିବିନା ପଞ୍ଚାୟତକୁ ନେଇ ବିଜ୍ଞାପିତ ଅଞ୍ଚଳ ଭାବେ ଦାବୀ ଉପସ୍ଥାପନ କରାଯିବ l ଏହି ସଇଁତଲାକୁ ଦୀର୍ଘ ୧୫ ବର୍ଷ ହେବ ଏନଏସି ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ସରକାର ଙ୍କ ବୈମାତୃକ ମନୋଭାବ ଯୋଗୁଁ ହୋଇପାରୁ ନ ଥିଲା l ଯାହା ଦ୍ୱାରା ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଥିଲା l ଯଦି ପ୍ରଶାସନ ତୁରନ୍ତ ହସ୍ତକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ, ସଇଁତଲା ବନ୍ଦ ଭଳି ଅନିଦ୍ଧିଷ୍ଟ କାଳ ପଯ୍ୟନ୍ତ ଧାରଣା ଜାରୀ ରହିବ ବୋଲି ସଭାରେ ଆଲୋଚନା ହୋଇଥିଲା l ଏହାକୁ ଦୃଷ୍ଟି ରଖି ଏକ ୩୦ ଜଣିଆ କମିଟି ଗଠନ କରାଯାଇଥିଲା l ଉକ୍ତ କମିଟିର ନାମ ସଇଁତଲା ବିଜ୍ଞାପିତ ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ନାମରେ ନାମିତ କରାଯାଇଥିଲା l ଆଗାମୀ ଦିନରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ଭି.କେ. ପାଣ୍ଡିଆନ ବଲାଙ୍ଗୀର ଗ୍ରସ୍ତରେ ଆସୁଥିବା ବେଳେ ତାଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯିବା ସାଙ୍ଗକୁ ସଇଁତଲା ବିଜ୍ଞପିତ ଅଞ୍ଚଳର ସମସ୍ତ କାଯ୍ୟଗୁଡିକ ପୂର୍ଵତନ ମନ୍ତ୍ରୀ ଶ୍ରୀ ସିଂ ଭୋଇଙ୍କ ତତ୍ତ୍ୱବଧାନ ହେବ ବୋଲି ସଭାରେ ନିଷ୍ପତି ନିଆଯାଇଛି l ପ୍ରକାଶ ଯେ, ଲୋକେ ଦୈନନ୍ଦିନ କାର୍ଯ୍ୟରେ ସଇଁତଲା ଉପରେ ନିର୍ଭରଶୀକ ହୋଇଥାନ୍ତି l ଲୋକଙ୍କ ପାରିପାର୍ଶ୍ଵିକ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନିକ କ୍ଷେତ୍ରରେ ସଇଁତଲାରେ ବ୍ଲକ କାର୍ଯ୍ୟାଳୟ ସ୍ଥାପନ ହୋଇଅଛି l ଏହା ବ୍ୟତୀତ ତହସିଲ ଅଫିସ, ଡାକ୍ତରଖାନା ସହିତ ଶିକ୍ଷା କ୍ଷେତ୍ରରେ ମହାବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, କନ୍ୟା ଆଶ୍ରମ, ଭିନ୍ନକ୍ଷମ ବିଦ୍ୟାଳୟ, ସରକାରୀ ବେସରକାରୀ ଅନୁଷ୍ଠାନ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଥାନା, ରେଲୱେ ଷ୍ଟେସନ, ପ୍ରାଣୀ ଚିକତ୍ସାଳୟ, ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକ କୃଷି କାଯ୍ୟଳୟ, ଷ୍ଟେଟ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, କୋଅପରେଟିଭ ବ୍ୟାଙ୍କ ସହରରେ ରହିଅଛି l ଏପରିକି ସବରେଜେଷ୍ଟ୍ରର ଅଫିସର ମଧ୍ୟ ଦାବୀ ଉଠିଥିଲା l ସଇଁତଲା ଅଞ୍ଚଳରେ ସାମାଜିକ ଜୀବନ ଶୈଳୀ ତଥା କଳା, ସ୍ଥାପତ୍ୟ, ପ୍ରଥା ଓ ପରମ୍ପରା ଅନ୍ୟ ସମସ୍ତଙ୍କ ଠାରୁ ଭିନ୍ନ l ଏହି ସହରରେ ସମସ୍ତ ପ୍ରକାର ଆବଶ୍ୟକୀୟ ଜିନିଷପତ୍ର ଉପଲବ୍ଧ ପାଇଁ ଅନେକ ଗୁଡିଏ ଦୋକାନ ବଜାର ଗଢିଉଠିଛି l ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ଷ୍ଟେସନ ଥିବାବେଳେ ଜନସାଧାରଣଙ୍କ ନ୍ୟାୟ ପାଇଁ ଜେଏମଏଫସି କୋର୍ଟ ସ୍ଥାପନ ହୋଇଅଛି l ତେବେ ସମସ୍ତ ପାରିପାର୍ଶ୍ଵିକ ସ୍ଥିତିକୁ ତର୍ଜମା କଲେ ସଇଁତଲା କୁ ବିଜ୍ଞାପିତ ଅଞ୍ଚଳ ମାନ୍ୟତା ଦେବାର ଆବଶ୍ୟକତା ରହିଛି l ଏହି ବୈଠକରେ ସହରର ବୁଦ୍ଧିଜୀବି, ଶିକ୍ଷକ ସମାଜ, ଯୁବଗୋଷ୍ଠି, ବରିଷ୍ଠ ନାଗରିକ, କୃଷକ ସଂଗଠନ, ସଚେତନ ନାଗରିକ, ବଣିକ ସଂଘ, ଡ୍ରାଇଭର ସଂଘ ଓ ସାମ୍ବାଦିକ ସଂଘର କର୍ମକର୍ତ୍ତା ସମେତ ଅଞ୍ଚଳର ଜନସାଧାରଣ ସଇଁତଲାକୁ ଏନଏସି ମାନ୍ୟତା ପାଇଁ ଦାବୀ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.