ଯାଦବ ମହାସଭା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ୪୨ମୌଜା ଯାଦବ ମହାସଭା ପକ୍ଷରୁ କଟକ ସଦର ବ୍ଲକ ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ନହରପଦା ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନ୍ତରାଷ୍ଟ୍ରୀୟ ମାନବାଧିକାର ଆସୋସିଏସନର ରାଜ୍ୟ ସଭାପତି ତଥା ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଇ° ପ୍ରଦୀପ କୁମାର ବେହେରାଙ୍କ ଆହ୍ବାନ କ୍ରମେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଯାଦବ ମହାସଭା ଉପ ସଭାପତି ବିନୋଦ ବେହେରା, ୪୨ ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ କୁମାର ବେହେରା, ମନୋରଞ୍ଜନ ବେହେରା, ସାଗର ବେହେରା, ଶଙ୍କର ବେହେରା, ହୃଦାନନ୍ଦ ବେହେରା, ଅନାଦି ବେହେରା ଓ ପର୍ଶୁରାମ ବେହେରା ଅଂଶ ଗ୍ରହଣ କରି ବୃକ୍ଷ ରୋପଣ କରିଥିଲେ। ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସି.ଏଚ୍.ଓ. ସିପ୍ରା ନାୟକ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଅଶୋକ କୁମାର ଜେନା, ଆଶାକର୍ମୀ ସୌଦାମିନୀ ପଣ୍ଡା, ସାରଦା ମହାନ୍ତି, ରଞ୍ଜୁ ଦାସ, ମିନୁ ମହାନ୍ତି, ଝରଣା ଖଟୁଆ, ରେଣୁ ବାଳା ଦାସ, ଗ୍ରାମର ଯୁବ ପ୍ରତିଭା ରାହୁଲ ପଣ୍ଡା ଏବଂ ଜିତି ରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.