ସାଇବାର କ୍ରାଇମ ରୋକିବା ପାଇଁ ସୁବର୍ଣ୍ଣପୁର ଥାନାରେ ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ସଦର ଥାନା ଠାରେ ଥାନା ଭାରପ୍ରାପ୍ତ ଅଧିକାରୀ ପଦ୍ମାସିନୀ ମେହେରଙ୍କ ଅଧ୍ୟକ୍ଷତାରେ ସମସ୍ତ ବ୍ୟାଙ୍କ ମ୍ୟାନେଜର ଓ କର୍ମଚାରୀଙ୍କୁ ନେଇ ସାଇବାର କ୍ରାଇମକୁ ରୋକିବା ଦିଗରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା l ବ୍ୟାଙ୍କ ଆଗରୁ ବାଇକ ଡ଼ିକିରୁ ଟଙ୍କା ଲୁଟ ଓ ଅଭିନଵ ଢଙ୍ଗରେ ଲୋକଙ୍କୁ ଠକୁ ଥିବା ଲୁଟେରା ତଥା ସନ୍ଦିଗ୍ଧ ବ୍ୟକ୍ତିଙ୍କ ପ୍ରତି ସିସି ଟିଭି ଜରିଆରେ ତୀକ୍ଷ୍ଣ ନଜର ରଖି ଗ୍ରାହକଙ୍କୁ ସୁରକ୍ଷା ଦେବାକୁ ଆଇଆଇସି ଶ୍ରୀମତୀ ମେହେର ପ୍ରକାଶ କରିଥିଲେ l ପ୍ରକାଶ ଯେ ଏବେ ସହରର ଅନେକ ବ୍ୟାଙ୍କ ସମ୍ମୁଖରେ ଥିବା ସିସି ଟିଭି ସବୁ ଅଚଳ ଅବସ୍ଥାରେ ଥିବା ଜଣାପଡ଼ିଛି । ପରେ ପରେ ଆଗାମୀ ୪ ତାରିଖରେ ଜ଼ିଲ୍ଲା ପୋଲିସ ପକ୍ଷରୁ ହେବାକୁ ଥିବା ମେଗା ରକ୍ତ ଦାନ ଶିବିର ରେ ରକ୍ତ ଦାନ ସହ ସମସ୍ତ ସହଯୋଗ କରିବାକୁ ଅନୁରୋଧ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.