ଉଲିକୁପା ଓ ଶାନ୍ତପୁର କଲେଜରେ ପ୍ରବେଶ ଉତ୍ସବ

ଲଗାଣ ବର୍ଷା ସତ୍ତ୍ୱେ ଛାତ୍ରଛାତ୍ରୀ ଅନେକ ଉତ୍ସାହର ସହ ଉପସ୍ଥିତ

ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ଜିଲ୍ଳା ପରିଷଦ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନୂତନ ଭାବରେ ଖୋଲିଥିବା ଉଲିକୁପା ଓ ଶାନ୍ତପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଲିକୁପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ କଲେଜ)ର ପ୍ରବେଶ ଉତ୍ସବରେ ଅତିଥି ଭାବରେ ପୂର୍ବତନ ବିଧାୟକ କୁମରମଣି ଶବର, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସୂର୍ଯ୍ୟମଣି ବାଗ, ଉଲିକୁପା ସରପଞ୍ଚ ଦୀପାଞ୍ଜଳୀ ଶବର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ଶବର ଯୋଗଦାନ କରି ଉଲିକୁପା ଭଳି ନିପଟ ମଫସଲ ଜାଗାରେ ରାଜ୍ୟ ସରକାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲି ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ପାଇଁ ପାଠ ପଢିବାର ସୁଯୋଗ ସୃଷ୍ଟି କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନୂତନ ଭାବରେ ଆଡମିଶନ ନେଇଥିବା ୧୨୮ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ଅତିଥିଙ୍କ ଗଣପତି ପୂଜନ ପରେ ନୂତନ ଭାବରେ ଆଡମିସନ ନେଇଥିବା ଚାତ୍ରଛାତ୍ରୀଙ୍କୁ ସିନ୍ଦୁର, ଚନ୍ଦନ ଓ ପ୍ରସାଦ ଦେଇ ବିଦ୍ୟାଳୟ ପରିଚାଳନା କତ୍ତୃପକ୍ଷଙ୍କ ତରଫରୁ ସ୍ୱାଗତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀପ୍ରସାଦ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରବେଶ ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ପର୍ଶୁରାମ ସାହୁ, ଜିତେନ୍ଦ୍ର ବିଶ୍ୱାଳ, ଅନୀଲ ପଧାନ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ଭାବରେ ନିଯୁକ୍ତି ପାଇଥିବା ଅତିଥି ଶିକ୍ଷକ ଓ ଅଭିଭାବକ ବୃନ୍ଦ ଯୋଗଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିଭଳି ଶାନ୍ତପୁର ରାଧାକୃଷ୍ଣ ହାଇସ୍କୁଲରେ ନୂତନ ଭାବରେ ଆରମ୍ଭ ହୋଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ପ୍ରଧାନ ଶିକ୍ଷକ ସାରଙ୍ଗଧର ଠାକୁରଙ୍କ ଅଧ୍ୟକ୍ଷତାରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗଦାନ କରି ବିଘ୍ନ ବିନାଶକ ବଘ୍ନେଶ୍ୱରଙ୍କ ଠାରେ ଧୂପ, ଦୀପ, ଚନ୍ଦନ, ସିନ୍ଦୁର ଦେଇ ପୂଜା କରିଥିଲେ । ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ପୂର୍ବତନ ସରପଞ୍ଚ ଲୋକନାଥ ସା, ଶାନ୍ତପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦର ସଭାପତି ତଥା ଶାନ୍ତପୁରର ପୂର୍ବତନ ସରପଞ୍ଚ ଟିକେଧର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପର୍ଶୁରାମ ହରପାଲ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନବ ନିଯୁକ୍ତ ଅତିଥି ଶିକ୍ଷକ ବୃନ୍ଦ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ଦୁଇଦିନ ଧରି ଲଘୁଚାପ ଜନିତ ପ୍ରବଳ ବର୍ଷା ସତ୍ୱେ ନୁତନ ଭାବରେ ଆଡମିସନ ନେଇଥିବା ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଅନେକ ଉତ୍ସାହ ନେଇ ପ୍ରବେଶ ଉତ୍ସବରେ ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା । ନୂତନ ଭାବରେ ଆଡମିଶନ ନେଇଥିବା ଛାତ୍ରଛାତ୍ରୀଙ୍କୁ ସମସ୍ତେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିବା ସହିତ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

Udyog Nursery
Udyogi Nursery

କଳହାଣ୍ଡି ଜିଲ୍ଲାରେ ରହିଥିବା ବିଭିନ୍ନ ଜୁନିୟର କଲେଜ ଗୁଡିକରେ କମ ପ୍ରତିଶତ ମାର୍କରଖି ଉତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀ ଆଜିକାର ଅନଲାଇନ ଏଡମିଶନରୁ ବଞ୍ଚିତ ହେଉଥିଲେ । ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ଏଭଳି ପ୍ରୟାସ ଯୋଗୁଁ ଆଜି ମଫସଲ ଗାଁ ଗାଁର ଛାତ୍ରଛାତ୍ରୀ ମାନେ ସ୍ଥାନୀୟ କଲେଜରେ ପାଠ ପଢିବାର ସୁଯୋଗ ପାଉଛନ୍ତି ବୋଲି ଅଭିଭାବ ମହଲ ଓ ସ୍ଥାନୀୟ ଜନସାଧାରଣ ମତପ୍ରକାଶ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଭାବରେ ଓ ବିଜେଡି ଜଣେ ସକ୍ରୀୟ କର୍ମୀ ଭାବରେ ମୁଖ୍ୟ ମନ୍ତ୍ରୀଙ୍କ ଅସ୍ଥା ଭାଜନ ହୋଇ ଉଲିକୁପା ଶାନ୍ତପୁରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ଦିଗରେ ପ୍ରୟାସ କରି ଶେଷରେ ଏହାର ସଫଳ ରୁପାୟନ କରିଥିବାରୁ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କୁ ମଧ୍ୟ ସ୍ଥାନୀୟ ଅଭିଭାବକ, ଜନସାଧାରଣ, ବିଦ୍ୟାଳୟ ପରିଚାଳନା କତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ମାନେ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.