ସୋନପୁରର ସୁନା ଝିଅ ତୁଳସୀ ଓ ମୌସୁମୀ; ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବାଜିମାତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡ଼ିଶା ସିଭିଲ୍‌ ସର୍ଭିସ ପରୀକ୍ଷାରେ ୪୬ ନମ୍ବର ସ୍ଥାନରେ ସୋନପୁର ସହରର ସୁନା ଝିଅ ତୁଳସୀ ମେହେର (୨୫) ଓ ୩୧୪ ନମ୍ବର ସ୍ଥାନରେ ମୌସୁମୀ ପାତ୍ର ସଫଳତା ପାଇ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି। ଏହି ସଫଳତା ନେଇ ତାଙ୍କର ପରିବାର ବର୍ଗଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ତୁଳସୀ ସୋନପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ। ସେ ଦଶମ ଶ୍ରେଣୀରେ ୯୦ ପ୍ରତିଶତ ମାର୍କ ରଖି ଉର୍ତ୍ତିର୍ଣ୍ଣ ହୋଇଥିଲେ ଓ ପରେ ବଲାଙ୍ଗୀର ଯୁବୋଦୟ କଲେଜ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ସେ ୯୧ ପ୍ରତିଶତ ମାର୍କ ରଖି ବଲାଙ୍ଗୀର ଜିଲ୍ଲା ଟପ୍ପର ସୋଇଥିଲେ। ପରେ ରାଉରକେଲା ସ୍ଥିତ ଏନଆଇଟିରେ କେମିକାଲ ବିଭାଗ ଇଂଜିନିୟରିଂରେ ପାସ କରି ତୁଳସୀ ମେହେର ଜଣେ ମେଧାବୀ ଛାତ୍ରୀ ଭାବରେ ନିଜ ଦକ୍ଷତା ପ୍ରତିପାଦନ କରିଥିଲେ। ଜନସେବା ଲକ୍ଷ୍ୟ କରି ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପ୍ରସ୍ତୁତି ପାଇଁ ୮/୯ ଘଣ୍ଟା ପରିଶ୍ରମ କରି ଆସୁଥିଲେ। ଆମର ଯୌଥ ପରିବାର ହେଲେ ମଧ୍ୟ କଠିନ ପରିଶ୍ରମ ପାଇଁ ତୁଳସୀକୁ ସଫଳତା ମିଳିଛି ବୋଲି କହନ୍ତି ବାପା ଖଡି ଭୂଷଣ ମେହେର, ମା ଅମ୍ବିକା ମେହେର ଓ ଖୁଡି ଜ୍ୟୋସ୍ନା ମେହେର। ଏହି ସଫଳତା ପାଇଁ ଭାଇ ଚନ୍ଦନ ବାପା, ମାଆ ସହ ଭଗବାନଙ୍କୁ ଶ୍ରେୟ ଦେଇଛନ୍ତି ତୁଳସୀ ମେହେର।

Omkar Vasthu
Omkar Vasthu

ସେହିପରି ସୋନପୁର ସହରର ମୌସୁମୀ ପାତ୍ର (୩୦) ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୩୧୪ନମ୍ବର ସ୍ଥାନ ରଖି ଗୌରବ ଆଣି ଆସିଛନ୍ତି। ସୋନପୁର ବାଳିକା ହାଇସ୍କୁଲରେ ଦଶମ ଶ୍ରେଣୀ ଓ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଏକ ମେଧାବୀ ଛାତ୍ରୀ ଭାବରେ ସେ ପରିଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଭୁବନେଶ୍ଵରସ୍ଥିତ ମିଟସ୍ (MIITS) ସ୍କୁଲ ଅଫ ବାଇ ଟେକୋନଲୋଜିରେ ବିଏସସି ଏବଂ ଏମଏସି ଡିଗ୍ରୀ ହାସଲ କରିଥିଲେ। ଏବେ ସେ କିଟସ୍ କଲେଜରେ ସିନିୟର ଲେବ୍ରୋଟେରୀ ଟେକ୍ନିସିଏନ ଭାବରେ କାର୍ଯ୍ୟରତ ଅଛନ୍ତି। ପ୍ରତିଦିନ ୮/୧୦ ଘଣ୍ଟା ପରିଶ୍ରମ କରନ୍ତି ବୋଲି ବାପା ସଦାନନ୍ଦ ପାତ୍ର ସହ ମା ଉମା ପାତ୍ର କହିଛନ୍ତି। ମେଧାବୀ ଛାତ୍ରୀ ମୌସୁମୀ ହେଉଛନ୍ତି ପୂର୍ବତନ ବିଧାୟକ ବିନୋଦ ପାତ୍ରଙ୍କ ଝିଆରୀ। ପ୍ରଥମ ଥର ପାଇଁ ସହରର ଦୁଇଜଣ କନ୍ୟା ରତ୍ନଙ୍କ ଏପରି ସଫଳତା ଜିଲ୍ଲାର ଶିକ୍ଷା ପ୍ରେମୀଙ୍କୁ ଖୁବ ଆନନ୍ଦ ପ୍ରଦାନ କରିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.