ନର୍ଲାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଏନେଇ ନର୍ଲା ବଙ୍ଗଳାରେ ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନର୍ଲା ପଞ୍ଚାୟତ ବଜାର ଗୃହ ଓ ଡାକ ବଙ୍ଗଳା ପାର୍ଶ୍ଵରେ ରହିଥିବା ଜାଗାରେ ବସ ଷ୍ଟାଣ୍ଡ ନିର୍ମାଣ କରାଯାଉ ବୋଲି ମତ ପ୍ରକାଶ ପାଇବା ପରେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ନର୍ଲା ଡ଼ାକବଙ୍ଗଳା ପାର୍ଶ୍ୱରେ ଖାଲିଥିବା ଜାଗାକୁ ଚିହ୍ନଟ କରି ବସଷ୍ଟାଣ୍ଡ ନିର୍ମାଣ ପାଇଁ ସ୍ଥିର ହୋଇଛି l ଓଏସଆରଟିସି ଡ଼ିଟିଏମ ଅମୀୟ ପଟ୍ଟନାୟକଜମି ପରିଦର୍ଶନ କରିଛନ୍ତି ଏହି ଜାଗାକୁ । ଏହି ପରିଦର୍ଶନ ସମୟରେ ନର୍ଲା ରେଭେନ୍ୟୁ ସୁପରଭାଇଜର ରଞ୍ଜିତ ରାଉତ, ଆରଆଇ ଶାଶ୍ୱତ ମିଶ୍ର ଉପସ୍ଥିତ ରହି ଜମି ଚିହ୍ନଟ କରିଥିବା ବେଳେ ସର୍ଗିଗୁଡ଼ା ସମିତି ସଭ୍ୟ ଚିରଞ୍ଜାବୀ ଗୌଡ଼ିଆ, କିଶୋର ମାଝୀ, ପୂର୍ଣଚନ୍ଦ୍ର ପୂଝାରୀ, ଚନ୍ଦ୍ରଶେଖର ପୂଝାରୀ ସହ ସାମ୍ବାଦିକ ନୀଳକଣ୍ଠ ବେହେରା, ଶାନ୍ତନୁ ପାତ୍ରଙ୍କ ସମେତ ଅନେକ ଜନସାଧାରଣ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.