ପଣ୍ଡକାପଦର ଛକରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟଣାକୁ ନେଇ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିବା ଜଣାପଡିଛି । ଘଟଣାଟି ଘଟିଛି ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଦୋରାଗୁଡା ଥାନା ଅଧିନସ୍ଥ ଡଙ୍ଗାସିଲ ଗ୍ରାମ ପଂଚାୟତର ପାଣ୍ଡକାପଦର ଛକରେ । ମୃତ ବାଇକ ଆରୋହୀ ଉକ୍ତ ପଂଚାୟତର ତୁଜେର ଗ୍ରାମର କାନ୍ତାରୁ ନାଏକଙ୍କ ୨୭ବର୍ଷୀୟ ପୁଅ ବାଲେଶ୍ୱର ନାଏକ ବୋଲି ଜଣାପଡିଛି । ଉତ୍ୟକ୍ତ ଲୋକେ ବାଲେଶ୍ୱରଙ୍କ ମର ଶରୀରକୁ ନେଇ କ୍ଷତିପୂରଣ ଦାବିରେ ଦୀର୍ଘ ୫ଘଂଟାରୁ ଉର୍ଦ୍ଧ ସମୟ ଧରି ରାସ୍ତା ଅବରୋଧ କରିବା ସହ ଦୁର୍ଘଟଣା ଘଟାଇ ଫେରାର ଥିବା ଗାଡିକୁ ଧରିବା ପାଇଁ ଦାବି କରିଛନ୍ତି । ଘଟଣା ସ୍ଥଳରେ ଦୋରାଗୁଡା ଥାନା ପୋଲିସ ଏବଂ ଡଙ୍ଗାସିଲ ଫାଣ୍ଡି ପୋଲିସ ଉପସ୍ଥିତ ରହି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି । ବାଲେଶ୍ୱର ଉତ୍କଳ ଆଲୁମିନା କମ୍ପାନୀ ଅଧିନସ୍ଥ ସବ୍ କମ୍ପାନୀ ଆଦିତ୍ୟ ଲଗିଷ୍ଟିକ୍‌ରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ଅପରାହ୍ନ ସାଢେ ୨ଟା ଭିତରେ ରେ ସେ ନିଜ ବାଇକରେ ଡ୍ୟିୁଟିକୁ ଯାଉଥିବା ସମୟରେ ପାଣ୍ଡକାପଦର ଛକରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଘଟଣା ସ୍ଥଳରେ ବାଲେଶ୍ୱର ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ତାଙ୍କ ବାଇକ୍ ମଧ୍ୟ ଛିଟିକି ପଡିଥିଲା । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଉଷାପଡା ହସ୍ପିଟାଲକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେ କାମ କରୁଥିବା କମ୍ପାନୀ ପକ୍ଷରୁ ତାଙ୍କ ପରିବାରକୁ କ୍ଷତିପୂରଣ ଏବଂ ଅଜଣା ଗାଡିକୁ ଧରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.