୬ ଦଫା ଦାବୀ ନେଇ କାଶିପୁର ବ୍ଳକ ଘେରାଉ କଲା ନିଖିଳ ଓଡ଼ିଶା ପାଚକ ପାଚିକା ମହାସଂଘ

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶିପୁର (ଶିବ ନାରାୟଣ ଗୈାଡ/ ଆଲାରାମ ଭାତ୍ରା): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଳକ ସଦର ମହକୁମା ଠାରେ ବ୍ଳକ ସଭାନେତ୍ରୀ ଶ୍ରୀମତୀ ସଂଯୁକ୍ତା ବିଷୋୟୀଙ୍କ ନେତୃତ୍ବରେ ଆଜି ସ୍ଥାନିୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ବିଜୁ ଶ୍ରମିକ ସାମୁଖ୍ୟ ଅନୁବନ୍ଧିତ ନିଖିଳ ଓଡ଼ିଶା ପାଚକ ପାଚିକା ମହାସଂଘ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ନାରାବାଜି କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଉକ୍ତ ସଭାରେ ମୂଖ୍ୟ ଅତିଥି ରୂପେ ପାଚକ ପାଚିକା ମହାସଂଘର ରାଜ୍ଯ ସଭାପତି ଯୋଗେନ୍ଦ୍ର ସ୍ବାଇଁ ଯୋଗ ଦେଇ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରି ଆସୁଥିବା ପାଚକ ପାଚିକା ମା ମାନଙ୍କୁ ସାମାଜିକ ସୁରକ୍ଷା ଲାଗୁ କରିବା ସହିତ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ଯ ସରକାରଙ୍କୁ ଅନୁରୋଧ କରିଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲା ସଂଯୋଜକ ତଥା ରାୟଗଡ଼ା ଜିଲ୍ଲା ସଭାପତି ନିରଂଜନ ପାତ୍ର ମାନ୍ଯବର ମୁଖ୍ୟମନ୍ତ୍ରୀ ପାଚକ ପାଚିକା ମା ମାନଙ୍କ ଦାବୀ ଉପରେ ଅବଗତ ଅଛନ୍ତି। ତେଣୁ ଗତ ଜୁନ୍ ୧୨ ରେ ସାରା ଓଡ଼ିଶାର ୩୦ ଜିଲ୍ଲାରୁ ପାଚିକା ଓ ସହାୟିକା ମା ମାନଙ୍କୁ ଭୂବନେଶ୍ୱର ଡ଼କାଇଥିଲେ । ୨୦୦୯ ରୁ ୨୦୧୨ ମଧ୍ଯରେ ଏକ ମଧ୍ଯବର୍ତ୍ତୀକାଳନ ବକେୟା ପାଉଣା ପ୍ରଦାନ କରିବା ସହିତ ଦୁଇ ହଳ ଶାଢ଼ୀ ପାଇଁ ମଧ୍ଯ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ତେଣୁ ଆଗାମୀ ଦିନରେ ମାନ୍ଯବର ମୁଖ୍ୟମନ୍ତ୍ରୀ ପାଚକ ପାଚିକା ମା ମାନଙ୍କ ଦାବୀକୁ ନେଇ କେନ୍ଦ୍ର ସରକାରଙ୍କ ନିକରେ ଦାବୀ ଉପସ୍ଥାପନ କରିବେ ବୋଲି ଆମର ଆଶାବିଶ୍ୱାସ ରହିଛି ବୋଲି ଶ୍ରୀ ପାତ୍ର ମତ ରଖିଥିଲେ। ଉକ୍ତ ସଭାରେ ପାଚକ ପାଚିକା ମହାସଂଘର ରାୟଗଡ଼ା ଜିଲ୍ଲାର ଉପଦେଷ୍ଟା ଖଗେଶ୍ୱର ସିଂ, ଦୟା ନାଏକ, ମାନସିଂ ଅଟକା ଯୋଗଦେଇ ଥିବା ବେଳେ ପାଚକ ପାଚିକା ମହାସଂଘର ରାୟଗଡ଼ା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ରୁକ୍ମିଣୀ ପାତ୍ର, ଉପସଭାନେତ୍ରୀ ଶ୍ରୀମତୀ ସୁଭଦ୍ରା ଦାସ, ହେମଲତା ସିଂ, ସୁଦେବି ଦେଓ ପ୍ରମୂଖ ଉପସ୍ଥିତ ଥିଲେ। ଶେଷରେ ମଣ୍ଡଳ ଶିକ୍ଷା ଅଧିକାରିଣୀଙ୍କ ସହିତ କାଶିପୁର ବ୍ଳକର ପ୍ରତ୍ୟେକ ସ୍କୁଲରେ ରହିଥିବା ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ କେମିତି କରାଯିବ ସେଥିପାଇଁ ଆଲୋଚନା କରାଯାଇଥିଲ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.