ଲାଞ୍ଜିଗଡ଼ରେ ହାତୀ ଆତଙ୍କ: ଭାଙ୍ଗିଲେ ଘର, ଖାଇଲେ ଧାନ, ଚାଉଳ ନଷ୍ଟ କଲେ ଆସବାବପତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଦୀର୍ଘ ଦୁଇ ବର୍ଷ ହେବ ଲାଞ୍ଜିଗଡ଼ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଡ଼ିବାରେ ଲାଗିଛି। ଫଳରେ ଅନେକ ଲୋକଙ୍କ ଜନ ଜୀବନ ସମେତ ଲୋକଙ୍କ ଘର, ଭାଙ୍ଗି ଆସବାବପତ୍ର ନଷ୍ଟ କରୁଥିବା ଚିତ୍ର ସାମ୍ନାକୁ ଆସୁଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଦକ୍ଷିଣ ବନାଞ୍ଚଳ ଅନ୍ତର୍ଗତ ମୂଷାନାଲ ସେକ୍ସନର କାନକୁଟରୁ ଗ୍ରାମ ପଞ୍ଚାୟତର ତଳକାକେଶ୍ୱର ଗ୍ରାମରେ ବ୍ୟପକ ଭଙ୍ଗାରୁଜା କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଆଠ ଟିକିଆ ଜଙ୍ଗଲୀ ହାତୀପଳ ତଳକାଳେଶ୍ୱର ଗାଁକୁ ପଶି ପ୍ରଥମେ ରହୀ ମାଝୀ ଘର ଭାଙ୍ଗିବା ପରେ ଚୈତୁ ମାଝୀ, ପୂର୍ଣ୍ଣ ମାଝୀ, ଟୁକୁଲି ମାଝୀ ଓ ଶୁକ୍ରୁ ମାଝୀଙ୍କ ଘର ସମ୍ପୂର୍ଣ ଭାଙ୍ଗିବା ସହିତ ଘରେ ଥିବା ଧାନ, ଚାଉଳ ସମେତ ଆବାସ ପତ୍ରକୁ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ସେହି ପରି ରହୀ ମାଝୀଙ୍କ ଘରେ ରଖିଥିବା ଧାନ, ଚାଉଳ ଖାଇବା ସହିତ ସମସ୍ତ ସାମଗ୍ରୀ ଫିଙ୍ଗା ଫୋପଡ଼ା କରିଦେଇଛନ୍ତି। ବିଳମ୍ବିତ ରାତିରେ ଗାଁ ମୁଣ୍ଡରେ ଭୀଷଣ ଗର୍ଜନ କରିଥିଲେ ହାତୀପଲ। ଶବ୍ବ ଶୁଣି ରହୀ ମାଝୀଙ୍କ ପରିବାର ସହ ଅନ୍ୟ ପରିବାର ମଧ୍ୟ ଜୀବନ ବିକଳରେ ଘରଛାଡି ପଳାଇ ଯାଇଥିଲେ। ଏ ସମ୍ପର୍କରେ ଖବର ପାଇ ମୂଷାନାଳ ଫରେଷ୍ଟର ଓ କର୍ମଚାରୀ ଗାଁରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ଏଥିସହ ହାତୀପଲର ଗତିବିଧି ଉପରେ ନଜର ରଖାଯାଇଥିବା କହିଛନ୍ତି ଫରେଷ୍ଟର ଶ୍ରୀ ମାଝୀ। ତେବେ ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ କାନକୁଟୁରୁ ସରପଞ୍ଚ ବନମାଳୀ ମାଝୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରଙ୍କ ଗାଇଡଲାଇନ ଅନୁସାରେ ଯାହାର ରାସନ ସାମଗ୍ରୀ ନଷ୍ଟ ହୋଇଛି ତାହାକୁ ରାସନ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ସାନ୍ତନା ଦେଇଥିଲେ। ତେବେ ହାତୀପଲ ପାଞ୍ଚଟି ଘର ଭାଙ୍ଗିଥିବା ଜଣାପଡିଛି। କ୍ଷତିଗ୍ରସ୍ତ ପରିବାରବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.