ରାସ୍ତା କରୁଛି ହୀନିସ୍ତା; ଅସୁବିଧା ଭୋଗୁଛନ୍ତି ଧରୁଆପଡାବାସୀ, ରାଜନୈତିକ ଆକ୍ରୋଶ ନା ପ୍ରଶାସନିକ ଅବହେଳା

କେବେ ହେବ ସବୁଦିନିଆ ପକ୍କାରାସ୍ତା ?

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗାଁକୁ ଯିବାପାଇଁ ସବୁ ଦିନିଆ ଭଲ ରାସ୍ତା ନ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମୁଷାପାଲି ପଞ୍ଚାୟତ ଗହନାମୁଣ୍ଡାର ଧରୁଆପଡାବାସୀ। ପଞ୍ଚାୟତର ୱାର୍ଡ଼ ନମ୍ବର ୧୧ରେ ରହିଥିବା ଏହି ପଡ଼ାରେ ଶହେରୁ ଉର୍ଦ୍ଧ୍ବ ପରିବାର ଦୀର୍ଘ ବର୍ଷରୁ ରହି ଆସୁଛନ୍ତି। ପଡାକୁ ଯିବା ପାଇଁ ରହିଥିବା ପ୍ରାୟ ଏକ କି.ମି. ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ କାଦୁଅ ପଚପଚ ହୋଇ ରହିଛି। ଫଳରେ ଦୁଇ ଚକିଆ କିମ୍ବା ଚାରିଚକିଆ ଗାଡି ଯିବା ତ’ ଦୂରର କଥା କଷ୍ଟେ ମଷ୍ଟେ ଲୋକେ ପାଦରେ ଯା’ଆସ କରିଥାନ୍ତି। ଦୈନନ୍ଦିନ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ, କୋମଳମତି ଶିଶୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ଆସିବା କରିବା ଓ ପଞ୍ଚାୟତରୁ ରାସନ୍ ସାମଗ୍ରୀ ଆଣିବା ସମୟରେ ଲୋକେ ଅନେକ ହଟହଟା ହୋଇଥାନ୍ତି। ଗାଁରେ କାହାରି ଯଦି ସ୍ବାସ୍ଥ୍ୟ ଖରାପ ହୁଏ ତେବେ ଆମ୍ବୁଲାନ୍ସ ମଧ୍ୟ ପଡ଼ାକୁ ଆସି ନ ଥାଏ, ଏବଂ ରୋଗୀଙ୍କୁ ଅଧାବଟ ଖଟିଆରେ ବୋହି ନେଲା ପରେ ମିଲିଥାଏ ଆମ୍ବୁଲାନ୍ସ ସେବା। ତେଣୁ ରାସ୍ତା ସମସ୍ୟାକୁ ନେଇ ପଡାବାସୀ ବିଭିନ୍ନ ସମୟରେ ନେତା ଓ ପ୍ରଶାସନ ଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଏଜାବତ୍ କୌଣସି ସୁଫଳ ମିଳୁନାହିଁ। ଫଳରେ କାଦୁଅ ପଚପଚ ରାସ୍ତାରେ ଅତି ଦୟନୀୟ ଅବସ୍ଥାରେ ଲୋକେ ଯିବା ଆସିବା କରୁଥିବା ପ୍ରକାଶ କରିଛନ୍ତି। ବର୍ତ୍ତମାନ ବର୍ଷା ସମୟ ହୋଇଥିବାରୁ ଲୋକଙ୍କ ଦୁର୍ଦ୍ଦଶା ଆହୁରି ଦ୍ବି ଗୁଣିତ ହୋଇଛି। ଲୋକଙ୍କ ଅଭିଯୋଗ ଅନୁସାରେ ଏଠାରୁ ନିର୍ବାଚିତ ପ୍ରତନିଧି ଆକ୍ରୋଶ ମନୋଭାବ ରଖିଛନ୍ତି ନା ପ୍ରଶାସନିକ ଅଧିକାରୀଙ୍କୁ ଚାପ ପକେଇ ଏହି ରାସ୍ତାର ଉନ୍ନତି କରଣ କରୁନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି, ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ତେବେ ଧରୁଆ ପଡା ରାସ୍ତା ସମସ୍ୟା ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ରୋହିତ ହଂସ, ଉଁଆସୁ ଛତ୍ରିଆ, ଯୋଗୀ ଧରୁଆ, ଅକ୍ଷୟ ହଂସ, ସରସ ଛତ୍ରିଆ, ଲତା ଧରୁଆ, ଗୋମତୀ ହଂସ, ଗୀତା ପୋଡ଼, ଅନୁ ଗୋପାଳ, ଓମ୍ ହଂସ, ଅଭି ଧରୁଆ, ଜଗନ୍ନାଥ ଧରୁଆ ସମେତ ପଡାବାସୀ ଦାବି କରିଛନ୍ତି। ଯଦି ଏହି ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ପନ୍ଥା ଆପଣେଇବୁ ବୋଲି ପଡବାସୀ କହିଛନ୍ତି। ଏନେଇ ମୁଷାପାଲି ସରପଞ୍ଚ ଅକ୍ଷୟ ନାଏକଙ୍କ ମତାମତ ନେବାରୁ କୌଣସି ପ୍ରତକ୍ରିୟା ମିଳି ପାରିନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.