ଜନ ଶିକ୍ଷଣ ସଂସ୍ଥାନର ପ୍ରଥମ ବୈଠକ 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ) : ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଓ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ମିଳିତ ଉଦ୍ୟମରେ ପ୍ରଥମ ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ ବୈଠକ ସଫଳତାର ସହ ଭବାନୀପାଟଣା ସ୍ଥିତ ଭାଗୀରଥୀ ଇନ୍ ଠାରେ ହୋଇଛି l ଆଜିର ଏହି ପ୍ରଥମ ବୈଠକରେ ଜେ.ଏସ.ଏସ କଳାହାଣ୍ଡିର ଅଧ୍ୟକ୍ଷ ଶ୍ରୀ ବ୍ରି ବିଜୁ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜେ.ଏସ୍.ଏସ୍ କଳାହାଣ୍ଡି ର ନିର୍ଦେଶକ ଶ୍ରୀ ସୁବ୍ରତ କୁମାର ତ୍ରିପାଠୀ l ଆଜିର ଏହି ବୈଠକରେ ବୋର୍ଡ ଅଫ ମ୍ୟାନେଜମ୍ୟାଣ୍ଟ ର ସଦସ୍ୟ ଏବଂ ସଦସ୍ୟା ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନାଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସରକାରୀ ସଦସ୍ୟ ଭାବରେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଅଜିତ କୁମାର ଉତ୍ତରାୟ ଏବଂ ଅଣ ଅଫିସିଆଲ୍ ସଦସ୍ୟ ଶ୍ରୀ ସିମାଞ୍ଚଳ ମିଶ୍ର ଯୋଗ ଦେଇ ଏହି ଯୋଜନାକୁ ଅଧିକ ରୁ ଅଧିକ ଦକ୍ଷତାର ସହିତ କାର୍ଯ୍ୟକାରୀ କଲେ ଯୁବଗୋଷ୍ଟି ଉପକୃତ ହୋଇ ପାରିବେ ବୋଲି ପରାମର୍ଶ ଦେଇଥିଲେ |

Omkar Vasthu
Omkar Vasthu

ସୂଚନା ଥାଉକି ଜେ.ଏସ.ଏସ ସଂସ୍ଥାନ କଳାହାଣ୍ଡି ଜିଲ୍ଲାର ୧୩ ଟି ବ୍ଲକରେ ଭାରତ ସରକାରଙ୍କ ବିଭିନ୍ନ ଟ୍ରେଡ଼ର ଟ୍ରେନିଂ ପ୍ରଦାନ କରୁଛି l ଏହି ସଂସ୍ଥା ମାଧ୍ୟମ ରେ ସ୍ଥାନୀୟ ଯୁବକ ଯୁବତୀ ମାନେ କିପରି ନିଜେ ସ୍ୱାଭିଲମ୍ବୀ ହୋଇ ପାରିବେ ସେ ନେଇ ସିଲେଇ, କମ୍ପୁଟର, ବିୟୁଟିପାର୍ଲର, ଇଏକକ୍ଟ୍ରି ଭଳି ବିଭିନ୍ନ ପ୍ରକାର ଟ୍ରେଡ଼ ର ଟ୍ରେନିଂ ପ୍ରଦାନ କରୁଛନ୍ତି l ଏହି ଯୋଜନାରେ ଆହୁରି କିପରି ଅଧିକ ରୁ ଅଧିକ ଯୁବକ ଯୁବତୀ ଲାଭବାନ ହୋଇ ପାରିବେ ସେ ନେଇ ଆଜିର ବୈଠକରେ ଆଲୋଚନା ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମକୁ ସଫଲ କରିବା ପାଇଁ ଜନ ଶିକ୍ଷଣ ସଂସ୍ଥାନର ସମସ୍ତ କାର୍ଯ୍ୟକର୍ତା ସହଯୋଗ କରିଥିଲେ l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.