ନିଫା ତରଫରୁ ସାଇକେଲ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆନ୍ତର୍ଜାତୀୟ ସମାଜସେବା ସଂଗଠନ ନିଫା ତରଫରୁ ଦେଶବ୍ୟାପୀ ଆୟୋଜନ କରାଯାଇଥିବା ସଚେତନତା ମୂଳକ କାର୍ଯ୍ୟକ୍ରମ ସାଇକେଲ ଶୋଭାଯାତ୍ରା ୨୭ତାରିଖ ରବିବାର ସାରା ଭାରତରେ ଏକ ସମୟରେ ଅର୍ଥାତ ସକାଳ ୭ ଘଟିକାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଜ୍ଞାନଚାନ୍ଦ ଶତପଥୀଙ୍କ ପରିଚାଳନାରେ ଓଡ଼ିଶାର ବୌଦ୍ଧ, କଣ୍ଟାବାଞ୍ଜି, ଝାରସୁଗୁଡା, ଯାଜପୁର ସମତେ ଭୁବନେଶ୍ୱରସ୍ଥିତ ସିଆରପି ଏଫ ସ୍କୋୟାର ପ୍ରିୟଦର୍ଶିନୀ ମାର୍କେଟରେ ଅବସ୍ଥିତ ଶିକ୍ଷା ଅନୁଷ୍ଠାନ କଂପ୍ୟୁଟର ଆପ୍ଲିକେସନ ସେଣ୍ଟରର ମୁଖ୍ୟ ପରିଚାଳକ ଦେବାଶିଷ ସ୍ୱାଇଁ ଓ ସ୍ମୃତି ରଞ୍ଜନ ସ୍ବାଇଁଙ୍କ ସହଯୋଗରେ ଏବଂ ଜ୍ଞାନ ପ୍ରକାଶ ଓ କୋଠଘରର ମିଳିତ ଆନୁକୂଲ୍ୟରେ ନିଫାର ଖୋର୍ଦ୍ଧା ଜିଲ୍ଲା ସଭାପତି ଅମ୍ବିକା ସ୍ବାଇଁଙ୍କ ତତ୍ତ୍ଧାବଧାନରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଅତିଥି ଭାବରେ ପ୍ରଶାସନିକ ଅଧିକାରୀ ସ୍ୱାତିବାଳା ମହାପାତ୍ର ଯୋଗଦେଇ ଉକ୍ତ ସାଇକେଲ ଶୋଭାଯାତ୍ରା କାର୍ଯ୍ୟକ୍ରମକ ଉଦ୍ଘାଟନ କରିଥିଲେ । ଜିଲ୍ଲା ସଭାପତି ଅମ୍ବିକା ସ୍ବାଇଁ ସାଇକେଲ ଶୋଭାଯାତ୍ରାର ଗୁରୁତ୍ୱ ଉପରେ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରି, ଅଂଶଗ୍ରହଣ କରିଥିବା ବିଶ୍ୱନାଥ ଦାସ,ଶୁଭେନ୍ଦୁ ବଳ,ସତ୍ୟ ସାହୁ, ଦେବାଶିଷ କାସ୍ତ ଇତ୍ୟାଦିଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.