ପ୍ରବଳ ଦାବି ସତ୍ତ୍ୱେ ସଇଁତଲାରେ ସ୍ଥାପିତ ହୋଇ ପାରିନାହିଁ ସବ ରେଜିଷ୍ଟି ଅଫିସ; ଆଞ୍ଚଳିକ ବୈଷମ୍ୟ ନାଁ ବୈମାତୃକ ମନୋଭାବ?

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସରକାର ପ୍ରଶାସନିକ ବ୍ୟବସ୍ଥାକୁ ଘରେ ଘରେ ପହଞ୍ଚାଇବା ପାଇଁ ଘୋଷଣା କରୁଥିବା ବେଳେ ସାଧାରଣ ଲୋକଙ୍କ ହାତ ପାହାନ୍ତାରୁ ବହୁ ଦୂରରେ ସରକାରୀ ବ୍ୟବସ୍ଥା ପଡ଼ିରହିଛି l ଯାହାଫଳରେ ଦୀର୍ଘ ଦିନ ଧରି ଲୋକେ ଯେଉଁ ହଇରାଣ ହରକତ ହୋଇ ଆସୁଛନ୍ତି ତାହା ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଦେଶ ଅମୃତ ମହୋତ୍ସବ ପାଳନ କରିଥିବା ବେଳେ ଆଜି ବି ସରକାରୀ ବ୍ୟବସ୍ଥା ଲୋକଙ୍କ ନିକଟରେ ପହଂଚି ପାରୁନାହିଁ l ଯାହା ସରକାରଙ୍କ ଘୋଷଣା ଏକ ଧୂଆଁ ବାଣ ସଦୃଶ ହୋଇ ରହିଯାଇଛି l ଏପରିକି ଦୀର୍ଘ ଦିନ ଧରି ଦାବୀ ହେଉଥିଲେ ସୁଦ୍ଧା ସରକାର ଜନସାଧାରଣଙ୍କ ଦାବୀ ପ୍ରତି କର୍ଣ୍ଣପାତ ନ କରିବା କିମ୍ବା ସରକାରୀ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ଦିଗରେ ଦୃଷ୍ଟି ଦେଉ ନ ଥିବାରୁ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଉଛି l ଏହି ଦାବୀ ୩୦ ବର୍ଷରୁ ଉର୍ଦ୍ଧ ଟିଟିଲାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ହେଉଥିବା ବେଳେ ସଇଁତଲାରେ ଏକ ସବ ରେଜେଷ୍ଟ୍ରି ଅଫିସ ସ୍ଥାପନ କରିବା ପାଇଁ ଦାବୀ ହୋଇ ଆସୁଅଛି l କିନ୍ତୁ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଦାବୀଗୁଡିକ ଚାପି ହୋଇ ରହିଛି l ପ୍ରକାଶ ଯେ, ଏହି ସଇଁତଲା ବ୍ଲକରେ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ ଜନସଂଖ୍ୟା ରହିଥିବା ବେଳେ ପୂର୍ଵରୁ ଏହି ସଇଁତଲା ବ୍ଲକ ଟିଟିଲାଗଡ଼ ତହସିଲ ଅଧୀନରେ ରହିଥିବା ବେଳେ ଟିଟିଲାଗଡ଼ ସବ ରେଜିଷ୍ଟ୍ରି ଦ୍ୱାରା ସମସ୍ତ କାଯ୍ୟ ହୋଇଆସୁଅଛି l କିନ୍ତୁ ଇତି ମଧ୍ୟରେ ଗତ ୨୦୦୯ ମସିହାରୁ ସଇଁତଲାକୁ ତହସିଲ ମାନ୍ୟତା ମିଳିଥିଲେ ମଧ୍ୟ ଆଜି ପଯ୍ୟନ୍ତ ସଇଁତଲାରେ ଏକ ସବ ରେଜିଷ୍ଟ୍ରି ଅଫିସ ହୋଇ ପାରୁ ନ ଥିବାରୁ ଲୋକେ ଆଜି ବି ଟିଟିଲାଗଡ଼ ସବ ରେଜିଷ୍ଟି ଅଫିସ ଉପରେ ନିର୍ଭର କରୁଥିବା ଦେଖାଦେଇଛି l ଯାହାଫଳରେ ଆଜି ବ୍ୟସ୍ତ ବହୁଳ ଓ ବ୍ୟୟ ବହୁଳ ଯୁଗରେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଅଯଥା ଖର୍ଚ୍ଚାନ୍ତରେ ପଡୁଛନ୍ତି l କୋଣସି ଜମିଜମା , ବିବାହ ରେଜିଷ୍ଟି କାଯ୍ୟ ପାଇଁ ଟିକ୍ରାପଡା , ଝିଙ୍କିଡୁଙ୍ଗୁରି , ଜୁରାବନ୍ଦ ଗ୍ରାମ ପଞ୍ଚାୟତଗୁଡିକ ବିଭିନ୍ନ ଉପାନ୍ତ ଅଞ୍ଚଳରେ ଥିବା ଅନେକ ଗ୍ରାମଗୁଡିକ ରୁ ଟିଟିଲାଗଡ଼ ଯିବା ପାଇଁ ୭୦/୮୦ କିମି ରାସ୍ତା ଦୂର ଯିବା ପାଇଁ ପଡୁଛି l ଯାହାଫଳରେ ଦିନେକର କାମ ୨ ଦିନ ଲାଗୁଥିବାରୁ ଲୋକେ ହଇରାଣ ହରକତ ହେଉଛନ୍ତି l କିନ୍ତୁ ଏହି ସବ ରେଜିଷ୍ଟି ଅଫିସ ପାଇଁ ପୂର୍ବତନ ବିଧାୟକ ଯଜ୍ଞଶ୍ୱର ବାବୁ ଙ୍କ ଅମଳରେ ଏହା ଦାବୀ ହୋଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ପଯ୍ୟନ୍ତ ଉକ୍ତ ସଇଁତଲା ସବ ରେଜିଷ୍ଟି ଅଫିସ ଟି ଖୋଲା ନ ଯାଇ ଅତ୍ୟନ୍ତ ଦୁର୍ଭାଗ୍ୟ ଓ ପରିତାପର ବିଷୟ ବୋଲି ବୃଦ୍ଧିଜୀବି ମହଲରେ ଆଲୋଚନା ହେଉଛି l ଏହି ସଇଁତଲା ବ୍ଲକ ପ୍ରତି ସରକାର ବୈମାତୃକ ମନୋଭାବ ଯୋଗୁଁ ସବ ରେଜିଷ୍ଟି ଅଫିସ ହୋଇ ପାରୁ ନ ଥିବାରୁ ସାଧାରଣରେ ଆଲୋଚନା ହେଉଛି l କିନ୍ତୁ ଅପରପକ୍ଷରେ ଏଠିକାର ସ୍ଥାନୀୟ ବିଧାୟିକା ତଥା ସରକାର ଙ୍କ କ୍ୟାବିନେଟ ମନ୍ତ୍ରୀ ଥିବା ସତ୍ତ୍ୱେ ସଇଁତଲା ସବ ରେଜିଷ୍ଟି ଅଫିସ ପ୍ରତିଷ୍ଠା ପାଇଁ କୋଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ତାଙ୍କ କାଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି l ଏହା ସହିତ ପୂର୍ଵରୁ ସ୍ଥାନୀୟ ଓକିଲ ସଂଘ ତରଫରୁ ଟିଟିଲାଗଡ଼ ବିଧାୟିକା ସହ ୫-ଟି ସଚିବଙ୍କୁ ମଧ୍ୟ ଦାବିପତ୍ର ଦେଇଛନ୍ତି l ଏପରିକି ଏହି ସବ ରେଜିଷ୍ଟି ସରକାର ଙ୍କ ସମସ୍ତ ପ୍ରକ୍ରିୟା ସରିଥିବା ଓ ଖୁବ ଶୀଘ୍ର ସଇଁତଲା ରେଜିଷ୍ଟି ଅଫିସ ଖୋଲା ଯିବ ବୋଲି ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିବା ବେଳେ କାହା ଚାପରେ ତାହା ଆଜି ପଯ୍ୟନ୍ତ ଚାପି ହୋଇ ରହିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି l ଏଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସଇଁତଲାକୁ ସବ ରେଜିଷ୍ଟି ଅଫିସ ଖୋଲିବା ପାଇଁ ଅଞ୍ଚଳର ଜନସାଧାରଣ ତରଫରୁ ଦାବୀ ହେଉଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.