ଜିଲ୍ଲାର ଶିଳ୍ପାନୁଷ୍ଠାନରେ ସ୍ଥାୟୀ ନିଯୁକ୍ତି ଓ ପ୍ରତି ବ୍ଲକରେ +୩ କଲେଜ ନିର୍ମାଣ ଦାବିରେ ବିଧାନସଭା ଯୁବ ଓ ଛାତ୍ର କଂଗ୍ରେସର ବିକ୍ଷୋଭ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାରେ ଗଢି ଉଠିଥିବା ଉତ୍କଳ ଆଲୁମନା କମ୍ପାନୀ, ଜେକେ କାଗଜ କଳ, ଇମ୍ଫା ସହ ବେଦାନ୍ତ ଭଳି ବୃହତ୍ ଶିଳ୍ପାନୁଷ୍ଠାନ ଗୁଡିକରେ ସ୍ଥାନୀୟ ବେକାର ଯୁବକ ଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନରେ କମ୍ପାନୀଗୁଡିକର ଟାଳଟୁଳ ନୀତିକୁ ବିରୋଧ କରି ରାୟଗଡା ବିଧାନସଭା ଯୁବ କଂଗ୍ରେସ ଏବଂ ପ୍ରତି ବ୍ଳକ ତଥା ପଂଚାୟତରେ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତମାନର ଖେଳପଡିଆ ସହ ପ୍ରତି ବ୍ଳକରେ ଗୋଟିଏ ଲେଖାଁଏ ଯୁକ୍ତ ତିନି କଲେଜ ସ୍ଥାପନା ଦାବି ନେଇ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ଏକ ଦାବିପତ୍ର ସହକାରୀ ଜିଲ୍ଳାପାଳ ନାରାୟଣ ମିଶ୍ରଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଳାରେ କଳ କାରଖାନା ନିର୍ମାଣ ଓ ଖଣିର କାର୍ଯ୍ୟକ୍ଷମକୁ ରାୟଗଡା ବିଧାନସଭା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ସ୍ୱାଗତ କରୁଛୁ କିନ୍ତୁ ବେକାରୀ ଯୁବକଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତିରେ ପ୍ରାଥମିକତା ଦିଆଯାଉ କରାଯାଉ ବୋଲି ଦାବି କରିଛନ୍ତି । କମ୍ପାନୀ ତଥା ଖଣି ଉତୋଳନ ପ୍ରଭାବିତ ଅଂଚଳରେ ସରକାରୀ ବିରୋଧି କାର୍ଯ୍ୟରେ ଲିପ୍ତ ନ ଥିବା ଅଂଳଚବାସୀଙ୍କୁ ପୋଲିସଙ୍କ ଦ୍ୱାରା ହଇରାଣ ନ କରିବା ଏବଂ ଆଇନକୁ ହାତକୁ ନେଇ ଅଂଚଳରେ ବିଭ୍ରାଟ କରୁଥିବା ଅସାମାଜିକ ବ୍ୟକ୍ତିଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜିଲ୍ଳାରେ ଡିଏମଫ୍ ଫଣ୍ଡ ସହାୟତାରେ ରାୟଗଡାରେ ଏକ ମେଡିକଲ କଲେଜ ପ୍ରତିଷ୍ଠା କରିବା ଦାବି କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଏୱାଇସି ସଭାପତି ଯୋଶେଫ ଖୋସଲା,ଜିଲ୍ଳା ଯୁବ ଉପସଭାପତି ଆସଲାମ ଖାନ,ଓଡିଶା ପ୍ରଦେଶ କଂଗ୍ରେସ କମିଟି କ୍ଷେତ ମଜଦୁର ସଂଘ ଉପସଭାପତି ଦେବେନ୍ଦ୍ର ରାଓ, ହରିଶ ପଟ୍ଟନାୟକ,ଡିସିସି ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ, ଅଂଶୁମାନ ପଟ୍ଟନାୟକ, ଏନଏସୟୁଆଇ ଜିଲ୍ଳା ସଂପାଦକ ଅଙ୍କିତ ରାଜ ତାଣ୍ଡି, ସତ୍ୟଜିତ ଗମାଙ୍ଗ, ଡିସିସ ସଂପାଦକ ପାର୍ଥ ବର୍ଦ୍ଧନ, କଂଗ୍ରେସ କିସାନ ମୋର୍ଚ୍ଚା କମିଟି ଜିଲ୍ଳା ସଭାପତି ଏମ.ଗଙ୍ଗାଧର ଆଚାରୀ, ସମିତି ସଭ୍ୟ ଭୁଷଣ ବିଡିକା, କିଶୋର କୈାଶଲ୍ୟା, ଜିଝୁର ମାଝିଙ୍କ ସମେତ ଇ.ସତିଶ, ଡି.ମୋନଜ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.