ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପିର ଗଣ ଆନ୍ଦୋଳନ: ପଲମରେ ଗର୍ଜିଲେ ବିଜେପି ନେତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ଆରମ୍ଭ କରିଛି ଗଣ ଆନ୍ଦୋଳନ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ମଣ୍ଡଳ ବିଜେପି ପକ୍ଷରୁ ପଲମ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡ଼ି ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି କାର୍ଯ୍ୟକର୍ତ୍ତା। ପଲମ ଶ୍ରୀଜଗନ୍ନାଥ ମନ୍ଦିରରୁ ଶତାଧିକ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବାସହ ମନରେଗା, ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା ଆଦିରେ ରାଜ୍ୟ ସରକାର ଚଳାଇଥିବା ଦୁର୍ନୀତି ବିଷୟରେ ଲୋକଙ୍କୁ ଅବଗତ କରିଥିଲେ। ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ି ରହିଥିବା କହିବା ସହ ଜୋର୍ ଗର୍ଜିଥିଲେ ବିଜେପି ନେତୃବୃନ୍ଦ। ଏହା ସହିତ ଗ୍ରାମ ରୋଜଗାର ସେବକ ପ୍ରମୋଦ କୁମାର ଭୋଇଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ରୁପ୍ରା ମଣ୍ଡଳ ବିଜେପି ସଭାପତି କୀର୍ତ୍ତିଚନ୍ଦ୍ର ମାହାରଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ବିଜେପି ଉପସଭାପତି ଅନିରୁଦ୍ଧ ପ୍ରଧାନ, ଶ୍ରୀକାନ୍ତ ହୋତା, ସରୋଜ ସେଠ, ନବୀନ ପ୍ରଧାନ, ବଳରାମ ପ୍ରଧାନ, ସୁରେଶ ସାହୁ, ସଂଯୁକ୍ତା ସାହୁ, ରୁପ୍ରା ମଣ୍ଡଳ ସାଧାରଣ ସମ୍ପାଦକ ତଥା ବନବାସୀ କଲ୍ୟାଣ ଆଶ୍ରମ ନର୍ଲା ବ୍ଲକ ସଂଯୋଜକ ରାଜୀବ ଲୋଚନ ପୋଢ଼ ପ୍ରମୁଖଙ୍କ ସହ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.