ଦଶମ ଶାରୀରିକ ଶିକ୍ଷା ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଦଶମ ଶାରୀରିକ ଶିକ୍ଷା ଶିକ୍ଷକ ସମ୍ମିଳନୀ ଜିଲ୍ଲା ଶିକ୍ଷାଧିକାରଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇ ଯାଇଥିବା ବେଳେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଗଡତିଆ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମଞ୍ଜୁଲତା ଭୋଇ ଅତିରିକ୍ତ ଶିକ୍ଷାଧିକାରୀ ଶାନ୍ତନୁ କୁମ୍ଭକାର, ବୀରମହାରାଜପୁର ବ୍ଳକ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର, ବିନିକା ବ୍ଳକ ଶିକ୍ଷା ଅଧିକାରୀ ଦୁର୍ଯୋଧନ ରାଉତ, ଅବସର ପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ସଚାରୁ ବାଳ ଦେବୀ ଉପସ୍ଥିତ ଥିବାବେଳେ ବିଭିନ୍ନ ବିଦ୍ୟାଳୟ ର ଶାରୀରିକ ଶିକ୍ଷକ ଉପସ୍ଥିତ ଥିଲେ । ଶାରିରୀକ ଶିକ୍ଷା ପ୍ରଶିକ୍ଷଣ ଦ୍ବାରା ମନ ଓ ଶରୀର ଏକାଗ୍ରତା ଚିତ୍ତ ହୋଇ ସୁସ୍ଥ ରହିଥାଏ ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ ଏହି ସଭାକୁ ସଞ୍ଜିବ ସାହୁ ପରିଚାଳନା କରଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.