ସିଏମଆରଏଫ୍ ଫଣ୍ଡରୁ ଜିଲ୍ଳାପାଳ ଦେଲେ ୧୦ହଜାର ଟଙ୍କା
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ୨ ବର୍ଷର ଶିଶୁପୁତ୍ରର ଶରୀରରେ ନାହିଁ ମଳଦ୍ୱାର । ଆଉ ଏହାର ଚିକିତ୍ସା କରାଇବା ପାଇଁ ଅର୍ଥ ସାଜିଛି ବାଧକ । ଉଚ୍ଚ ଚିକିତ୍ସା କରାଇବା ପାଇଁ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାପା’ମା । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଦଶ ହଜାର ଟଙ୍କାର ଆର୍ଥିକ ସାହାର୍ଯ୍ୟ ଯୋଗାଇ ଦେଇଛନ୍ତି ଜିଲ୍ଳାପାଳ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଳା ବିଷମକଟକ ବ୍ଳକ ଅନ୍ତର୍ଗତ ଡୁକୁମ ଗ୍ରାମରେ । ଏହି ଗ୍ରାମର ଦିବ୍ୟାଙ୍ଗ ଲୁଲିଆ ବିଲାରଙ୍କ ୨ବର୍ଷର ଶିଶୁପୁତ୍ର ଲିଲନଙ୍କ ଜନ୍ମରୁ ଶରୀରରେ ମଳଦ୍ୱାର ନ ଥିବାରୁ ପରିବାର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଲିଲନ ମଧ୍ୟ ପେଟବ୍ୟଥାକୁ ନେଇ ସବୁ ସମୟରେ ଯନ୍ତ୍ରଣା ଅନୁଭବ କରୁଥିବା ମା ପ୍ରକାଶ କରିଛନ୍ତି । ଗତ ୨ବର୍ଷ ତଳେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନୁଷ୍ଠାନିକ ପ୍ରସବ ଦ୍ୱାରା ଲୁଲିନ ଜନ୍ମ ଗ୍ରହଣ କରିଥିଲେ । ତେବେ ଲୁଲିନର ଶରୀରରେ ମଳଦ୍ୱାର ନ ଥିବା ଡାକ୍ତର ଦେଖିବାକୁ ପାଇଥିଲେ ଏବଂ ତା’ ପେଟର ବାମ କଡରେ ମଳ ଯିବା ପାଇଁ ବାଟ ବାହାର କରିଥିଲେ । ତେବେ ବୟସ ବଢୁଥିବାରୁ ଉକ୍ତ ସ୍ଥାନଟି ଧୀରେ ଧୀରେ ବହୁତ କ୍ଷତରେ ପରିଣତ ହେବାକୁ ଲାଗିଛି । ଯଦ୍ୱାରା ଯନ୍ତ୍ରଣାରେ ଛଟପଟ ହେଉଛି ୨ବର୍ଷର ଶିଶୁପୁତ୍ର ଲୁଲିନ । ଗରିବ ଦିବ୍ୟାଙ୍ଗ ବାପା ଲୁଲିଆ ବିଲାର ନିଜ ପୁଅ ଲିଲନର ଉଚ୍ଚ ଚିକିତ୍ସା କରାଇବା ପାଇଁ ସକ୍ଷମ ନ ଥିବା ବେଳେ ପ୍ରଥମେ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଶିଶୁଭବନ ପର୍ଯ୍ୟନ୍ତ ଯାଏଁ ଚିକିତ୍ସା ପାଇଁ ନେଇଥିଲେ । ତେବେ କୈାଣସି ପ୍ରକାର ସୁଫଳ ମିଳି ନ ଥିବା ବେଳେ ରାୟଗଡା ଜିଲ୍ଳା ଭିନ୍ନକ୍ଷମ ମହାସଂଘ ସଂପାଦକ ଅମରେନ୍ଦ୍ର ନାଥ ଘଟଣା ସଂପର୍କରେ ଜାଣିବାକୁ ପାଇବା ପରେ ଦିବ୍ୟାଙ୍ଗ ପରିବାକୁ ପ୍ରଶାସନର ସହାୟତା ଯୋଗାଇବା ପାଇଁ ଉଦ୍ୟମ କରି ଆଜି ଆର୍ଥିକ ସାହାର୍ଯ୍ୟ ଓ ଚିକିତ୍ସା ବ୍ୟବସ୍ଥା କରାଇ ଦେବାକୁ ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣୀରେ ଶିଶୁପୁତ୍ର ସହ ବାପା ଓ ମାଙ୍କୁ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ କରାଇଥିଲେ । ଜିଲ୍ଳା ପ୍ରଶାସନ ଠାରୁ ଆର୍ଥିକ ସହାୟତା ପାଇଥିଲେ ମଧ୍ୟ ପିଲାଟିର ଉଚ୍ଚ ଚିକିତ୍ସା ପାଇଁ ଦିବ୍ୟାଙ୍ଗ ବାପା ଓ ମା କୋହଭରା କଣ୍ଠରେ ଆକୁଳ ନିବେଦନ କରିଛନ୍ତି ।